ଘରେ ରଜନୀଗନ୍ଧା ଗଛ ଲଗାଇବା ଦ୍ୱାରା ପ୍ରାପ୍ତ ହୋଇଥାଏ ଏହି ଦେବୀଙ୍କ କୃପା; ବୈବାହିକ ଜୀବନରେ ବି ଆସିଥାଏ ମଧୁରତା

ଧଳା ରଙ୍ଗର ସୁଗନ୍ଧିତ ରଜନୀଗନ୍ଧା ଫୁଲ ବ୍ୟକ୍ତିକୁ ସକାରାତ୍ମକ ଶକ୍ତି ପ୍ରଦାନ କରିଥାଏ। ସେପଟେ ବାସ୍ତୁ ଅନୁସାରେ ମଧ୍ୟ ରଜନୀଗନ୍ଧା ଗଛ ନିଜର ଖାସ୍‌ ମହତ୍ତ୍ୱ ରଖିଥାଏ। ଯଦି ଆପଣ ଏହାକୁ ଠିକ୍‌ ଦିଗରେ ଏବଂ ଠିକ୍‌ ଜାଗାରେ ରଖିବେ, ତ ଏହାର ସଠିକ୍‌ ପ୍ରଭାବ ଆପଣ ଦେଖିବାକୁ ପାଇ ପାରିବେ। କହିବାକୁ ଗଲେ, ଘରେ ରଖାଯାଇଥିବା ପ୍ରତ୍ୟେକଟି ଜିନିଷ ବ୍ୟକ୍ତିର ଜୀବନ ଉପରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ। ଏମିତିରେ ବାସ୍ତୁରେ ଗଛଲତାଗୁଡ଼ିକର ବିଶେଷ ମହତ୍ତ୍ୱ ବିଷୟରେ କୁହାଯାଇଛି।

ତେବେ କିଛି ଗଛ ସବୁ ପ୍ରକାର ବାସ୍ତୁ ଦୋଷ ଦୂର କରି ଘରେ ସୁଖ, ସମୃଦ୍ଧି ଆଣିବାରେ ସାହାଯ୍ୟ କରିଥାଏ। ସେଥିରୁ ଗୋଟିଏ ହେଉଛି ରଜନୀଗନ୍ଧା ଗଛ। ଏହାର ସୁଗନ୍ଧ ଘରର ବାତାବରଣକୁ ପଜିଟିଭ୍‌ ରଖିଥାଏ। ଏହାକୁ ଠିକ୍‌ ଜାଗାରେ ରଖିବା ଦ୍ୱାରା ଘରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଘରର ସଦସ୍ୟଙ୍କ ଆୟ ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା, ରଜନୀଗନ୍ଧା ଗଛ ବିଷୟରେ।

ବାସ୍ତୁ ବିଶେଷଜ୍ଞଙ୍କ କହିବା ହେଲା, ରଜନୀଗନ୍ଧା ଫୁଲଗଛ ଘରେ ସକାରାତ୍ମକତା ଏବଂ ଶାନ୍ତି ଉଭୟ ପ୍ରଦାନ କରିଥାଏ। କିନ୍ତୁ ସବୁ ଗଛ ଘରେ ସକାରାତ୍ମକତା ଆଣି ନ ଥାଆନ୍ତି। କିଛି ଗଛକୁ ଘରେ ରଖିବାକୁ ମନା କରାଯାଇଥାଏ। ତେଣୁ ଘରେ ଗଛଲତା ଲଗାଇବା ପୂର୍ବରୁ ପ୍ରଥମେ ବାସ୍ତୁ ନିୟମଗୁଡ଼ିକ ବିଷୟରେ ଜାଣିନେବା ଉଚିତ। ଯଦି ଆପଣ ଘରେ ରଜନୀଗନ୍ଧା ଫୁଲଗଛ ଲଗାଇବା ବିଷୟରେ ଭାବୁଛନ୍ତି, ତ ଏହାକୁ ଲଗାଇବାର ଠିକ୍‌ ଦିଗ ବିଷୟରେ ପ୍ରଥମେ ଜାଣି ରଖନ୍ତୁ, ଯଦ୍ଦ୍ଵାରା ଏହାର ଭଲ ପ୍ରଭାବ ଆପଣଙ୍କ ଘରେ ଉପରେ ରହି ପାରିବ।

ରଜନୀଗନ୍ଧା ଗଛ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାନ୍ତୁ। ଏହାକୁ ଏହି ଦୁଇ ଦିଗରେ ଲଗାଇବା ଦ୍ୱାରା ଅନେକ ପ୍ରକାରର ଲାଭ ମିଳିଥାଏ। ଘରେ ରଜନୀଗନ୍ଧା ଫୁଲଗଛ ଲଗାଇବା ଦ୍ୱାରା ଘର ଧନ୍ୟଧାନ୍ୟରେ ପୂରି ଉଠିଥାଏ। ଘରର ସଦସ୍ୟମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ। କେବଳ ଏତିକି ନୁହେଁ, ଯଦି ଆପଣ ଏହି ଗଛକୁ ଠିକ୍‌ ଦିଗରେ ଲଗାଉଛନ୍ତି, ତ ଏହାଦ୍ୱାରା ଘରେ ସୁଖ, ସମୃଦ୍ଧିର ବାସ ରହିବ ଏବଂ ବ୍ୟକ୍ତିର ଜୀବନ ମଧ୍ୟ ରଜନୀଗନ୍ଧା ଫୁଲ ଭଳି ମହକିବାକୁ ଲାଗିବ। ସେପଟେ ବୈବାହିକ ଜୀବନରେ ମଧୁରତା ଆଣିବା ପାଇଁ ମଧ୍ୟ ଆପଣ ରଜନୀଗନ୍ଧା ଗଛକୁ ନିଜ ରୁମ୍‌ରେ ଲଗାଇ ପାରିବେ। କିନ୍ତୁ ମନେ ରଖିବେ, ସବୁବେଳେ ଏହାକୁ ଉତ୍ତର କିମ୍ବା ପୂର୍ବ ଦିଗରେ ହିଁ ଲଗାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.