Below header

ଥରେ ଦେଖି କୁହନ୍ତୁ ତ ଡ଼ଙ୍ଗାଟି ଆକାଶରେ ଉଡୁଛି ନା ନଦୀରେ ଭାସୁଛି !

ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏକ ଡ଼ଙ୍ଗାର ଫଟୋକୁ ଖୁବ ଭାଇରାଲ କରାଯାଉଛି । ଖାଲି ଡ଼ଙ୍ଗା ନୁହେଁ ଏଥିରେ ଚାରି ଜଣ ବସିଛନ୍ତି ଆଉ ନଦୀରେ ଯାତ୍ରା କରୁଛନ୍ତି । ଆପଣ ଭାବୁଥିବେ ଏଥିରେ କଣ ସ୍ପେଶାଲ ରହିଛି । ପ୍ରକୃତରେ ଟ୍ୱିଟରରେ ଏହାର ଭିଡିଓ ଖୁବ ଭାଇରାଲ ହେଉଛି । ମନ୍ତ୍ରାଳୟ ପକ୍ଷରୁ ଏହି ଫଟୋଟିକୁ ସେୟାର କରାଯିବା ପଛରେ ବି ଏକ ବିଶେଷ କାରଣ ରହିଛି । ଫଟୋଟିରେ ଆପଣ ଦେଖିପାରିବେଯେ ଏହି ନଦୀର ଜଳ କାଚ ପରି ଏତେ ସ୍ୱଚ୍ଛଯେ ନଦୀ ଗଭୀରରେ ଥିବା ଗଛ, ପଥର ସମେତ ଅନ୍ୟାନ ଜିନିଷ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । ଆଉ ଏକ ଆଶ୍ଚର୍ଯ୍ୟର କଥା ଯେ ବୋଟ ଭାସୁଥିବା ଦୃଶ୍ୟ ଏମିତି ଦେଖାଯାଉଛିଯେ ଯେମିତି ଲାଗୁଛି ମଝି ଆକାଶରେ ଡ଼ଙ୍ଗାଟି ଉଡୁଛି । ଟ୍ୱିଟରୁ ଜଣାପଡିଛିଯେ ଏହି ଫଟୋଟି ମେଘାଳୟର ଉମନଗୋଟ ନଦୀର । ଏକ ଡ଼ଙ୍ଗାରେ ୫ ଜଣ ବ୍ୟକ୍ତି ବସି ନଦୀ ପାର ହେଉଛନ୍ତି । ଯେବେକି ଜଣେ ବ୍ୟକ୍ତି ନୌକାଚାଳନା କରୁଥିବାର ନଜର ଆସିଛନ୍ତି ।

 

 

 

ନଦୀର ଜଳକୁ ସଫା ଓ ସ୍ୱଚ୍ଛ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭେଇଥିବା ରାଜ୍ୟବାସୀଙ୍କୁ ମନ୍ତ୍ରାଳୟ ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ଜଳଶକ୍ତି ବିଭାଗ ପକ୍ଷରୁ ଏହା ମଧ୍ୟ ସୂଚନା ଦିଆଯାଇଛିଯେ ଏହା ହେଉଛି ବିଶ୍ୱର ସବୁଠାରୁ ସ୍ୱଚ୍ଛ ନଦୀ ମାନଙ୍କ ମଧ୍ୟରୁ ଗୋଟିଏ । କହିରଖିବା ଉଚିତ ହେବକି ମେଘାଳୟର ରାଜଧାନୀ ସିଲଂଗ ଠାରୁ ପ୍ରାୟ ୧୦୦  କିମି ଦୂରରେ ଏହି ନଦୀର ଅବସ୍ଥିତି । ଏହି ଗୋଟିଏ ନଦୀ ନୁହେଁ ମେଘାଳୟର ଅନ୍ୟ ନଦୀ ଗୁଡିକର ଜଳ ବି ଖୁବ ସ୍ୱଚ୍ଛ । ଫଟୋଟିକୁ ସେୟାର କରାଯିବାର ମାତ୍ର କିଛି ସମୟ ଭିତରେ ୧୯ ହଜାର ଲାଇକ ମିଳିବା ସହିତ ୩ ହଜାରଟି ରିଟ୍ୱିଟ ମିଳିସାରିଲାଣି । କିଛି ଲୋକ ଏହି ନଦୀର ଦୃଶ୍ୟ ଦେଖି ଆବାକ ହୋଇଯାଇଥିବା ବେଳେ କିଛି ଜଣ କମେଣ୍ଟରେ ଲେଖିଛନ୍ତିକି ଉମନଗୋଟ ନଦୀ ବିଷୟରେ ଜାଣିବା ପରେ ଅଧିକରୁ ଅଧିକ ଲୋକ ଏଠାକୁ ଆସି ଦୂଷିତ କରିବାର ଅଧିକ ଆଶଙ୍କା ରହିଥିବା ନେଇ କମେଣ୍ଟରେ ଲେଖିଛନ୍ତି ।

ଭାରତରେ ନଦୀଜଳ ପ୍ରଦୂଷଣ ହେବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ସହର ମାନଙ୍କରେ ଥିବା ବିଭିନ୍ନ କଳକାରଖାନା ମାନଙ୍କର ଜଳ ନଦୀକୁ ଛଡ଼ାଯିବା । ନିକଟରେ ଛଟ ପୂଜା ସମୟରେ ଯମୁନା ନଦୀରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା । ମହିଳା ମାନେ ନଦୀରେ ବୁଡ଼ ପକାଇବାକୁ ଯିବା ସମୟରେ ନଦୀର ଉପରି ଭାଗରେ ଏମୋନିଆ ଯୁକ୍ତ ଫେଣ ଦେଖିବାକୁ ମିଳିଥିଲା । ଦିଲ୍ଲୀ ଜଳବୋର୍ଡ ତରଫରୁ କିଛି ଲୋକଙ୍କୁ ସ୍ୱତନ୍ତ୍ର ଭାବରେ ନିଯୁକ୍ତ କରାଯାଇଥିଲା | ଯାହା ଦ୍ୱାରା ସେମାନେ ଆସୁଥିବା ଭକ୍ତ ମାନଙ୍କୁ ପାଣିରେ ବୁଡ଼ ପକେଇବା ବଦଳରେ କେବଳ ଛିଞ୍ଚି ହେବାକୁ ପରାମର୍ଶ ଦେଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.