ନୀତି ଶାସ୍ତ୍ରବିତ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ କୁଟନୀତିନଜ୍ଞ ଥିଲେ | ସେ ନୀତି ଶାସ୍ତ୍ର ମାଧ୍ୟମରେ ବ୍ୟକ୍ତିକୁ ସଫଳ ଜୀବନ ଜିଇଁବା ସହିତ କିପରି ସମାଜରେ ରହିବା ଉଚିତ ,କେଉଁ ପ୍ରକାର ଲୋକମାନଙ୍କ ସହିତ ବ୍ୟବହାର କରିବା ଉଚିତ ଏ ବିଷୟରେ ବିସ୍ତୃତ ଭାବରେ ବର୍ଣନା କରିଛନ୍ତି | ଏହିପରି ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ କହିଛନ୍ତି କି ଏମିତି କେଉଁ ଜିନିଷ ଯାହା ବ୍ୟକ୍ତିର ମରିବା ପରେ ମଧ୍ୟ ତାହାର ସଙ୍ଗ ଛାଡେ ନାହିଁ |
ଶ୍ଳୋକ –
ବିଦ୍ୟା ମିତ୍ରଂ ପ୍ରବାସେଷୁ ଭାର୍ଯ୍ୟା ମିତ୍ରଂ ଗୃହେଷୁ ଚ ।
ବ୍ୟାଧିତସ୍ୟୋଷଧଂ ମିତ୍ରଂ ଧର୍ମୈ ମିତ୍ରଂ ମୃତସ୍ୟ ଚ ।।
ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ କହିଛନ୍ତି ,ବ୍ୟକ୍ତି ସହିତ ମୃତ୍ୟୁ ପରେ ବି ରହିଥାଏ ଏହି ଚାରିଟି ଜିନିଷ |
1- ବିଦେଶରେ ରହିଥିଲେ ବିଦ୍ୟା ବନ୍ଧୁ ହୋଇଥାଏ |
2- ଘରେ ପତ୍ନୀ ମିତ୍ର ହୋଇଥାଏ |
3- ରୋଗୀପାଇଁ ଔଷଧ ମିତ୍ର ହୋଇଥାଏ |
4- ମୃତ୍ୟୁ ପରେ ବ୍ୟକ୍ତିର ଧର୍ମ ହିଁ ପରମ ମିତ୍ର ହୋଇଥାଏ |
ଆଚାର୍ଯ୍ୟ ଚାଣକ୍ୟ କହନ୍ତି ,ଯେବେ କୌଣସି ବ୍ୟକ୍ତି ନିଜ ଦେଶ ଛାଡି ଯାଇଥାଏ ସେତେବେଳେ ତା’ ପାଇଁ ସବୁ ଜିନିଷ ଅଜଣା ହୋଇଥାଏ | କିନ୍ତୁ ସେ ଯେଉଁ ବିଦ୍ୟା ଉପାର୍ଜନ କରିଥାଏ ତାହା ସର୍ବଦା ତା ସାଥିରେ ରହିଥାଏ | ସେହି ବିଦ୍ୟା ବ୍ୟକ୍ତିକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଏବଂ ନୂଆ ପରିବେଶ ସହିତ ଖାପ ଖୁଆଇ ଚାଲିବା ମଧ୍ୟ ଶିଖାଇ ଥାଏ |
ସେହିପରି ଘରେ ପତ୍ନୀ ସବୁଠୁ ଭଲ ମିତ୍ର ହୋଇଥାଏ | କାରଣ ପତ୍ନୀ ସୁଖ ଦୁଃଖରେ ପତିର ସାଙ୍ଗ ଦେଇଥାଏ | ବ୍ୟକ୍ତି ତାର ପତ୍ନୀ ସହ ସବୁ ସୁଖ ଦୁଃଖ ବାନ୍ତି ଥାଏ |
ସେହିପରି ରୋଗୀ ପାଇଁ ସବୁଠୁ ବଡ ମିତ୍ର ଔଷଧ ହୋଇଥାଏ | କାରଣ ତା ପାଇଁ ରୋଗ ଭଲ କରିବା ଜରୁରୀ | ତେଣୁ ରୋଗୀ ପାଇଁ ସବୁଠୁ ବଡ ମିତ୍ର ଔଷଧ |
ହେଲେ ବ୍ୟକ୍ତିର ଯେବେ ମୃତ୍ୟୁ ହୁଏ ଧର୍ମ ହିଁ ତାର ସାଥି ଦେଇଥାଏ | କାରଣ ବ୍ୟକ୍ତି ଧର୍ମ ମାର୍ଗରେ ଚାଲିକରି ଭଲ କାମ କରିଥାଏ | ମୃତ୍ୟୁ ପରେ ସେହି କର୍ମ ହିଁ ଭୋଗିବାକୁ ପଡିଥାଏ | ତେଣୁ ବ୍ୟକ୍ତି ଧର୍ମ ମାର୍ଗରେ ଚାଲିବ ଉଚିତ |