ନୟାଗଡ଼ ଯଦୁପୁର ନାବାଳିକାକୁ ତଣ୍ଟି ଚିପି ହତ୍ୟା ପରେ କରାଯାଇଥିଲା ଦୁଷ୍କର୍ମ, ପ୍ରେସ୍‌ମିଟରେ SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ସୂଚନା

ଭୁବନେଶ୍ବର: ନୟାଗଡ଼ ଯଦୁପୁର ନାବାଳିକାକୁ ତଣ୍ଟି ଚିପି ହତ୍ୟା ପରେ ଦୁଷ୍କର୍ମ। SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପ୍ରେସ୍‌ମିଟରେ ଏନେଇ ସୂଚନା ଦେଇଛନ୍ତି। ପଲିଗ୍ରାଫ୍‌ ଟେଷ୍ଟରେ ସତ ମାନିଥିଲା ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ। ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ତଦନ୍ତ କରାଯାଉଛି। ଘଟଣାରେ ଏ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ସାକ୍ଷୀ ମିଳିନାହାନ୍ତି। ସରୋଜର ସାନ ଭଉଣୀ ସହ ନାବାଳିକାର ଭଲ ସମ୍ପର୍କ ଥିଲା।

ସରୋଜର ସାନ ଭଉଣୀ ସହ ନାବାଳିକାର ଭଲ ସମ୍ପର୍କ ଥିଲା। ଘଟଣା ଦିନ ନାବାଳିକା ଏକୁଟିଆ ତାଙ୍କ ଘରକୁ ଯାଇଥିଲା। ଜାମୁକୋଳି ମାଗିବାରୁ ଘରେ କେହି ନଥିବାରୁ ସରୋଜ ଘର ଭିତରକୁ ଡାକିଥିଲା। ଏହାପରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମବେଳେ ସେ ପାଟି କରିଥିଲା । ପାଟି କରିବାରୁ ସରୋଜ ତଣ୍ଟିଚିପି ହତ୍ୟା କରିଥିଲା। ୧୩ ତାରିଖ ରାତିସାରା ସେ ଭଉଣୀର ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିଥିଲା। ‘ଏହାକୁ ଏକ ଫୋଲଡର କରି ପାସଓ୍ଵାର୍ଡ ପକାଇଥିଲା।

ପଲିଗ୍ରାଫ୍‌ ଟେଷ୍ଟ ପାଇଁ ପ୍ରଥମେ ସେ ମନା କରୁଥିଲା। ମାଆ ଓ ଭଉଣୀ ବୁଝାଇବା ପରେ ମାନିଥିଲା। ପଲିଗ୍ରାଫ୍‌ ଟେଷ୍ଟରେ ସତ ମାନିଥିଲା ଅଭିଯୁକ୍ତ ସରୋଜ। ସରୋଜ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ଦେଖୁଥିଲା। ୧୪ରେ ନାବାଳିକା ତାଙ୍କ ଘରକୁ ଆସିଥିବାରୁ ଏଭଳି କରିଥିବା କହିଛି ଅଭିଯୁକ୍ତ। ଅଧିକ ପ୍ରମାଣ ପାଇଁ ପୋଖରୀକୁ ଶୁଖାଯାଉଛି। ବ୍ୟବହାର ହୋଇଥିବା ନଡିଆ ବାହୁଙ୍ଗାର DNAଟେଷ୍ଟ କରାଯିବ। ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ନେଇଛି ଏସଆଇଟି । ଆଜିଠୁ ୨୪ ତାରିଖ ଯାଏଁ ରିମାଣ୍ଡରେ ରହିବ ଅଭିଯୁକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.