ଆଜି ଜାକର୍ତ୍ତା ଏସୀୟ କ୍ରୀଡ଼ାର ଉଦଯାପନ, ଚୀନକୁ ମିଳିଲା ୧୩୨ ସ୍ବର୍ଣ୍ଣ

ନୂଆଦିଲ୍ଲୀ : ଆଜି ଜାକର୍ତ୍ତାରେ ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଉଦଯାପନ । ଦୀର୍ଘ ୧୫ ଦିନରୁ ଊର୍ଦ୍ଧ୍ବ ସମୟ ଧରି ଅଗଷ୍ଟ ୧୮ ତାରିଖରୁ ଇଣ୍ଡୋନେସିଆର ଦୁଇଟି ସହର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଚାଲିଥିବା ଏସିଆ ମହାଦେଶର ଏହି ମେଗା କ୍ରୀଡ଼ା ପ୍ରତିଯୋଗିତା ଆଜି ଶେଷ ହେବ । ଜାକର୍ତ୍ତାର ଗେଲୋରା ବଙ୍ଗ କାରନୋ ଷ୍ଟାଡିୟମରେ ସନ୍ଧ୍ୟା ୫.୩୦ ମିନିଟରୁ ଆରମ୍ଭ ହେବ ଉଦଯାପନ ଉତ୍ସବ କାର୍ଯକ୍ରମ । ପରବର୍ତ୍ତୀ କ୍ରୀଡ଼ା ୨୦୨୨ରେ ଚୀନର ହାଙ୍ଗଝୁରେ ଆୟୋଜିତ ହେବ । ଚଳିତ କ୍ରୀଡ଼ାରେ ଚୀନ୍ ସର୍ବାଧିକ ୨୮୯ଟି ପଦକ ଜିତି ପଦକ ତାଲିକାର ଶୀର୍ଷରେ ରହିଛି । ଏଥିରେ ରହିଛି ୧୩୨ ସ୍ବର୍ଣ୍ଣ, ୯୨ଟି ରୌପ୍ୟ ଏବଂ ୬୫ଟି ବ୍ରୋଞ୍ଜ ପଦକ । ଚୀନ୍ ପଛକୁ ଦ୍ବିତୀୟ ସ୍ଥାନରେ ଅଛି ଜାପାନ । ଜାପାନ ୭୪ ସ୍ବର୍ଣ୍ଣ, ୫୬ ରୌପ୍ୟ ଏବଂ ୭୪ ବ୍ରୋଞ୍ଜ୍ ସହ ୨୦୪ଟି ପଦକ ଜିତିଛି । ୩ୟ ସ୍ଥାନରେ ଥିବା ଦକ୍ଷିଣ କୋରିଆ ୧୭୬ ପଦକ (୪୯ ସ୍ବର୍ଣ୍ଣ, ୫୭ ରୌପ୍ୟ, ୭୦ ବ୍ରୋଞ୍ଜ) ହାସଲ କରିଛି । ଆୟୋଜକ ଇଣ୍ଡାନେସିଆ ଚତୁର୍ଥ (୩୧-୨୪-୪୩ ମୋଟ୍ ୯୮)  ଓ ଉଜବେକିସ୍ତାନ ପଞ୍ଚମ (୨୧-୨୪-୨୫ ମୋଟ୍ ୭୦) ସ୍ଥାନରେ ରହିଛନ୍ତି ।

ଉଦଯାପନୀରେ ଧ୍ବଜା ଧରିବେ ରାଣୀ

ଭାରତ ଏଥର ଏସୀୟ କ୍ରୀଡ଼ାରେ ସର୍ବାଧିକ ପଦକ ଜିତି ନିଜ ରେକର୍ଡ଼ରେ ଉନ୍ନତି ଆଣିଛି । ତେବେ ଶ୍ରେଷ୍ଠ ୫ଟି ସ୍ଥାନ ମଧ୍ୟରେ ରହିବାକୁ ସମର୍ଥ ହୋଇନାହିଁ । ମୋଟ୍ ୬୯ଟି ପଦକ ଜିତି ଭାରତୀୟ ଦଳ ରହିଛି ଅଷ୍ଟମ ସ୍ଥାନରେ । ଏଥିରେ ରହିଛି ୧୫ଟି ସ୍ବର୍ଣ୍ଣ, ୨୪ଟି ରୌପ୍ୟ ଏବଂ ୩୦ଟି ବ୍ରୋଞ୍ଜ ପଦକ । ଭାରତ ଜିତିଥିବା ୧୫ଟି ସ୍ବର୍ଣ୍ଣ ମଧ୍ୟରୁ ୯ଟି ଜିତିଛନ୍ତି ଆଥଲେଟମାନେ । ୨୦୧୦ ଗୁଆଙ୍ଗଝୁ ଏସୀୟ କ୍ରୀଡ଼ାରେ ଭାରତ ସର୍ବାଧିକ ୬୫ଟି ପଦକ ଜିତିଥିଲା । ନୀରଜ ଚୋପ୍ରା, ହିମା ଦାସ, ଦୂତି ଚାନ୍ଦ, ତେିଜିନ୍ଦରପାଲ ସିଂହ ତୁର, ବିନେଶ ଫୋଗଟ, ସୌରଭ ଚୌଧୁରୀଙ୍କ ଭଳି ଅନେକ ଖେଳାଳି ଦେଶର ଭବିଷ୍ୟତ ବୋଲି ସୂଚାଇ ଦେଇଛନ୍ତି । ୬୭ ବର୍ଷ ଭିତରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ । ସର୍ବାଧିକ ସ୍ବର୍ଣ୍ଣ ପଦକ ଜିତିଛି ଏସୀୟ କ୍ରୀଡ଼ାରେ ।

RANI RAMPAL

ଆଜିର ଉଦଯାପନୀ ଉତ୍ସବ ମାର୍ଚ୍ଚପାଷ୍ଟରେ ଭାରତୀୟ ଦଳ ପକ୍ଷରୁ ଧ୍ବଜା ଧରିବେ ରୌପ୍ୟ ପଦକ ବିଜେତା ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ । ଉଦଘାଟନୀ ଉତ୍ସବରେ ଜାତୀୟ ପତାକା ଧରିଥିଲେ ଜାଭେଲିନ୍ ପିଙ୍ଗାଳି ତଥା ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ।

ସାଂସ୍କ୍‌ତିକ କାର୍ଯକ୍ରମ

CULTURAL

ଉଦଘାଟନୀ ଭଳି ଉଦଯାପନୀ ଉତ୍ସବରେ ମଧ୍ୟ ଦେଖିବାକୁ ମିଳିବ ଆକର୍ଷଣୀୟ ସାଂସ୍କ୍‌ତିକ କାର୍ଯକ୍ରମ । ଇଷ୍ଡୋନେସିଆର ବଡ଼ ବଡ଼ ସେଲିବ୍ରିଟି ସୁପରଷ୍ଟାର ଏଥିରେ ଭାଗ ନେବେ । ତା ସହିତ ଦେଶର ସଂସ୍କ୍‌ତି ଉପରେ ପର୍ଯବସିତ କାର୍ଯକ୍ରମ ପରିବେଷିତ ହେବ । ଆଜି କେବଳ ଟ୍ରାୟଥଲନ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.