Below header

ଅବସର ପରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ମିଳେ ଏସବୁ ରାଜକୀୟ ସୁବିଧା

ଦେଶର ମୁଖ୍ୟ ତଥା ଭାରତୀୟ ସଶସ୍ତ୍ରବାହିନୀର କମାଣ୍ଡର-ଇନ୍‌-ଚିଫ୍‌ ହେଉଛନ୍ତି ରାଷ୍ଟ୍ରପତି। ସେ ଭାରତର ପ୍ରଥମ ନାଗରିକ ଓ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ସମୃଦ୍ଧିର ପ୍ରତୀକ। ସେହିଭଳି ପ୍ରଧାନମନ୍ତ୍ରୀ ହେଉଛନ୍ତି ଭାରତ ସରକାରଙ୍କ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ।

raj bhawan

ଭାରତ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ନିଜ ଶକ୍ତିର ପ୍ରୟୋଗ ସିଧାସଳଖ କିମ୍ବା ଅଧସ୍ତନ ପ୍ରାଧିକରଣ ଦ୍ୱାରା କରିପାରିବେ। ରାଷ୍ଟ୍ରପତି ନିଜର ସମସ୍ତ ଶକ୍ତିକୁ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ ଦ୍ୱାରା କାର୍ଯ୍ୟକାରୀ କରାଇଥାନ୍ତି। ଅନ୍ୟପଟେ ଭାରତର ରାଜନୈତିକ ପ୍ରଣାଳୀରେ ମନ୍ତ୍ରିମଣ୍ଡଳର ଜଣେ ବରିଷ୍ଠ ସଦସ୍ୟ ହେଉଛନ୍ତି ପ୍ରଧାନମନ୍ତ୍ରୀ। ଆମ ସମ୍ବିଧାନରେ ପ୍ରଧାନମନ୍ତ୍ରୀଙ୍କୁ ସରକାରଙ୍କ ନେତା, ରାଷ୍ଟ୍ରପତିଙ୍କ ପ୍ରମୁଖ ପରାମର୍ଶଦାତା, ମନ୍ତ୍ରିପରିଷଦର ନେତା ଓ ଲୋକସଭାରେ ବହୁମତ ଦଳର ନେତା କୁହାଯାଏ। ସେ ଭାରତ ସରକାରଙ୍କ ନେତୃତ୍ୱ ନେଇଥାନ୍ତି। ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ପ୍ରକାରର ସୁବିଧା ମିଳିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

president2

ରାଷ୍ଟ୍ରପତିଙ୍କ ଦରମା:

ରାଷ୍ଟ୍ରପତିଙ୍କୁ ମାସକୁ ୫ ଲକ୍ଷ ଟଙ୍କା ଦରମା ସହ ଅନ୍ୟ ଭତ୍ତା ଯଥା: ମାଗଣାରେ ଚିକିତ୍ସା, ଘର ଓ ଅନ୍ୟାନ୍ୟ ସୁବିଧା ସାରା ଜୀବନ ପ୍ରଦାନ କରାଯାଏ।

ପ୍ରଧାନମନ୍ତ୍ରୀଙ୍କ ବେତନ:

ଭାରତର ପ୍ରଧାନମନ୍ତ୍ରୀଙ୍କୁ ମାସକୁ ୧.୬ ଲକ୍ଷ ଟଙ୍କା ବେତନ ଆକାରରେ ମିଳିଥାଏ। ଏଥିସହ ମାଗଣା ଚିକିତ୍ସା, ଘର ଓ ଅନ୍ୟାନ୍ୟ ସୁବିଧା ଜୀବନ ସାରା ଦିଆଯାଏ।

security

କିନ୍ତୁ କାର୍ଯ୍ୟକାଳ ଶେଷ ହେବା ପରେ ସେମାନଙ୍କୁ କି କି ସୁବିଧା ମିଳେ ସେ କଥା ବୋଧେ କେହି ଜାଣିନଥିବେ। ଆସନ୍ତୁ ଜାଣିବା କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ କି କି ସୁବିଧା ମିଳେ..

