Below header

ବଢୁଥିବା ପ୍ରଦୂଷଣ କାରଣରୁ ଦୁର୍ବଳ ହେଉଛି ଶରୀରର ଅସ୍ଥି, ବଢୁଛି କ୍ୟାନ୍ସର ଓ ଷ୍ଟ୍ରୋକର ସମସ୍ୟା ଜାଣନ୍ତୁ ଏନେଇ କଣ କହିଲେ ଗବେଷକ

ନୂଆଦିଲ୍ଲୀ: ପ୍ରଦୂଷଣ କାରଣରୁ ଦିନକୁ ଦିନ ଦେଶବାସୀଙ୍କ ଅସ୍ଥି ଦୁର୍ବଳ ହେବାରେ ଲାଗିଛି ଏହାସହିତ ଫୁସଫୁସ କ୍ୟାନ୍ସର, ଷ୍ଟ୍ରୋକ, ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଇତ୍ୟାଦି ସମସ୍ୟା ଦେଖିବାକୁ ମିଳୁଛି । ଗବେଷକଙ୍କ ଅନୁଯାୟୀ ବାୟୁ ପ୍ରଦୂଷଣ ଦେହର ମାଂସପେଶୀ ଓ ଅସ୍ଥି ଉପରେ କେଉଁ ପ୍ରକାର ପ୍ରଭାବ ପକାଉଛି ସେଥିପାଇଁ ସେମାନେ ହାଇଦ୍ରାବାଦ ନିକଟସ୍ଥ ୨୮ଟି ଗ୍ରାମର ୭୮୦୦ ଲୋକଙ୍କ ଉପରେ ଗବେଷଣା କରିଥିଲେ ।

ସୂଚନା ଅନୁଯାୟୀ ଯଦି ଆଖପାଖର ବାୟୁରେ ପ୍ରଦୂଷଣ ସୃଷ୍ଟି କରୁଥିବା ଧୂଳିକଣା ରହିଥାଏ ତାହେଲେ ଏହାର ପ୍ରଭାବ ସିଧାସଳଖ ଲୋକମାନଙ୍କ ଅସ୍ଥି ଉପରେ ପଡିଥାଏ । ତେବେ ଜଣେ ଗବେଷକ କହିଥିଲେ ଯେ ଆମର ଅଧ୍ୟୟନ ପ୍ରଦୂଷଣ ଏବଂ ଅସ୍ଥି ସମ୍ବନ୍ଧକୁ ନେଇ ସୀମିତ ଏବଂ ଏପରି କିଛି ନିଷ୍କର୍ସ ମିଳିଛି ଯାହାକି ଅନ୍ତିମ ନୁହେଁ । ଏହା ବ୍ୟତୀତ ସେ କହିଛନ୍ତି ଯେ ପ୍ରଦୂଷଣ କଣିକା ମଣିଷର ନିଶ୍ୱାସ ସହିତ ଶରୀର ଭିତରକୁ ଯାଇ ଅକ୍ସିଡେଟିଭ ଷ୍ଟ୍ରେସ ସୃଷ୍ଟି କରାଇଥାଏ ଏବଂ ଇନଫ୍ଲେମେସନ କାରଣରୁ ହାଡ଼ ମଧ୍ୟରେ ଥିବା ସାନ୍ଦ୍ରତା କମ ହୋଇଯାଇଥାଏ ।

Image result for bones weakened pollution increased risk of cancer and stroke in the country

 

ଅଧ୍ୟୟନ ପାଇଁ ଗବେଷକମାନେ ସ୍ଥାନୀୟ ଆବଶ୍ୟକତା ଅନୁସାରେ ବିକଶିତ ମଡେଲ ଆପଣେଇଥିଲେ ଯାହାଦ୍ୱାରା ଜଣାପଡିଥିଲା ଯେ ନିଜଘର ରହୁଥିବା କୌଣସି ବ୍ୟକ୍ତି ଉପରେ ପ୍ରଦୂଷିତ କଣିକା ଗୁଡିକର କେତେ ମାତ୍ରାରେ ପ୍ରଭାବ ପଡିଥାଏ ଏବଂ କଳା କାର୍ବନର କେତେ ପ୍ରଭାବ ପଡିଥାଏ । ଏହାବ୍ୟତୀତ ଗବେଷକମାନେ ଲୋକମାନଙ୍କୁ ଅନେକ ପ୍ରଶ୍ନ ମଧ୍ୟ ପଚାରିଥିଲେ ଯେପରିକି ରୋଷେଇଘରେ ଆପଣ କେଉଁ ପ୍ରକାର ଇନ୍ଧନ ବ୍ୟବହାର କରୁଛନ୍ତି ଇତ୍ୟାଦି ।

Image result for bones weakened pollution increased risk of cancer and stroke in the country

ଗବେଷକମାନେ ମିଳିଥିବା ସୂଚନା ସମ୍ବନ୍ଧରେ ଅସ୍ଥିକୁ ଯୋଡିବା ପାଇଁ ଏକ ବିଶେଷ ପ୍ରକାରର ରେଡିଓଗ୍ରାଫିର ପ୍ରୟୋଗ କରିବା ପାଇଁ ମେରୁଦଣ୍ଡର ହାଡ଼ ଏବଂ ବାମ ପଟ ପିଚାର ସାନ୍ଦ୍ରତା ମାପିଥିଲେ । ଏହିସବୁରୁ ଜଣା ପଡିଥିଲା ଯେ ଆଖପାଖର ବାୟୁରେ ପିଏମର ମାତ୍ରା ୨,୫ ବଦଳରେ ୩୨.୮ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ ମିଟର ବାୟୁ ରହିଛି ଯାହାକି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ନିର୍ଦ୍ଧାରିତ ସ୍ତରରୁ ବହୁତ ଅଧିକ । ତେବେ ଏହି ଅଧ୍ୟୟନରେ ବାୟୁ ପ୍ରଦୂଷଣ ଏବଂ ଶରୀରର ହାଡ ଦୁର୍ବଳ ହେବାରେ ଏକ ପ୍ରକାର ସମ୍ବନ୍ଧ ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.