Below header

ଅନ୍‌ଲାଇନ୍‌ରେ ହେବନି CBSE, ICSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା, ପିଟିସନ୍‌କୁ SC ଙ୍କ ଖାରଜ

ସିବିଏସ୍‌ଇ ଓ ଆଇସିଏସ୍‌ଇର ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀଙ୍କ ହାଇବ୍ରିଡ୍‌ ମାଧ୍ୟମ ବା ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ମନା କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଏବେ ଆରମ୍ଭ ହୋଇଯାଇଛି। ଏଣୁ ଏହି ମାମଲାରେ ବର୍ତ୍ତମାନ ହସ୍ତକ୍ଷେପ କରିବା ଓ ପରୀକ୍ଷାରେ ବାଧା ସୃଷ୍ଟି କରିବା ଉଚିତ ହେବ ନାହିଁ ବୋଲି କହିଛନ୍ତି ଉଚ୍ଚତମ ନ୍ୟାୟାଳୟ।

ସୂଚନାଯୋଗ୍ୟ ଯେ ସିବିଏସ୍‌ଇ ଓ ଆଇସିଏସ୍‌ଇର ଦଶମ ଓ ଦ୍ୱାଦଶର ଟର୍ମ ପରୀକ୍ଷା ଏବେ ଚାଲିଛି। ଏଥିପାଇଁ କୋର୍ଟରେ ପିଟିସନ୍‌ ଦାଖଲ କରି ପରୀକ୍ଷାକୁ ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ କରିବାକୁ କୁହାଯାଉଥିଲା। କିନ୍ତୁ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। କୋର୍ଟ ଏହି ପିଟିସନ୍‌କୁ ଖାରଜ କରି କ’ଣ କହିଛନ୍ତି…

  • ସୁପ୍ରିମ୍‌କୋର୍ଟ ହାଇବ୍ରିଡ୍‌ ପରୀକ୍ଷାକୁ ମନା କରିଛନ୍ତି
  • ପରୀକ୍ଷା ମୋଡ୍‌ରେ ପରିବର୍ତ୍ତନ ହେବ ନାହିଁ
  • ପରୀକ୍ଷା କେବଳ ଅଫ୍‌ଲାଇନ୍‌ରେ ହେବ
  • ପରୀକ୍ଷା ଆରମ୍ଭ ହୋଇଯାଇଛି ଏଣୁ ଏବେ ହସ୍ତକ୍ଷେପ କରିବା ଉଚିତ ହେବ ନାହିଁ।

କୋର୍ଟ କହିଛନ୍ତି, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ପ୍ରଥମ ଟର୍ମ ପରୀକ୍ଷା ୧୬ ନଭେମ୍ବରରୁ ଆରମ୍ଭ ହୋଇଛି। ସେହିପରି କାଉନ୍‌ସିଲ ଫର ଦ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏଗ୍‌ଜାମିନେସନ୍‌ (ସିଆଇଏସ୍‌ସିଇ)ର ବୋର୍ଡ ପରୀକ୍ଷାର ପ୍ରଥମ ସେମିଷ୍ଟାର ପରୀକ୍ଷା ୨୨ ନଭେମ୍ବରରୁ ଆରମ୍ଭ ହେବ। ଏଣୁ ଏବେ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ।

ପ୍ରକାଶ ଯେ CBSE, ICSE ଦଶମ ଓ ଦ୍ୱାଦଶ ଟର୍ମ ୧ ବୋର୍ଡ ପରୀକ୍ଷାକୁ ଉଭୟ ଅନଲାଇନ ଓ ଅଫଲାଇନ ମୋଡ଼ରେ କରିବାକୁ ୬ ଜଣ ଛାତ୍ରଛାତ୍ରୀ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଅଫ୍‌ଲାଇନ ପରୀକ୍ଷାରେ କରୋନା ସଂକ୍ରମଣ ବ୍ୟାପିବାର ଭୟ ରହିଛି ଓ ଏହା ସ୍ୱାସ୍ଥ୍ୟଗତ ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ଛାତ୍ରଛାତ୍ରୀ ଆବେଦନରେ ଦର୍ଶାଇଥିଲେ। ଜଷ୍ଟିସ ଏମ୍‌ ଖାନଓ୍ଵିଲକର, ଜଷ୍ଟିସ ସିଟି ରଭିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି। ଶିକ୍ଷା ବ୍ୟବସ୍ଥା ସହ କୌଣସି ଗଡ଼ବଡ଼ କରନି। ଶେଷ ମୁହୂର୍ତ୍ତରେ ଆବେଦନ କରିଯାଇଥିବାରୁ ଏହାର ବିଚାର କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ସାମାଜିକ ଦୂରତା ଓ କରୋନା କଟକଣା ମାନି ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.