ଭାରତର ଏହି ମନ୍ଦିରରେ ଆଜି ମଧ୍ୟ ଚାଲିଛି ତନ୍ତ୍ର ସାଧନା

ଗୁଣିଗାରାଡ଼ି ଏବଂ ତନ୍ତ୍ରମନ୍ତ୍ର ଆଦି ଆମେ କେବଳ କାହାଣୀରେ ଶୁଣିଛନ୍ତି । ତେବେ ଆଜିର ସମୟରେ ପ୍ରକୃତରେ ତନ୍ତ୍ର ବିଦ୍ୟାର ପ୍ରୟୋଗ ରହିଛି କି ନାହିଁ ତାହା ସଠିକ ଭାବେ କହିହେବ ନାହିଁ । ତେବେ ଭାରତରେ ଏପରି ଅନେକ ମନ୍ଦିର ରହିଛି ଯେଉଁଠାରେ ପୂଜା ନାମରେ କରାଯାଇଥାଏ ତନ୍ତ୍ର ସାଧନା । ଏଥିପାଇଁ ଏହି ମନ୍ଦିରକୁ ଯିବା ପାଇଁ ଲୋକ ଭୟ କରିଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି ମନ୍ଦିର ବିଷୟରେ

ଓଡ଼ିଶାର ବେତାଳ ମନ୍ଦିର

Vaital-Temple Bhubaneswar Khurdaଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ଅଷ୍ଠମ ଶତାବ୍ଦୀରୁ ନିର୍ମିତ ହୋଇଥିଲା ବେତାଳ ମନ୍ଦିର । ଏହି ମନ୍ଦିରରେ ଶକ୍ତିଶାଳୀ ଚାମୁଣ୍ଡାଙ୍କର ମାଁ କାଳୀଙ୍କର ରୁପ ପୂଜା ପାଆନ୍ତି । ଏହି ମନ୍ଦିରରେ ସବୁବେଳେ ତାନ୍ତ୍ରୀକ ସାଧାନ କରାଯାଇଥାଏ।

ହିମାଞ୍ଚଳ ପ୍ରଦେଶର ବେଜନାଥ ମନ୍ଦିର

bejnath templeଏହି ମନ୍ଦିରରେ ଶିବ ଭଗବାନଙ୍କର ଆରଧାନ କରାଯାଇଥାଏ। ମନ୍ଦିରରେ ଶିବ ଭଗବାନ ଲିଙ୍ଗ ରୂପରେ ବିଦ୍ୟମାନ ଅଛନ୍ତି। ଏହି ମନ୍ଦିରର ପରିସରରେ ଥିବା ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଭଲ ହୋଇଥାଏ । ଏହି ମନ୍ଦିର ଖାସ କରି ତାନ୍ତ୍ରିକ ସାଧାନ ପାଇଁ ଜଣାଯାଏ ।

କୋଲକାତାର କାଳୀଘାଟ ମନ୍ଦିର

Kalighat Temple Kolkataକୋଲକତାର କାଳୀଘାଟ ମନ୍ଦିର ମୁଖ୍ୟତଃ ତାନ୍ତ୍ରୀକ ସାଧନା ପାଇଁ ପ୍ରସିଦ୍ଦ । ଏଥିପାଇଁ ମଧ୍ୟ ଏହି ମନ୍ଦିରରେ ଲୋକଙ୍କର ଅଧିକ ଭିଡ଼ ଜମିଥାଏ ବୋଲି କୁହାଯାଇଥାଏ। ଏପରି ମଧ୍ୟ କୁହାଯାଇଥାଏ କି ଏହି ମନ୍ଦିରରେ ସତୀଙ୍କର ଆଙ୍ଗୁଠୀ ପଡ଼ିଥିଲା ।

ଆସାମର କାମାକ୍ଷା ମନ୍ଦିର

kamakhya templeଆସାମ ଗୋହାଟି ଷ୍ଟେଶନର ୧୦ କିଲୋମିଟର ଦୂରରେ ଥିବା ନିଳାଞ୍ଚଳ ପାହାଡ଼ ଠାରେ ଉପସ୍ଥିତ । ଏହି ମନ୍ଦିରଠାରେ ତନ୍ତ୍ର ବିଦ୍ୟା ଉତ୍ପତି ହୋଇଛି ବୋଲି କୁହାଯାଇଥାଏ । ସତୀଙ୍କର ଶରୀରର ଏକ ଭାଗ ସେଠାରେ ପଡ଼ିଥିଲା ସେଥିପାଇଁ ସେହି ସ୍ଥାନରେ ଏହି ମନ୍ଦିର ପ୍ରସ୍ତୁତ କରାଯାଇଛି ବୋଳି କୁହାଯାଇଥାଏ।

ମାଉନଟାବୁ ସିରୋହୀର ଉଚଲେଶ୍ୱର ମହାଦେବ ମନ୍ଦିର

kamakhya templeଉଚଲାଶ୍ୱର ମହାଦେବ ମନ୍ଦିର ରାଜସ୍ଥାନର ହିଲଷ୍ଟେଶନ ମାଉନଟାବୁ ଠାରେ ଅବସ୍ଥିତ । ଏହି ମନ୍ଦିରରେ ଭଗବାନ ଶିବଙ୍କର ଆଙ୍ଗୁଠି ପୂଜା ପାଇଥାଏ। ଏହି ମନ୍ଦିରରେ ଥିବା ଶିବ ଲିଙ୍ଗ ଦିନକୁ ତିନି ଥର ଏହାର ରଙ୍ଗ ବଦଳି ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.