ଯୁବକଦ୍ୱୟଙ୍କ ଅଭିନୟ ଦେଖି ପୋଲିସ ବି ତାଜୁବ! ବିନା ହେଲମେଟରେ ଚଲାଉଥିଲେ ବାଇକ୍‌, ପୋଲିସକୁ ଦେଖି ହଠାତ୍‌ ହୋଇଗଲେ ଚାଷୀ; ଦେଖନ୍ତୁ ମଜାଳିଆ ଭିଡିଓ

ଆମମାନଙ୍କ ସୁରକ୍ଷା ପାଇଁ ଟ୍ରାଫିକ୍ ନିୟମ କରାଯାଇଛି। ରାସ୍ତାରେ ଯାଉଥିବା ଲୋକମାନେ ଯେପରି ସୁରକ୍ଷିତ ରହିବେ, ସେଥିପାଇଁ ନିୟମ ଲାଗୁ କରାଯାଇଛି। ଏଥିରେ ହେଲମେଟ ପିନ୍ଧିବାଠାରୁ ଆରମ୍ଭ କରି ସିଟ୍ ବେଲ୍ଟ ଲଗାଇବା ପର୍ଯ୍ୟନ୍ତ, ସବୁକିଛି ଅନ୍ତର୍ଭୁକ୍ତ ରହିଛି। କିନ୍ତୁ କିଛି ଲୋକ ଟ୍ରାଫିକ ପୋଲିସକୁ ମଧ୍ୟ ଚକ୍‌ମା ଦେବାକୁ ପଛାଉ ନାହାନ୍ତି। ଟ୍ରାଫିକ ନିୟମ ତ ଉଲ୍ଲଂଘନ କରୁଛନ୍ତି, ସେଥିରେ ପୁଣି ପୋଲିସ ଆଖିରେ ଧୂଳି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରୁଛନ୍ତି। ପୋଲିସକୁ ଧୋକା ଦେବାରେ ଟିକିଏ ବି ହେଳା କରୁ ନାହାନ୍ତି କିଛି ଅମାନିଆ ଲୋକ। ତେବେ କେତେକ ସ୍ଥାନରେ ଲୋକମାନେ ଟ୍ରାଫିକ୍ ନିୟମ ନ ମାନିବା ଏବଂ ଚାଲାଣରୁ ବର୍ତ୍ତିବା ପାଇଁ ବିଭିନ୍ନ ଟ୍ରିକ୍‌ ଆପଣାଉଥିବା ଦେଖିବାକୁ ମିଳୁଛି। ଏବେ ଏବେ ଇଣ୍ଡୋନେସିଆରୁ ଏମିତି ଏକ ମାମଲା ଭାଇରାଲ ହେବାରେ ଲାଗିଛି, ଯାହା ବିଷୟରେ ଜାଣିବା ପରେ ଆପଣ ହସି ହସି ବେଦମ୍‌ ହେବେ।

ଇଣ୍ଡୋନେସିଆରେ ଟ୍ରାଫିକ୍ ନିୟମ ମୁତାବକ, ବାଇକ୍ ଚଳାଇବା ସମୟରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ। ଭାରତରେ ମଧ୍ୟ ଏମିତି ହିଁ ନିୟମ ରହିଛି। କିନ୍ତୁ ଭାରତ ଭଳି ଇଣ୍ଡୋନେସିଆରେ ବି ଟ୍ରାଫିକ ନିୟମ ଭାଙ୍ଗିବାର ଲୋକଙ୍କର ଅଭ୍ୟାସ ରହିଛି। ଏମିତି ଦୁଇଜଣ ଯୁବକଙ୍କୁ ଇଣ୍ଡୋନେସିଆ ରାସ୍ତାରେ ଦେଖା ଯାଇଥିଲା, ଯେଉଁମାନେ ବିନା ହେଲମେଟରେ ହିଁ ବାଇକ୍ ଚଳାଉଥିଲେ। ଏହାପରେ ପୋଲିସ ସେମାନଙ୍କୁ ପିଛା କରିବା ଆରମ୍ଭ କରି ଦେଇଥିଲା। ତେବେ ଯୁବକଦ୍ୱୟ ପୋଲିସ ହାତରେ ଧରା ପଡ଼ିଯିବା ଭୟରେ ପାଖରେ ଥିବା ଏକ ଚାଷଜମିକୁ ଡେଇଁ ପଡିଥିଲେ। ଏହାପରେ ଉଭୟ ଜମିରେ ଘାସ କାଟିବାକୁ ଲାଗିଲେ। ଯେତେବେଳେ ପୋଲିସ ପହଞ୍ଚି ସେମାନଙ୍କୁ ପଚରାଉଚରା କଲା, ତ ଦୁହେଁ ନିଜକୁ ଚାଷୀ ବୋଲି ଦର୍ଶାଇଥିଲେ।

