ପିଓକେକୁ ନେଇ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ, କହିଲେ ସଂସଦ ଇଚ୍ଛା କଲେ ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିବ

କେନ୍ୟୁଜ୍(ବ୍ୟୁରୋ): ପିଓକେକୁ ନେଇ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେଙ୍କ ବଡ଼ ବୟାନ। ସଂସଦ ଇଚ୍ଛା ପ୍ରକାଶ କଲେ ପାକ୍‌ ଅଧିକୃତ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସେନାମୁଖ୍ୟ ଜେନେରାଲ ନରଭାଣେ। ଏନେଇ ଆବଶ୍ୟକ ନିର୍ଦ୍ଦେଶ ମିଳିଲେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବୁ ବୋଲି ସେ କହିଛନ୍ତି। ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଦେଶର ସୁରକ୍ଷା ଆମର ପ୍ରାଥମିକତା ବୋଲି କହିଛନ୍ତି। ଏହାକୁ ନେଇ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ। ସେହିପରି ସିଡିଏସ ଗଠନକୁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ଏହାଦ୍ୱାରା ସେନାକୁ ଆହୁରି ସଶକ୍ତ କରାଯାଇପାରିବ। ତିନିସେନା ମଧ୍ୟରେ ତାଳମେଳ ରହିବା ଅପରିହାର୍ଯ୍ୟ। ଭବିଷ୍ୟତରେ କୌଣସି ପ୍ରକାର ବିପଦକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରି ସଜାଗ ରହିଥିବା ସେ କହିଛନ୍ତି। ଭାରତୀୟ ସେନା ବର୍ତ୍ତମାନ ସବୁଠାରୁ ଶକ୍ତିଶାଳୀ ଓ ସନ୍ତୁଳିତ। ତେବେ ପାକିସ୍ତାନ ଓ ଚୀନ ସୀମା ପଟରେ ସେନାକୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ସେନାମୁଖ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.