Below header

ଚମତ୍କାର ! ପଇଡରୁ ଉଠିଛି ବରଗଛ

କଟକ (କେନ୍ୟୁଜ୍) : ଆଶ୍ଚର୍ଯ୍ଯ ହେଲେ ମଧ୍ୟ ସତ। ଆପଣଙ୍କୁ ଘଟଣାଟି ଅବିଶ୍ବାସ ଲାଗିବ ନିଶ୍ଚୟ। କିନ୍ତୁ ଆପଣଙ୍କ ଆଖି ସାମନାରେ ରହିଛି ବାସ୍ତବ ଚିତ୍ର। ଦୀର୍ଘ ୧୦ ବର୍ଷ କାଳ କଳସ ପୂଜା ହୋଇଆସୁଥିବା ପଇଡରୁ ବାହାରିଛି ବରଗଛ। ଏହିଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ନାକଟାସାହି ଅଞ୍ଚଳରେ। ଗ୍ରାମର ବାମନ ଭୋଇ ନିଜ ବାରି ପଟରେ ୧୦ ବର୍ଷ ହେବ ଲିମ୍ବ ଗଛ ପୂଜାର୍ଚ୍ଚନା କରୁଥିବା ସମୟରେ ୬ଟି କଳସ ବସାଇଥିଲେ। ଗତ ୩ ମାସ ହେବ ଦୁଇଟି କଳସ ଉପରେ ଥିବା ପଇଡରୁ ଉଠିଛି ବରଗଛ। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକ ରୁଣ୍ଡ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.