ଦୁଇଜଣ ଯୁବକ ନିଜକୁ ଓଭରସ୍ମାର୍ଟ ଭାବି ପୋଲିସକୁ ଚକ୍‌ମା ଦେବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ସେମାନେ ଏହା ଉପରେ ଧ୍ୟାନ ଦେଇ ନ ଥିଲେ ଯେ ଯେଉଁ କ୍ଷେତରେ ପଶି ସେମାନେ ଘାସ କାଟିବାର ଅଭିନୟ କରୁଛନ୍ତି, ବାସ୍ତବରେ ସେଠାରେ କିଛି ବି ଘାସ ନାହିଁ। ଏହା ଦେଖି ପୋଲିସ କର୍ମଚାରୀମାନେ ଜୋରରେ ହସିବାକୁ ଲାଗିଥିଲେ। ଜଣେ ପୋଲିସ କର୍ମଚାରୀ କହିଛନ୍ତି ଯେ ଯେଉଁ କ୍ଷେତରେ ଉଭୟ ଚାଷ କାମ କରୁଥିବାର ଅଭିନୟ କରୁଥିଲେ, ବାସ୍ତବରେ ତାହା ଅତ୍ୟନ୍ତ ସଫା ଥିଲା। ସେଠି କିଛି ବି ଘାସ ନ ଥିଲା। ଏହି ସମୟରେ ଯୁବକଦ୍ୱୟ ପୋଲିସକୁ ଅଣଦେଖା କରିବାକୁ ଚେଷ୍ଟା କରିଥିଲେ।

ଏହାପରେ ପୋଲିସ ଉଭୟଙ୍କୁ ଧରି ଜେଲ ହାଜତକୁ ପଠାଇ ଦେଇଥିଲା। ସେଠାରେ ସେମାନେ ମାନିଥିଲେ ଯେ ସେମାନେ ଚାଷୀ ନୁହନ୍ତି। ଚାଲାଣରୁ ରକ୍ଷା ପାଇବା ପାଇଁ ଚାଷ କାମ କରିବାର ଆକ୍ଟିଂ କରୁଥିଲେ। ଯେତେବେଳେ ଏହି ମାମଲାକୁ ଅନଲାଇନରେ ସେୟାର କରାଯାଇଥିଲା, ତ ଲୋକମାନେ ହସି ହସି ବେଦମ୍‌ ହୋଇ ଯାଇଥିଲେ। ଏହାର ଭିଡିଓ ମଧ୍ୟ ପୋଲିସ କର୍ମଚାରୀମାନେ ଇନଷ୍ଟାଗ୍ରାମରେ ସେୟାର କରି ଦେଇଥିଲେ। ଏହି ମଜାଳିଆ ଭିଡିଓ ଲୋକଙ୍କୁ ବେଶ୍‌ ମନୋରଞ୍ଜନ କରୁଛି।

 

View this post on Instagram

 

A post shared by Terang Media (@terangmedia)