ପୂର୍ବ ରାଷ୍ଟ୍ରପତିଙ୍କୁ ମିଳେ ଏସବୁ ସୁବିଧା:

  • ସପ୍ତମ ବେତନ କମିଶନ ଅନୁସାରେ ମାସିକ ୧.୫ ଲକ୍ଷ ଟଙ୍କା ପେନସନ୍‌।
  • ରାଷ୍ଟ୍ରପତିଙ୍କ ଅନୁମୋଦନ ଅଧିନିୟମ ଅନୁସାରେ ପୂର୍ବ ରାଷ୍ଟ୍ରପତିଙ୍କୁ ସଚିବ, କର୍ମଚାରୀ ଓ କାର୍ଯ୍ୟାଳୟ ପାଇଁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବା ନିୟମ ରହିଛି।
  • କାର୍ଯ୍ୟକାଳ ସରିବା ପରେ ରାଷ୍ଟ୍ରପତିଙ୍କୁ ୮ଟି ରୁମ୍‌ ଥିବା ଘର ଦିଆଯାଏ।
  • ୨ ଲ୍ୟାଣ୍ଡଲାଇନ୍‌, ଗୋଟିଏ ମୋବାଇଲ ଫୋନ୍‌, ବ୍ରଡବ୍ୟାଣ୍ଡ ଓ ଇଣ୍ଟରନେଟ୍‌ ସଂଯୋଗ ମିଳେ।
  • ମାଗଣାରେ ବିଜୁଳି ଓ ପାଣି ସୁବିଧା ମିଳେ।
  • କାର ଓ ଡ୍ରାଇଭର ମଧ୍ୟ ଦିଆଯାଏ।
  • ଜଣେ ବ୍ୟକ୍ତିଙ୍କ ସହ ଭାରତରେ ପ୍ରଥମ ଶ୍ରେଣୀର ଟିକେଟରେ ମାଗଣା ଟ୍ରେନ୍‌ ଓ ବିମାନ ଯାତ୍ରା ସହ ଚିକିତ୍ସା ସହାୟତା ମଧ୍ୟ ମିଳେ।
  • ୫ ଜଣ କର୍ମଚାରୀ ଓ ସମସ୍ତ ସୁବିଧା ସହ ମାଗଣା ଗାଡ଼ି।
  • ଦିଲ୍ଲୀ ପୋଲିସ ସୁରକ୍ଷା ଓ ୨ ଜଣ ସଚିବ।

former pm

ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ସୁବିଧା:

  • ଆଜୀବନ ମାଗଣା ବାସଗୃହ
  • ନିଃଶୁଳ୍କ ଚିକିତ୍ସା ସହାୟତା
  • ୧୪ ଜଣିଆ ଷ୍ଟାଫ୍‌
  • ୬ଟି ଘରୋଇ ବିମାନ ଟିକେଟ୍‌
  • ଟ୍ରେନ୍‌ରେ ସମ୍ପୂର୍ଣ୍ଣ ମାଗଣା ଯାତ୍ରା
  • ୫ ବର୍ଷ ଅଫିସ ଖର୍ଚ୍ଚ
  • ଏକ ବର୍ଷ ପାଇଁ ଏସ୍‌ପିଜି ସୁରକ୍ଷା
  • ଆଜୀବନ ମାଗଣା ବିଜୁଳି ଓ ପାଣି
  • ୫ ବର୍ଷ ପରେ ଏକ ନିଜସ୍ୱ ସହାୟକ ଓ ପିଅନ
  • କାର୍ଯ୍ୟାଳୟ ଖର୍ଚ୍ଚ ପାଇଁ ବର୍ଷକୁ ୬ ହଜାର ଟଙ୍କା
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.