ପାଣିରୁ ଆକାଶକୁ ଉଡି ପାରିବ ଏହି ହାଇଡ୍ରୋଫାଇଲ ଇଲେକ୍ଟ୍ରିକ୍‌ ବୋଟ୍‌ Candela P-8 Voyage

ଷ୍ଟକହୋମ ସ୍ଥିତ ହାଇଡ୍ରୋଫାଇଲ ଇଲେକ୍ଟ୍ରିକ ବୋଟ ପ୍ରସ୍ତୁତ କରୁଥିବା କମ୍ପାନୀ କେଣ୍ଡେଲା ଇଲେକ୍ଟ୍ରିକ ପାଓ୍ଵର ଟ୍ରେନ ନୂଆ ଟ୍ୟାକ୍ସି ବୋଟ୍‌ ଲଞ୍ଚ କରିଛି। ଏହାକୁ ଡଙ୍ଗା ଭଳି ଡିଜାଇନ କରାଯାଇଛି। କମ୍‌ ପାଓ୍ଵାର ବ୍ୟବହାର ଯୋଗ୍ୟ, ପାଣି ଉପରେ ଉଡୁପାରିବ। କମ୍ପାନୀ ଏହାକୁ କେଣ୍ଡେଲା ପି-୮ ଭୋୟାଗର ନାମ ରଖିଛି।

ରିପୋର୍ଟ ମୁତାବକ, ଏହି ବୋଟ ଅନ୍ୟ ପାରମ୍ପରିକ ଓ୍ଵାଟର ଟ୍ୟାକ୍ସି କିମ୍ବା କର୍ମସିଆଲ ପାସେଞ୍ଜର ଭେଇକିଲର ବିକଳ୍ପ ଭାବେ ଲଞ୍ଚ କରାଯାଇଛି। ଏହି ବୋଟ୍‌ ଭେନିସରେ ଲଞ୍ଚ କରାଯାଇଛି। ଏହାକୁ କମ୍ପାନୀ C8 ଇଲେକ୍ଟ୍ରିକ ସ୍ପିଡବୋଟ୍‌ ଭାବେ ପ୍ରସ୍ତୁତ କରାଯାଇଛି। P8 ହାଇଡ୍ରୋଫାଇଲ ସିଷ୍ଟମ ଉପରେ ନିର୍ଭର କରିଥାଏ, ଯାହହାର ଉପଯୋଗ ବ୍ରାଣ୍ଡ୍‌ ଦ୍ୱାରା ଅନ୍ୟ ଇଲେକ୍ଟ୍ରିକ ବୋଟ୍‌ ଉପରେ କରାଯାଇଛି। ଏହାକୁ ୫୦ରୁ ଅଧିକ ଇଂଜିନିୟର ଦ୍ୱାରା ଡିଜାଇନ କରାଯାଇଛି।

କମ୍ପାନୀ ଅନୁସାରେ, ଯେତେବେଳେ ବୋଟ୍‌ ପାଣିରେ ୧୬ ନୋଟସ ସ୍ପିଡରେ ଯାଇଥାଏ। ସେତେବେଳେ ଏହାର ସିଷ୍ଟମ ଫ୍ଲାଇଟ କଣ୍ଟ୍ରୋଲରେ ଚେଞ୍ଜ ହୋଇଯାଏ ଏବଂ ପାଣିରୁ ଉପରକୁ ଉଠିଆସେ। ଏହାଦ୍ୱାରା ପାଣିରେ ଯାତ୍ରା କରିବାର ନୂଆ ଅନୁଭବ ମିଳିବ, ଯାହା ପୂର୍ବରୁ କେବେ ମିଳିନାହିଁ।

candela
Photo credit: Candela

ପି-୮ ଭୋୟାଗର ଏପରି ଭାବରେ ଡିଜାଇନ୍ ହୋଇଛି ଯେ ଏହାର ଅଧିକ ରକ୍ଷଣାବେକ୍ଷଣ ଦରକାର ପଡିବ ନାହିଁ। କମ୍ପାନୀର ହାଇଡ୍ରୋଫାଇଲିଂ ୱାଟରଫ୍ରାଫ୍ଟ ପାଇଁ କ୍ୟାଣ୍ଡେଲା ସି-ପୋଡ୍ ମୋଟରକୁ ବିଶେଷ ଭାବରେ ବିକଶିତ କରାଯାଇଛି । ଏଥିରେ ପାଣିରେ ବୁଡି ରହୁଥିବା ଏକ ମୋଟର ଯୋଡି ରହିଛି, ଯାହା ୫୦ କିଲୋଓ୍ଵାଟ ପାଓ୍ଵାର ପ୍ରଦାନ କରିଥାଏ। ଯାହା କୌଣସି ଟ୍ରାନ୍ସମିସନର ଆବଶ୍ୟକତା ବିନା ସିଧାସଳଖ କାଉଣ୍ଟର-ଘୂର୍ଣ୍ଣନ ଚାଳକକୁ ଚଲାଇଥାଏ । କମ୍ପାନୀ କହିଛି ଯେ, ଏହା ବିନା ସେବାରେ ୩୦୦୦ ଘଣ୍ଟା ପାଇଁ ଚାଲିପାରିବ, ଯାହା କୌଣସି ଆଭ୍ୟନ୍ତରୀଣ ଜାଳେଣି ପ୍ରଣାଳୀଠାରୁ ୩୦ ଗୁଣ ଅଧିକ ।

ବୋଟକୁ ଫ୍ଲାଇଟ କଣ୍ଟ୍ରୋଲ କରିବା ପାଇଁ ସେନନସର ବ୍ୟବହାର କରାଯାଇଛି। ଯାହାକୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସହଜରେ ଯାତ୍ରା କରିବାର ଅନୁଭୂତି ଦେବ। ସୂଚନାଯୋଗ୍ୟ, P8 ଭୋୟାଗରର ସ୍ପିଡ ୨୦ ନୋଟସ୍‌ ରହିଥିବା ବେଳେ ଟପ୍‌ ସ୍ପିଡ ୩୦ ନୋଟସ ରହିଛି। ବୋଟ୍‌ର ଲମ୍ବା ୨୮ ଫୁଟ ଲମ୍ବା ରହିଛି। ଯେଉଁଥିରେ ୬ ଜଣ ଯାତ୍ରୀ ଆରାମରେ ସମୁଦ୍ର ଯାତ୍ରା ମଧ୍ୟକରିପାରିବେ।