ସାନ ସିନା କାମ କିନ୍ତୁ ବଡ: ମାତ୍ର ଆଠ ବର୍ଷରେ ୫୭ ପୃଷ୍ଠାର ରାମାୟଣ କାହାଣୀ ଲେଖି ” ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସ “ରେ ସ୍ଥାନ ପାଇଲେ ସୁଶ୍ରୀ ଇସିତା

ବ୍ରହ୍ମପୁର : ସାନ ସିନା କାମ କିନ୍ତୁ ବଡ। ସତରେ କିଛି କରି ଦେଖାଇବାର ଇଚ୍ଛା ବୟସକୁ ପଛରେ ପକାଇଦିଏ । ନିଜର ବୁଦ୍ଧି ଏବଂ ଆତ୍ମବିଶ୍ବାସ ପାଇଁ ଆଜି ଏମିତି ଏକ କୁନି ଝିଅଟି ଏତେ ବଡ କାମ କରିଦେଖାଇଛି ତାହାକୁ ବର୍ଣ୍ଣନା କରିବା ବି ଅସମ୍ଭବ । ରାମାୟଣ ଏମିତି ଏକ କାହାଣୀ ଯାହା ପ୍ରାୟ ଆମ ସମସ୍ତଙ୍କ ପସନ୍ଦ। ଏହି କାହାଣୀ ଆମ ଭାରତୀୟଙ୍କ ପାଇଁ ଅତି ନିଜର । ଯେଉଁ କାହାଣୀକୁ ଲେଖି ଜଣେ କୁନି ଝିଅ ବର୍ତ୍ତମାନ ” ଇଣ୍ଡିଆ ବୁକ ଅଫ ରେକର୍ଡ୍ସ “ରେ ନିଜ ନୂଆ ରେକର୍ଡ ଯୋଡି ପାରିଛନ୍ତି। ଆପଣଙ୍କୁ ଆଶ୍ଚର୍ଯ୍ଯ ଲାଗୁଥିଲେ ବି ଏହା ସତ ।

small girlମାତ୍ର ୨୨ ଦିନରେ ୫୭ ପୃଷ୍ଠାରେ ସମଗ୍ର ରାମାୟଣର କାହାଣୀ ଲେଖି ୮ ବର୍ଷର କୁନି ଝିଅ ସୁଶ୍ରୀ ଇସିତା ଆଚାରି ନିଜର କୃତିତ୍ୱ ଜାହିର କରିଛନ୍ତି। ରାମାୟଣର କାହାଣୀ ଲେଖିବାରେ ସେ ସର୍ବ କନିଷ୍ଠ ଲେଖିକା ଭାବେ ନୂତନ ରେକର୍ଡ ସୃଷ୍ଟି କରିପାରିଛନ୍ତି। ବ୍ରହ୍ମପୁର ଡିଫେନ୍ସ କଲୋନୀ ନିବାସୀ  ଶ୍ରୀ ରୁଦ୍ର ପ୍ରସାଦ ଆଚାରି, ଶ୍ରୀମତୀ ପଦ୍ମିନୀ ଆଚାରିଙ୍କ ନାତୁଣୀ ଏବଂ ଶ୍ରୀ ସଞ୍ଜିତ ଆଚାରି ଓ ରଶ୍ମିତା ଆଚାରି ଙ୍କ ସୁକନ୍ୟା  ସୁଶ୍ରୀ ଈସୀତା ଏହି କୃତିତ୍ୱ ପାଇଁ” ବିସ୍ମୟ କନିଷ୍ଠ ଲେଖିକା ” ଭାବେ ମଧ୍ୟ ନିଜ ପରିଚୟ ଆଣିପାରିଛନ୍ତି। ବର୍ତ୍ତମାନ ଏହି କୁନି ତଥା ବିସ୍ମୟ ଲେଖିକା ଚେନ୍ନାଇ ରେ ବାପା, ମା’ ଙ୍କ ସହ ରହି ସ୍ଥାନୀୟ ଏନ ଏସ ଏନ ମେମୋରିଆଲ ସ୍କୁଲରେ ଷ୍ଟାଣ୍ଡାର୍ଡ-୩ ରେ ଅଧ୍ୟୟନ କରୁଛନ୍ତି।

shusriଅତି କମ ବୟସର ସୁଶ୍ରୀ ଇସିତା ମାତ୍ର ୨୨ଦିନରେ ରାମାୟଣର କାହାଣୀ ଲେଖିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚା ର ବିଷୟ ପାଲଟିଛି। ବିଭିନ୍ନ ମହଲରୁ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ସେହି କୁନି ଝିଅଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ ତାଙ୍କ ପିତା ମାତାଙ୍କୁ ଲୋକମାନେ ଝିଅର କୃତିତ୍ୱ ପାଇଁ ଅଭିନନ୍ଦନ ଜଣାଉଛିନ୍ତି। ସତରେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ସୁଶ୍ରୀ ନିଜର ପ୍ରତିଭା ବଳରେ ଆଜି ସାରା ଦେଶରେ ଏତେ କମ୍ ବୟସରୁ ନିଜର ଏକ ସ୍ବତନ୍ତ୍ର ପରିଚୟ ସ୍ରୁଷ୍ଟି କରିବା ନିହାତି ଅତି ଗର୍ବର ବିଷୟ।

ବ୍ରହ୍ମପୁରରୁ ପ୍ରକାଶ ପଟ୍ଟନାୟକଙ୍କ ରିପୋର୍ଟ, କେ ନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.