Below header

ପୋଡି ଯାଉଥିଲା ମା କିନ୍ତୁ ମରିପାରୁନଥିଲା ମମତା, ମା’କୁ ବଞ୍ଚାଇବାକୁ ଶିଶୁ କରୁଥିଲା ଆକୁଳ ନିବେଦନ, ପରେ ଘଟିଲା କିଛି ଏଭଳି

ଉତ୍ତରପ୍ରଦେଶର କନ୍ନୋଜ ଜିଲ୍ଲାରେ ଶୁକ୍ରବାର ହୋଇଥିଲା ସ୍ଲିପର ବସ ସହ ଟ୍ରକର ଧକ୍କା । ଯାହା ଫଳରେ ବସରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଏହି ଘଟଣା ଏବେ ସାର ଦେଶକୁ ସ୍ତବ୍ଧ କରିଦେଇଛି। ପାଖା ପାଖି ୨୦ରୁ ଅଧିକ ଲୋକଙ୍କ ପ୍ରାଣ ବାୟୂ ଏହି ଦୁର୍ଘଟଣାରେ ଉଡିଯାଇଛି। ବସଟି ଏତେ ମାତ୍ରାରେ ଜଳି ଯାଇଥିଲା ଯେ ସେଥିରେ ଥିବା ୨୦ରୁ ଅଧିକ ଯାତ୍ରୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ପଡିରହିଛି। ଯାହା ଫଳରେ ସେମାନଙ୍କୁ ଚିହ୍ନିବା କଷ୍ଟସାଧ୍ୟ ହୋଇପଡିଛି । ପୋଲିସ ଆଇଜି କହିଛନ୍ତି ମରଶରୀରର ଡିଏନଏ ଟେଷ୍ଟ ପରେ ପ୍ରକୃତ ପରିଚୟ ମିଳିପାରିବ । ପ୍ରଥମରୁ ବସ ମଧ୍ୟରେ ୮ରୁ ୧୦ ଲୋକ ଫସିଥିବା ନେଇ ଅନୁମାନ କରାଯାଉଥିଲା। କିନ୍ତୁ ବସରେ ଲାଗିଥିବା ଏତେ ଭିଷଣ  ନିଆଁକୁ ଆୟତ୍ତ ପରେ ବସରେ ୨୦ରୁ ଅଧିକ ମରଶରୀର ଥିବା ଜଣାଯାଇଛି । ଏବେ ପ୍ରତ୍ୟେକ ମରଶରୀରର ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରିବାକୁ ପଡିବ। ସୂଚନା ମୁତାବକ କନ୍ନୋଜର ଛିବରାମଓରୁ ଜୟପୁର ଯାଉଥିବା ଘରୋଇ ସ୍ଲିପର ବସ ଜେଟି ରୋଡରେ ଟ୍ରକ ସହ ଧକ୍କା ହୋଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ବସଟିରେ ନିଆଁ ଲାଗି ଯାଇଥିଲା।

बस और ट्रक में लगाई आग

ଚାହୁଁ ଚାହୁଁ  ବସଟିର ନିଆଁ  ଭୟଙ୍କର ରୂପ ଧାରଣ କଲା ।ବସରେ ଥିବା ସମସ୍ତ ଯାତ୍ରୀ ନିଆଁ ଲାଗିବା ପରେ ଚିତ୍କାର କରିଥିଲେ । କିଛି ଲୋକ ମଧ୍ୟ ବସର ଝରକା ଭାଙ୍ଗି ତଳକୁ ଡେଇଁଥିଲେ। ହେଲେ ଡେଇଁଥିବା ଲୋକେ ଗୁରୁତର ଆହତ ହୋଇଥିଲେ। ଏସବୁ ଦୃଶ୍ୟକୁ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ତ  ଲୋକେ ଦେଖୁଥିଲେ ଓ ଦମକଳ ବାହିନୀକୁ ଖବର ଦେବା ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁର କରାଳ ରୂପ ଆଗରେ ସବୁ ଉଦ୍ୟମ ବିଫଳ ହୋଇଯାଇଥିଲା।  ଏହି ସମୟରେ ଏକ ହୃଦୟ ବିଦାରକ ଘଟଣା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଏକ କୋମଳମତି ଶିଶୁ ବସର ଝରକା ଦେଇ ବାହାରକୁ ଆସିବାକୁ ଚେଷ୍ଟା  କରୁଥିଲା । ବାହାରେ ଥିବା ଲୋକ ମାନେ ମଧ୍ୟ ଶିଶୁଟିକୁ ଡେଇଁବାକୁ କହିଥିଲେ କିନ୍ତୁ ଶିଶୁଟି ବସ ଭିତରେ ଥିବା ନିଜ ମାକୁ ବାରମ୍ବାର ଦେଖୁଥିଲା । ଆଉ ମା‘କୁ ଉଦ୍ଧାର କରିବା ପାଇଁ  ବସ ନିକଟରେ ଥିବା ଲୋକଙ୍କୁ ଇସାରା କରୁଥିଲା । କିନ୍ତୁ ମା’କୁ ଉଦ୍ଧାର କରାଯାଇପାରିନଥିଲା।  ଯାହା ଫଳରେ ଝରକା ପାଖରେ ଠିଆ ହୋଇଥିବା ଶିଶୁର ଦେହରେ ଏକ ନିଆଁ ପିଣ୍ଡୁଳା  ମାଡ ହୋଇଥିଲା ଓ ସେହି ଠାରେ ହିଁ ଶିଶୁଟି ଜଳି ଯାଇଥିଲା। ଆଉ ନିମିଶକ ମଧ୍ୟରେ ଶିଶୁଟିର ଲିଭିଗଲା ଜୀବନ ପ୍ରଦୀପ

बस में लगी आग

ଏହା  ପରେ ବସଟିର ନିଆଁକୁ ଆୟତ୍ତ କରିବା ପାଇଁ ଦମକଳର ଗୋଟିଏ ଟିମ ଲାଗିଥିଲା।  ହେଲେ ବସର  ନିଆଁ ଏତେ ମାତ୍ରାରେ ଥିଲା ଯେ ଦମକଳ ଟ୍ୟାଙ୍କର ପାଣି ମଧ୍ୟ ସରିଯାଇଥିଲା ।  ଯାହା ଫଳରେ ନିକଟବର୍ତ୍ତୀ ଜନପଦ  ମୈନପୁରୀରୁ ଦମକଳ ଟ୍ୟାଙ୍କର  ମଗାଯାଇଥିଲା ଓ  ନିଆଁକୁ ଅୟତ୍ତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.