ପିଓକେରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନର କଡା ଜବାବ ଦେଲେ ଭାରତୀୟ ସେନା

ଭାରତୀୟ ସେନା ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେଲିଂଗକୁ ମୁହଁତୋଡ ଜବାବ ଦିଆଯାଇଛି । ଶୁକ୍ରବାର ଶତ୍ରୁ ପକ୍ଷରୁ ତଂଗଧାର ସେକ୍ଟର ଠାରେ ଅସ୍ତ୍ର ବିରତି କରାଯାଇଥିବା ବେଳେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର କଡା ଜବାବ ଦିଆଯାଇଛି । ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେ ଠାରେ ଥିବା ଏକ ଲଂଚପ୍ୟାଡ଼କୁ ଲକ୍ଷ କରି ଏହି ଆକ୍ରମଣ କରାଯାଇଥିବା ଜଣାଯାଇଛି । ଏକ ଖବର ସଂସ୍ଥା ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଘଟଣାରେ ଲେପାଘାଟି ଠାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି ।

ଅନ୍ୟପକ୍ଷରେ ପାକିସ୍ତାନୀ ମିଡ଼ିଆ ରିପୋର୍ଟ ଦାବି କରିଛନ୍ତିକି, ଭାରତ ତରଫରୁ ଏମିତି ବଡ ଧରଣର ଆକ୍ରମଣ ପୂର୍ବରୁ କେବେ ବି କରାଯାଇନଥିଲା । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଭୋର ଚାରିଟା ସମୟରେ ମୋର୍ଟାର ଓ ମିଡିୟମ ରେଞ୍ଜ ଆର୍ଟିଲାରୀରୁ ଆକ୍ରମଣ କରାଯାଇଥିଲା । ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ପକ୍ଷରୁ ନୌଗାମ ଓ ତଂଗଧାର ସେକ୍ଟର ଠାରେ କରାଯାଇଥିବା ଅସ୍ତ୍ର ବିରତି ଉଲ୍ଲଙ୍ଘନର କଡା ଜବାବ ଦେଇଥିଲେ ଭାରତୀୟ ସେନା ।ଉଭୟ ପକ୍ଷର ଗୁଳି ବିନିମୟରେ ୬ ଜଣ ନାଗରିକ ଗଭୀର ଆହତ ହୋଇଥିଲେ ।

କହିରଖିବା ଉଚିତ ହେବକି, ସୁରକ୍ଷା ଏଜେନ୍ସି ପକ୍ଷରୁ କିଛି ଦିନ ତଳେ ଚେତାବନୀ ଦିଆଯାଇଥିଲାକି, ଏଲଓସିର ଆରପାଖରେ ପ୍ରାୟ ୩୦୦ରୁ ଆତଙ୍କବାଦୀ ସୀମାରେ ଜବରଦସ୍ତ ପଶିବା ନେଇ ପ୍ରସ୍ତୁତି ଚଳାଇଛନ୍ତି । ଏହି ଆତଙ୍କବାଦୀ ମାନେ କାଶ୍ମୀର ଘାଟିର ଉରୀ, କୂପବାଡ଼ା, ବାନ୍ଦୀପୋରା, ଗୁରଜ ସମେତ ଜମ୍ମୁ କାଶ୍ମୀରର ଶମ୍ବା ଓ ରାଜ୍ଜୁରୀ ସୀମାବର୍ତ୍ତୀ ଅଂଚଳ ଗୁଡିକରେ ଏବେବି ମହଜୂତ ଅଛନ୍ତି । ଏକ ବିଶେଷ ସୂଚନାରୁ ଜଣାଯାଇଥିଲାକି ଆଗକୁ ଥିବା ସ୍ୱତନ୍ତ୍ରତା ଦିବସ ଅବସରରେ ଆତଙ୍କବାଦୀ ମାନେ ଏକ ବଡ ଧରଣର ଆକ୍ରମଣ କରିବା ନେଇ ଯୋଜନାରେ ଚଳାଉଛନ୍ତି । ନିକଟରେ ହିଁ ଜବରଦସ୍ତ ପଶିବାକୁ ଚେଷ୍ଟା କରୁଥିବା ସମୟରେ ଅନେକ ଆତଙ୍କବାଦୀଙ୍କ ମୁଣ୍ଡ ଗଡାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.