ଶ୍ରାବଣରେ ନୁହେଁ, ଚୈତ୍ର ମାସରେ ଶିବଙ୍କୁ ଜଳଲାଗି କରିଥାନ୍ତି ବଙ୍ଗାଳୀ ସମ୍ପ୍ରଦାୟର ଲୋକେ

ଚୈତ୍ର ମାସରେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ର ବନବାସ ସମୟରେ ସେତୁ ବନ୍ଧ ପ୍ରତିଷ୍ଠା ପାଇଁ ଶିବଲିଙ୍ଗ ସ୍ଥାପନା କରି ପୂଜାର୍ଚ୍ଚନା କରାଯିବା ପୁରାଣରେ ବର୍ଣ୍ଣିତ ଅଛି। ସେହି ଆଧାରରେ ଚୈତ୍ର ମାସରେ ନିଜ ନିଜ ମନସ୍କାମନା ପୂରଣ ପାଇଁ ବଙ୍ଗାଳି ସମ୍ପ୍ରଦାୟର ଲୋକମାନେ କଲିକତାରେ ଅବସ୍ଥିତ ବାବା ତାରକେଶ୍ୱର ଠାରେ ହଜାର ହଜାର ସଂଖ୍ଯାରେ ପ୍ରଭୁଙ୍କୁ ଜଳାଭିଷେକ କରିଛନ୍ତି। ଏହି ବଂଶାନୁକ୍ରମ ପ୍ରଥାକୁ ଆସ୍ଥା ଓ ବିଶ୍ୱାସର ପର୍ବ ରୂପେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ସୁନ୍ଦରପୁର କଲୋନୀ ର ଶହ ଶହ ମହିଳା, ପୁରୁଷ ଓ ଛୋଟ ଛୋଟ ପିଲା ନିଜ ନିଜର ମାନସିକ ପୂରଣ ପାଇଁ ମା’ ଉଗ୍ରତାରା ନିକଟସ୍ଥ ଜଳାଶୟରୁ ପାଣି ଭାର ଆଣି ଗାଁ ରେ ଥିବା ଶିବ ମନ୍ଦିର ରେ ଜଳ ଲାଗି କରିଛନ୍ତି।

kaudia2

ଭକ୍ତମାନେ ପ୍ରତି ବର୍ଷ କଲିକତାର ବାବା ତାରକେଶ୍ୱର ମନ୍ଦିରକୁ ଏହି ଚୈତ୍ର ମାସରେ ପାଣି ଭାର ନେଇ ଯାଇଥାନ୍ତି। କିନ୍ତୁ ଚଳିତବର୍ଷ କରୋନା ପାଇଁ ଆଉ କଲିକତା ଯିବା ସମ୍ଭବ ନ ହେବାରୁ ଗାଁରେ ବାବାଙ୍କ ନାମରେ ପାଣି ଭାର ନେଇ ଆସିଛୁ ବୋଲି କହିଛନ୍ତି କାଉଡିଆ ମାନେ।

ଏକ ମାସ ଧରି ନିରାମିଷ ଭୋଜନ କରି ବ୍ରତ ପାଳନ କରିବା ପରେ ଚୈତ୍ର ମାସର ପଣା ସଂକ୍ରାନ୍ତିର ତିନି ଦିନ ପୂର୍ବରୁ ଚଡକ ପୂଜା ପଡ଼େ। ଦ୍ୱିତୀୟ ଦିନରେ ନାଚି ନାଚି ଖଜୁରୀ ଗଛରୁ ଫଳ ତୋଳାଯାଏ । ଏହା ପରେ ସନ୍ଧ୍ୟାରେ ବାବାଙ୍କ ମନ୍ଦିରରେ ନୀଳ ଦୀପ ଜଳା ଯାଏ। ପଣା ସଂକ୍ରାନ୍ତି ଦିନ ମାଟିରେ ଏକ ହନୁମାନ ମୂର୍ତ୍ତି ତିଆରି ହୁଏ। ପୂର୍ବ ଦିନ ତୋଳା ଯାଇଥିବା ଖଜୁରୀକୁ ହନୁମାନଙ୍କୁ ସମର୍ପଣ କରାଯାଇ ପୂଜା ସମାପନ ହୁଏ। ସଂକ୍ରାନ୍ତି ପର ଦିନ ମା’ ଭଗବତୀ ଙ୍କୁ ପୂଜା କରାଯାଏ ବୋଲି କହିଛନ୍ତି ମାନସିକଧାରୀ କାଉଡିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.