ଚାଣକ୍ୟ ନୀତି : ଭୟଙ୍କର ଅସୁବିଧାକୁ ନିମନ୍ତ୍ରଣ କରିଥାଏ ଏହି ବ୍ୟବହାର, ଲକ୍ଷୀଜୀ ମଧ୍ୟ ଛାଡ଼ି ଚାଲିଯାଇଥାନ୍ତି ।

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା ।

ଚାଣକ୍ୟଙ୍କ ଅନୁସାରେ ଜୀବନରେ ଯଦି ସଫଳତା ଓ ଧନ ପାଇବାକୁ ଚାହାଁନ୍ତି ତେବେ କିଛି କଥାକୁ ବିଶେଷ ଧ୍ୟାନ ଦେବା ଜରୁରୀ । ଚାଣକ୍ୟଙ୍କ ଏହି କଥାରେ ଲୁଚି ରହିଛି ସଫଳତା ଓ ଧନ ପ୍ରାପ୍ତିର ରହସ୍ୟ ।

ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।

ଜ୍ଞାନ ପ୍ରାପ୍ତି କରିବା ପାଇଁ ଡରନ୍ତୁ ନାହିଁ :

ଚାଣକ୍ୟଙ୍କ ନୀତି ଅନୁସାରେ ଜ୍ଞାନରେ ହିଁ ସଫଳତା ଛପି ରହିଥାଏ । ଜ୍ଞାନ ଦ୍ୱାରା ଜୀବନର ଅନ୍ଧକାର ମଧ୍ୟ ଲୁଚି ଯାଇଥାଏ । ଜୀବନରେ ନୂଆ ସମ୍ଭାବନା ଓ ଏହାକୁ ପୂରଣ କରିବାର ପ୍ରେରଣା ମିଳିଥାଏ । ଯେଉଁ ଲୋକ ସମୟ ପୂର୍ବରୁ ଏହି କଥା ବୁଝି ନିଅନ୍ତି ସେମାନେ ପ୍ରତି କାର୍ଯ୍ୟରେ ସଫଳତା ପାଇଥାନ୍ତି ଓ ଲକ୍ଷ୍ମୀଜୀ ତାଙ୍କ ଉପରେ ସର୍ବଦା ସନ୍ତୁଷ୍ଟ ରୁହନ୍ତି ।

କୁ ସଙ୍ଗରୁ ନିଜକୁ ଦୁରେଇ ରଖନ୍ତୁ :

ଚାଣକ୍ୟ କୁହନ୍ତି ଯେ ସଫଳତାରେ ସଂଗତ ବା ସଂଗର ବିଶେଷ ପ୍ରଭାବ ପଡ଼ିଥାଏ । ଯେଉଁ ବ୍ୟକ୍ତିଙ୍କ ସଂଗ ଭଲ ସେମାନଙ୍କ ଆଖପାଖରେ ଜ୍ଞାନୀ, କୁଶଳ ଓ ସଫଳ ବ୍ୟକ୍ତି ଥାଆନ୍ତି । ଫଳରେ ସେମାନଙ୍କୁ ସଫଳ ହେବାରୁ କେହି ରୋକି ପାରନ୍ତି ନାହିଁ ।

ଅହଂକାର କରନ୍ତୁ ନାହିଁ :

ଚାଣକ୍ୟ ନୀତି ଅନୁଯାୟୀ ଅହଂକାର ପତନର କାରଣ ହୋଇଥାଏ । ଏହାଠାରୁ ଦୂରରେ ରହିବା ଦରକାର । ଯେଉଁ ବ୍ୟକ୍ତି ସଫଳତା ପାଇ ଅନ୍ୟକୁ ନିଜ ଠାରୁ ଗୌଣ ଭାବିଥାନ୍ତି ଏହି ଲୋକ ଆଗରେ ବଡ଼ ଭୟଙ୍କର ବିପଦରେ ପଡ଼ିଥାନ୍ତି । ଏହି ଲୋକଙ୍କର ଅଧିକ ଶତ୍ରୁ ହୋଇ ଯାଇଥାନ୍ତି । ଚାଣକ୍ୟ କୁହନ୍ତି ବ୍ୟକ୍ତିକୁ କେବେ ବି ଅଂହକାର କରିବା ଉଚିତ ନୁହେଁ । ଅହଂକାର କରୁଥିବା ଲୋକଙ୍କୁ କେବେ ବି ମା’ଲକ୍ଷ୍ମୀ ପସନ୍ଦ କରି ନଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.