ଚାଣକ୍ୟ ନୀତି : ପ୍ରକୃତ ମିତ୍ର ଜାଣିବା ପାଇଁ ଆପଣାନ୍ତୁ ଏହି ୪ ତରିକା, କେବେ ଖାଇବେ ନାହିଁ ଧୋକା

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଆଜିର ଦିନରେ ପ୍ରକୃତ ବନ୍ଧୁଙ୍କୁ ଚିନ୍ହିବା ବହୁତ ଜରୁରୀ | କାରଣ କାହାର ମୁହଁ ଦେଖିକରି ତାହାଙ୍କ ଅସଲ ରୁପ ଚିନ୍ହିବା ସମ୍ଭବ ନୁହେଁ | କିଏ ହୁଏତ ମିତ୍ର ଭାବରେ ଆସି ତାର ଫାଇଦା ହାସଲ କରିପାରେ | ଯଦି ଆପଣ ପ୍ରକୃତ ମିତ୍ରଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଚାଣକ୍ୟଙ୍କ ଏହି 4 କଥା ପ୍ରତି ଧ୍ୟାନ ଦିଅନ୍ତୁ, କିଏ ପ୍ରକୃତ ମିତ୍ର ଜାଣି ପାରିବେ |

ଶ୍ଳୋକ :

ଆତୁରେ ବ୍ୟସନେ ପ୍ରାପ୍ତେ ଦୁର୍ଭିକ୍ଷେ ଶତ୍ରୁ ସଂକଟେ ।

ରାଜଦ୍ବାରେ ଶ୍ମଶାନେ ଚ ଯତିଷ୍ଠତି ସ ବାନ୍ଧବଃ ।।

ଅର୍ଥ : ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ସଚ୍ଚା ମିତ୍ର ସେହି, ଯିଏ ରୋଗ ସମୟରେ, ଶତ୍ରୁଙ୍କ ପାଖରୁ , ରାଜକାର୍ଯ୍ୟରେ ସହାୟକ ଭାବରେ ଓ ମୃତ୍ୟୁ ବେଳେ ମଶାଣିରେ ସାହାଯ୍ୟ କରନ୍ତି ସେହି ହିଁ ପ୍ରକୃତ ବନ୍ଧୁ |

ଚାଣକ୍ୟଙ୍କ ମତରେ ଜଣେ ପ୍ରକୃତ ବନ୍ଧୁ ଆପଣ କିମ୍ବା ଆପଣଙ୍କ ପରିବାରରେ ଯଦି କେହି ରୋଗରେ ପଡନ୍ତି ସେହି ସମୟରେ ଆପଣଙ୍କ ନିକଟରେ ଠିଆ ହୁଅନ୍ତି ସେ ହିଁ ପ୍ରକୃତ ମିତ୍ର | ଯଦି କୌଣସି କାରଣରୁ ଶତ୍ରୁ ଆପଣଙ୍କୁ ଘେରି ଯାନ୍ତି କିମ୍ବା ଆପଣ ସଂକଟରେ ପଡିଯାନ୍ତି ଓ ସେହି ସମୟରେ ଯେଉଁ ବନ୍ଧୁ ଆପଣଙ୍କ ନିକଟରେ ଠିଆ ହୁଅନ୍ତି ସେହିଁ ପ୍ରକୃତ ବନ୍ଧୁ |

ସେହିପରି ରାଜକାର୍ଯ୍ୟରେ ହେଉ ବା ଆପଣଙ୍କ କୌଣସି କାମରେ ଯିଏ ପାଖରେ ଠିଆ ହୁଏ ସେ ହିଁ ପ୍ରକୃତ ବନ୍ଧୁ | କାହାର ମୃତ୍ୟୁ ସମୟରେ ଯିଏ ମଶାଣିରେ ରହି ସାହାଯ୍ୟ କରେ ସେହି ପ୍ରକୃତ ବନ୍ଧୁ | କାରଣ ସମସ୍ତେ ତ ସୁଖ ବେଳେ ପାଖରେ ରହିଥାନ୍ତି ,ହେଲେ ଯିଏ ଅସୁବିଧା ସମୟରେ ପାଖରେ ଠିଆ ହୁଅନ୍ତି ସେହିଁ ପ୍ରକୃତ ବନ୍ଧୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.