Below header

ଆଜି ରାଜେଶ ଖାନ୍ନାଙ୍କ ମୃତ୍ୟୁ ବାର୍ଷିକୀ : ରାଜେଶ ଖାନ୍ନା ପୂର୍ବ ପ୍ରେମିକାଙ୍କ ଘର ସାମ୍ନାରେ ରଖିଥିଲେ ଅଧାଘଣ୍ଟା ନିଜର ବିବାହ ପ୍ରସେସନ୍‌

ମୁମ୍ବାଇ : ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ଯେତେ ନିଜର ଫିଲ୍ମକୁ ନେଇ ଚର୍ଚ୍ଚାରେ ରୁହନ୍ତି ତା’ଠାରୁ ଅଧିକ ନିଜର ବ୍ୟକ୍ତିଗତ ଜୀବନକୁ ନେଇ । ଏମିତି ହୋଇଥିଲା ନିଜର ପୁରୁଣା ପ୍ରେମିକାକୁ ଜଳାଇବା ପାଇଁ ରାଜେଶ ଖାନ୍ନା ନିଜର ବିବାହ ପ୍ରସେସନ ତାଙ୍କର ପ୍ରେମିକାଙ୍କ ଘର ନିକଟରୁ ବାହାର କରିଥିଲେ ।

ଆଜିର ଦିନରେ ଅର୍ଥାତ ୧୮ ଜୁଲାଇରେ ରାଜେଶ ଖାନ୍ନାଙ୍କ ପରଲୋକ ହୋଇଥିଲା । ଆଜି ତାଙ୍କର ପୂଣ୍ୟ ତିଥିରେ ତାଙ୍କ ବିଷୟରେ ଏମିତ କିଛି କଥା ଜାଣିବା । ରାଜେଶ ଖାନ୍ନାଙ୍କ ପ୍ରଥମ ଅଫେୟାର ଥିଲା ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ରୁଙ୍କ ସହ । ୬୦ ଦଶକରେ ରାଜେଶ ଖାନ୍ନା ଓ ଅଞ୍ଜୁ ଉଭୟେ ନିଜ କ୍ୟାରିଅର ପାଇଁ ସଂଘର୍ଷ କରୁଥିଲେ । ଏଇ ମଧ୍ୟରେ ଉଭୟଙ୍କ ବନ୍ଧୁତା ହୋଇଗଲା ।

rajes and anju
image credit: india.com

ପରେ ଉଭୟେ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଗଲେ । ଏପରି କି ଲିଭ୍‌ ଇନ୍‌ ରିଲେସନସିପରେ ମଧ୍ୟ ରହିବାକୁ ଲାଗିଲେ । ୧୯୬୯ ରେ ରାଜେଶ ଖାନ୍ନାଙ୍କ ଫିଲ୍ମ ‘ଆରଧନା’ କୁ ଜବରଦସ୍ତ ସଫଳତା ମିଳିଲା । ହେଲେ ଅଞ୍ଜୁ ଟିଭି ମଧ୍ୟରେ ସୀମିତ ରହିଥିଲେ ଓ ଭଲ ଫିଲ୍ମ ପାଇଁ ଚେଷ୍ଟା ଚଳାଇଥିଲେ ।

ରାଜେଶ ଯେବେ ଅଞ୍ଜୁଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲେ ସେ ଫିଲ୍ମ ରୋଲ୍‌ ପାଇଁ ଏତେ ଶୀଘ୍ର ବିବାହ କରିବାକୁ ରାଜି ହୋଇନଥିଲେ । ମାତ୍ର ରାଜେଶ ଖାନ୍ନା ଚାହୁଁ ନଥିଲେ ଯେ ଅଞ୍ଜୁ ଫିଲ୍ମ କରନ୍ତୁ । ଫଳରେ ଦୁହିଁଙ୍କ ମଧ୍ୟରେ ମତଭେଦ ହେଲା । ବିବାହ ପାଇଁ ମନା କରିବାରୁ ରାଜେଶ ରାଗି କରି ତାଙ୍କ ଠାରୁ ୧୫ ବର୍ଷ ସାନ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କୁ ବିବାହ କଲେ ।

ବିବାହ ବେଳେ ତାଙ୍କର ଏକ୍ସ ଗାର୍ଲ ଫ୍ରେଣ୍ଡ ଅଞ୍ଜୁଙ୍କ ଘର ନିକଟରୁ ବିବାହ ପ୍ରସେସନ କାଢ଼ିଥିଲେ । ଏପରିକି ଅଞ୍ଜୁଙ୍କୁ ଜଳାଇବା ପାଇଁ ତାଙ୍କ ଘର ନିକଟରେ ପ୍ରାୟ ଅଧ ଘଣ୍ଟା ପ୍ରସେସନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.