ଭୀମ ଜଳାଇବାକୁ ଚାହୁଁଥିଲେ ବଡ଼ ଭାଇ ଯୁଧିଷ୍ଠିରଙ୍କ ହାତ, କଣ ରହିଛି ଏହି ପଛର ରହସ୍ୟ ଜାଣନ୍ତୁ

ମହାଭାରତ ଏବଂ ଏଥିସହ ଜଡ଼ିତ ପ୍ରମୁଖ ଚରିତ୍ର ଅର୍ଥାତ୍ ପାଞ୍ଚ ପାଣ୍ଡବଙ୍କ ସହ ଆପଣ ବେଶ ପରିଚିତ ଥିବେ। କଥାରେ ରହିଛି ଭୀମ, ଅର୍ଜୁନ, ନକୁଳ ଏବଂ ସହଦେବ ତାଙ୍କ ବଡ଼ଭାଇ ଯୁଧିଷ୍ଠରଙ୍କର ଖୁବ ସମ୍ମାନ କରୁଥିଲେ । କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ଭୀମ ନିଜ ବଡ଼ ଭାଇ ଯୁଧିଷ୍ଠରଙ୍କ ଉପରେ ଖୁବ କ୍ରୋଧିତ ହେଇ ଯାଇଥିଲେ। ଏପରିକି ତାଙ୍କର ହାତ ଜଳାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। କଣ ଆପଣ ଜାଣିଛନ୍ତି ଏହା ପଛର ରୋଚକ କାହାଣୀ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

Duryodhan

ପୌରାଣୀକ କଥାନୁଯାୟୀ, ଯୁଧିଷ୍ଠିର ଯେବେ ଜୁଆରେ ଦ୍ରୋପଦୀଙ୍କୁ ହାରି ଯାଇଥିଲେ। ସେହି ସମୟରେ ଦ୍ରୋପଦୀଙ୍କୁ ସଭା ମଧ୍ୟକୁ ଡ଼ାକି ତାଙ୍କୁ ଖୁବ୍ ଅପମାନିତ କରାଯାଇଥିଲା। ଏହା ଦେଖି ଭୀମ ଖୁବ କ୍ରୋଧିତ ହୋଇଥିଲେ। ଯାହାପରେ ସେ ଯୁଧିଷ୍ଠିରଙ୍କୁ କହିଥିଲେ, ଆପଣ ଜୁଆରେ ଧନ ହାରିଲେ ସେଥିପାଇଁ ମୁଁ କ୍ରୋଧିତ ନାହିଁ। କିନ୍ତୁ ଆପଣ ଦ୍ରୋପଦୀକୁ ଜୁଆରେ ବାଜି ଲଗାଇ ତାକୁ ମଧ୍ୟ ହାରି ଗଲେ ତାହା ଉଚିତ୍ କଥା ନୁହଁ।

mahabharat 2

ଏହି ସମୟରେ ଭୀମ ଯୁଧିଷ୍ଟରଙ୍କୁ କହିଥିଲେ, ଦ୍ରୋପଦୀ କୌଣସି ଅପମାନର ଯୋଗ୍ୟ ନୁହଁନ୍ତି। କିନ୍ତୁ ଆପଣଙ୍କ କାରଣରୁ କୌରବଙ୍କ ସଭା ମଧ୍ୟରେ ଦ୍ରୋପଦୀଙ୍କୁ ଏତେ ଅପମାନର ସାମ୍ନା କରିବାକୁ ପଡ଼ିଲା। ତାଙ୍କ ହିସାବରେ ଦ୍ରୋପଦୀଙ୍କ ଏପରି ଦୁର୍ଦ୍ଦଶାର କାରଣ ଯୁଧିଷ୍ଠର ବୋଲି ସେ କହିଥିଲେ। ଏଥିପାଇଁ ମୁଁ ଆପଣଙ୍କ ହାତକୁ ଜଳାଇଦେବି।

ନିଶ୍ଚିତ ପଢ଼ନ୍ତୁ:କଣ ପୃଥିବୀ ମୁଣ୍ଡାଇଛନ୍ତି ଶେଷନାଗ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଏହାପରେ ଯୁଧିଷ୍ଠିରଙ୍କ ଦୁଇହାତ ଜଳାଇବାକୁ ଭୀମ ସହଦେବଙ୍କୁ ନିଆଁ ଆଣିବାକୁ କହିଥିଲେ। କିନ୍ତୁ ପରବର୍ତ୍ତି ମୂହୁର୍ତ୍ତରେ ଅର୍ଜୁନ ସ୍ଥିତିକୁ ସମ୍ଭାଳିଥିଲେ। ସେ କହିଥିଲେ ଯୁଧିଷ୍ଟିରଙ୍କ ଏଥିରେ କୌଣସି ଭୁଲ ରହିନାହିଁ। କାରଣ ସେ କ୍ଷତ୍ରୀୟ ଧର୍ମ ହିସାବରେ ଜୁଆ ଖେଳିଥିଲେ। ଯାହାପରେ ଭୀମଙ୍କ କ୍ରୋଧ କିଛି ମାତ୍ରାରେ କମ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.