ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ; ୩୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଢେଙ୍କାନାଳ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ପୋଲିସ ଏସଡିପିଓ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତିରିଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ। ହିନ୍ଦୋଳ କାରନ୍ଦା ଅଞ୍ଚଳର ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥରଖଣି ମାଲିକଙ୍କ ନିକଟରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସଡିପିଓ ମଳୟ ନାୟକ।

ପଥର ପରିବହନ ବାବଦରେ ପାସ କରାଇଦେବାକୁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଛି ଭିଜିଲାନ୍ସ । କଟକ ଭିଜିଲାନ୍ସ ଟିମ ଖବରପାଇ ରେଡ ହ୍ୟାଣ୍ଡ ଧରିଥିବା ସୂଚନା ମିଳିଛି । ତେବେ ଆଗରୁ ଏସଡିପିଓ ଏପରି କେତେ ଅସାଧୁ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ସେ ନେଇ ଭିଜିଲାନ୍ସ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.