ଚାଣକ୍ୟ ନୀତି: ଏହି ସବୁ କାରଣରୁ ହାତରେ କେବେବି ରହିନଥାଏ ଟଙ୍କା

ଜୀବନର ସବୁ ଆବଶ୍ୟକତାକୁ ପୁରଣ କରିବା ପାଇଁ ସମସ୍ତଙ୍କୁ ଟଙ୍କାର ଆବଶ୍ୟକତା ପଡିଥାଏ । କେହି କେହି ଟଙ୍କା କମାଇବା ପାଇଁ ବହୁତ କଷ୍ଟ କରି ମଧ୍ୟ ଏହାକୁ ସଂଚୟ କରିପାରିନଥାନ୍ତି । ପ୍ରାୟତଃ ଦେଖାଯାଏ ଯେ ଲୋକେ ଏହି କଥା ପାଇଁ ଚିନ୍ତାରେ ଥାଆନ୍ତି ଯେ ଟଙ୍କା ହାତକୁ ଆସି ମଧ୍ୟ ସଂଚୟ ହୋଇପାରୁନାହିଁ କାହିଁକି ? ଏପରି କାହିଁକି ହୋଇଥାଏ ? ଏହାର ସମାଧାନ ପାଇଁ ଚାଣକ୍ୟ ନିଜ ନୀତିରେ କିଛି କଥା ଉଲ୍ଲେଖ କରିଛନ୍ତି ତାହେଲେ ଆସନ୍ତୁ ଜାଣିବା ସେସବୁ କଣ ।

ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ସେହି ଲୋକଙ୍କ ବିଷୟରେ କହିଛନ୍ତି ଯାହା ପାଖରେ ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ । ଚାଣକ୍ୟଙ୍କ କହିବା ଅନୁଯାୟୀ ଯେଉଁ ଲୋକ କଠୋର ବଚନ କୁହନ୍ତି ତାଙ୍କ ପାଖରେ ଲକ୍ଷ୍ମୀ କେବେ ରୁହନ୍ତି ନାହିଁ । ସେଥିପାଇଁ ଲୋକଙ୍କୁ ଯେତେ ସମ୍ଭବ ମିଠା କଥା କହିବା ଆବଶ୍ୟକ । ଆଜିର ସମୟରେ ଆପଣ ମିଠା କଥା କହି ଅନେକ କାର୍ଯ୍ୟ ହାସଲ କରିପାରିବେ ।

ଚାଣକ୍ୟ ଏହା ମଧ୍ୟ କୁହନ୍ତି କି ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଉଥିବା ଲୋକଙ୍କ ପାଖରେ ମଧ୍ୟ ଟଙ୍କାର ଅଭାବ ଦେଖାଯାଇଥାଏ । ଏପରି ଲୋକଙ୍କ ପାଖରେ ଲକ୍ଷ୍ମୀ ଅଧିକ ସମୟ ପର୍ଯ୍ୟନ୍ତ ରହିପାରନ୍ତି ନାହିଁ । ସ୍ୱାସ୍ଥ୍ୟ ହିସାବରେ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇବା କ୍ଷତିକାରକ ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି ଯେ ଲକ୍ଷ୍ମୀ ସର୍ବଦା ପରିସ୍କାର ପରିଛନ୍ନ ଗୃହରେ ବାସ କରନ୍ତି । ଯେଉଁ ଲୋକ ନିଜକୁ ଏବଂ ନିଜ ଘରକୁ ସର୍ବଦା ସଫାସୁତୁରା ରଖିଥାନ୍ତି ସେମାନଙ୍କ ପାଖକୁ ଲକ୍ଷ୍ମୀ ଚାଲିଯାଇଥାନ୍ତି । ଚାଣକ୍ୟଙ୍କ କହିବା ଅନୁଯାୟୀ ଧନ ତା ପାଖରେ ରହିଥାଏ ଯିଏ ସର୍ବଦା ସଫା ସୁତୁରା ଉପରେ ଧ୍ୟାନ ଦେଇଥାଏ ।

What Chanakya Niti teaches us about investing - Moneycontrol.com

ଏହାସହିତ ଚାଣକ୍ୟ କହିଛନ୍ତି ଯେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ସୋଉଥିବା ଲୋକଙ୍କ ପାଖରେ କେବେ ବି ଟଙ୍କା ରୁହେନାହିଁ । ଧାର୍ମିକ ଶାସ୍ତ୍ରରେ ବି ଏହି ସମୟରେ ଶୋଇବା ଅଶୁଭ ବୋଲି କୁହାଯାଇଛି । ଠିକ ସେହିପରି ଯେଉଁ ଲୋକମାନେ ନିଜ ଦାନ୍ତ ସଫା ରଖନ୍ତି ନାହିଁ ସେମାନଙ୍କ ପାଖରେ ବି ଲକ୍ଷ୍ମୀ କେବେ ରୁହନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.