Below header

ପାଖରେ ଓପନର ନ ଥିବାରୁ କୁମ୍ଭୀର ଦାନ୍ତରେ ଏଭଳି ବିୟର ବୋତଲ ଖୋଲିଲେ ବ୍ୟକ୍ତି, ଭିଡିଓ ଦେଖିଲେ ଥରିଯିବ ଦେହ

ବୁଲିବାକୁ ଯିବା ବେଳେ ମଜାମସ୍ତିରେ ବେଳେବେଳେ ଆମେ କିଛି ଏଭଳି କାମ କରିବସୁ, ଯାହା ପରେ ଚିନ୍ତା କଲେ ଭୟରେ ଛାତି ଥରି ଉଠେ। ଏବେ ସେଭଳି ଏକ ସାଙ୍ଗସାଥୀଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଛି। ଭିଡିଓରେ ଥିବା ଲୋକମାନେ କୁମ୍ଭୀର ସହ ଭୟଙ୍କର କାମ କରୁଥିବା ଦେଖାଯାଇଛି, ଯାହା ଦେଖିଲେ ଦେହ ଶିହରି ଉଠିବ।

ଭିଡିଓରେ ଜଣେ ବ୍ୟକ୍ତି ବୋଟ୍‌ରେ ନଇଁ ପଡ଼ି ପାଣିରେ ଥିବା କୁମ୍ଭୀରକୁ ପ୍ରଥମେ ବାରମ୍ବାର ଛୁଉଁଛି। ଆଉ ଯେତେବେଳେ କୁମ୍ଭୀର ମୁହଁ ଖୋଲୁଛି, ସେହି ସମୟରେ ବିୟର କ୍ୟାନ୍‌ ତା’ ଦାନ୍ତରେ ଦେଖାଉଛି। ଫଳରେ ବିୟର କ୍ୟାନ୍‌ ଖୋଲିଯାଉଛି ଓ ସେଠାରେ ଉପସ୍ଥିତ ଆଉ ଜଣେ ବ୍ୟକ୍ତି ତାହାକୁ ପିଉଛନ୍ତି।

ଏହି ଭିଡିଓଟି ଫ୍ଲୋରିଡ଼ାର ବୋଲି ଜଣାଯାଇଛି। ଟ୍ଵିଟରରେ @photocliks ଏହି ଭିଡିଓ ସେୟାର କରିଛନ୍ତି। ଭିଡିଓ ସହ କ୍ୟାପସନ୍‌ରେ ଲେଖାଯାଇଛି, ‘ଫ୍ଲୋରିଡାରେ ଏକ ସାଧାରଣ ଦିନ’। ଭିଡିଓକୁ ଏବେ ଯାଏଁ ହଜାର ହଜାର ଲୋକ ଦେଖିସାରିଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ୬.୬ ହଜାର ଲାଇକ୍‌ ମିଳିଛି। ସେହିପରି ୩୦୨ ଜଣ ଏଥିରେ କମେଣ୍ଟ କରିଛନ୍ତି। ତେବେ ଭିଡିଓରେ ଲୋକମାନେ ଉଭୟ ଭଲ ଓ ଖରାପ କମେଣ୍ଟ କରିଛନ୍ତି। କିଛି ଲୋକ ଭିଡିଓକୁ ନିନ୍ଦା ମଧ୍ୟ କରିଛନ୍ତି। ବନ୍ୟଜନ୍ତୁଙ୍କ ସହ ଏଭଳି କରିବା ଅପରାଧ ବୋଲି ଆଉ କିଛି ୟୁଜର୍ସ କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.