ମଝି ଆକାଶରୁ ହିଁ ଦୁର୍ଘଟଣା ବିଷୟରେ ଆଭାସ ପାଇଥିଲେ ପାଇଲଟ : ନିଆଁ ଲାଗିଯିବ ବୋଲି ଲ୍ୟାଣ୍ଡ କରିବା ପୂର୍ବରୁ ବନ୍ଦ କରିଦେଇଥିଲେ ଫୁଏଲ ଇଞ୍ଜନ, କିଛି ଉପାୟ ନ ପାଇବାରୁ ବାଧ୍ୟ ହୋଇ ଲ୍ୟାଣ୍ଡିଂ କଲେ

ଅଧା ରାସ୍ତାରେ ମୃତ୍ୟୁ ସେମାନଙ୍କ ଅପେକ୍ଷା କରିଥିବ ଏହା କେହି ଜାଣିନଥିଲେ। ବର୍ଷା ଯୋଗୁଁ କିନ୍ତୁ ଲ୍ୟାଣ୍ଡିଂ କରିବା ପୂର୍ବରୁ କିଛି ଗୋଟେ ଘଟିବ ବୋଲି ଜାଣିପାରିଥିଲେ। ମୃତ୍ୟୁକୁ ଅତି ନିକଟରୁ ଦେଖି ସେ ଡରିନଥିଲେ ବରଂ ଦୃଢତାର ସହିତ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲେ। ବିମାନଟି ଲ୍ୟାଣ୍ଡ କରିବାର ଶେଷ ସମୟରେ ଲ୍ୟାଣ୍ଡିଂ ଗିଅର କାମ କରୁଥିଲା। ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଲ୍ୟାଣ୍ଡି ପୂର୍ବରୁ ମଝି ଆକାଶରେ ଦୁଇଥର ଚକ୍କର କାଟିଥିଲା ବିମାନ। କିନ୍ତୁ ଶେଷରେ ବାଧ୍ୟ ହୋଇ ଲ୍ୟାଣ୍ଡିଂ କରିଥିଲା। ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଲ୍ୟାଣ୍ଡ କରିବା ପୂର୍ବରୁ ଫୁଏଲ ଇଞ୍ଜନ ବନ୍ଦ କରିଦେଇଥିଲେ ପାଇଲଟ। ଫୁଏଲ ଟାଙ୍କିରୁ କାଳେ ନିଆଁ ଲାଗିଯିବ ତେଣୁ ମୃତ୍ୟୁ ପୂର୍ବରୁ ଏପରି କରିଥିଲେ ଦୀପକ ବସନ୍ତ ସାଥେ।

44

ସାଥେ ଜଣେ ବାୟୁସେନା ପରୀକ୍ଷା ପାଇଲଟ୍ ଥିଲେ। ସାଥେ ୧୯୮୧ରେ ବାୟୁସେନାରେ ଭର୍ତ୍ତି ହୋଇଥିଲେ। ୨୦୦୩ରେ ସ୍କ୍ଵାଡନ ଲିଡର ଭାବେ ରିଟାୟର୍ଡ ମଧ୍ୟ ହୋଇଥିଲେ। ବାୟୁସେନା ପରୀକ୍ଷଣ ପାଇଲଟମାନେ ଅନେକ ବିମାନରେ ପରୀକ୍ଷା କରନ୍ତି । କ୍ୟାପଟେନ ସାଥେ ଜଣେ ଉଚ୍ଚ ଅଭିଜ୍ଞ ପାଇଲଟ୍ ଥିଲେ ଏବଂ ତାଙ୍କୁ ବାୟୁସେନା ଏକାଡେମୀ ଦ୍ୱାରା ଖଣ୍ଡା ସମ୍ମାନ ପ୍ରଦାନ କରାଯାଇଥିଲା । ପାଇଲଟ ଦୀପକଙ୍କ ମୃତ୍ୟୁରେ ତାଙ୍କ ସାଙ୍ଗ ନୀଲେଶ ସାଥେ ଦୁଃଖଭରା ମେସେଜ ପୋଷ୍ଟ କରିଛନ୍ତି।

dd

କୋଭିଡ-୧୯ ଯୋଗୁ ବିଭିନ୍ନ ଦେଶରେ ଫଶି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ସରକାର ହାତକୁ ନେଇଥିବା ‘ବନ୍ଦେ ଭାରତ’ ମିସନକୁ ବଡ ଝଟକା ଲାଗିଥିଲା। ଦୁବାଇରୁ ଭାରତୀୟଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆ ବୋଇଂ-୭୩୭ କେରଳ କୋଝିକୋଡ କାରୀପୁର ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ୩୦ ଫୁଟ ତଳକୁ ଖସିଯାଇ ଦୁଇଖଣ୍ଡ ହୋଇଥିଲା। ଏଥିରେ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କେରଳ ଡିଜିପି ସୂଚନା ଦେଇଛନ୍ତି । କିନ୍ତୁ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ପାଇଲଟ କ୍ୟାପଟେନ ଦୀପକ ବସନ୍ତ ସାଥେ ଏବଂ କ୍ୟାପଟେନ ଅଖିଲେଶ କୁମାର ଥେ।

77

ସୂଚନାଯୋଗ୍ୟ, ବିମାନଟି ଦୁବାଇରୁ ଅପରାହ୍ନ ୪ଟା ୪୫ ମିନିଟ୍ରେ ଉଡାଣ କରିଥିବା ବେଳେ ସନ୍ଧ୍ୟା ୭ଟା ୪୫ ମିନିଟ୍ରେ କୋଝିକୋଡ ପହଞ୍ଚିଥିଲା। ତେବେ ଭୀଷଣ ବର୍ଷାଯୋଗୁ ରନ୍ୱେ ପିଛିଳ ଥିବାରୁ ବିମାନଟି ପ୍ରାୟ ୩୦ ଫୁଟ ପର୍ଯ୍ୟନ୍ତ ଖସଡି ଯାଇ ଦୁଇ ଖଣ୍ଡ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.