ଚାଣକ୍ୟ ନୀତି : ଶେଷ ନିଃଶ୍ୱାସ ଯାଏ ସାଙ୍ଗରେ ରହିଥାନ୍ତି ଏହି ବନ୍ଧୁ, ଆଖି ବୁଜିକରି ଏମାନଙ୍କ ଉପରେ କରି ପାରନ୍ତି ଭରସା

ଖୁସୀ ଜୀବନ ପାଇଁ ବ୍ୟକ୍ତିକୁ ଭଲ ମନ୍ଦ ବିଷୟରେ ଜ୍ଞାନ ରହିବା ଜରୁରୀ । ଏଥିପାଇଁ ଚାଣକ୍ୟଙ୍କ ନୀତି ଆପଣଙ୍କୁ ସାହାଯ୍ୟ କରି ପାରିବ । ଚାଣକ୍ୟ କୁହନ୍ତି ମନୁଷ୍ୟ ଜୀବନରେ କିଛି ଏପରି ସାଥୀ ମିଳନ୍ତି ଯିଏ ଶେଷ ଜୀବନ ଯାଏ ସାଙ୍ଗ ଛାଡି ନଥାନ୍ତି । ପରିସ୍ଥିତି ଯେପରି ବି ହେଉ ଯେତେ ପ୍ରତିକୂଳ ହେଉ ଏମାନେ ଶେଷ ଯାଏ ସାଙ୍ଗରେ ରହିଥାନ୍ତି । ଏମାନଙ୍କ ଉପରେ ଆଖି ବୁଜି କରି ବିଶ୍ୱାସ କରିହୁଏ । ଆସନ୍ତୁ ଜାଣିବା କ’ଣ ସେହି ଜିନିଷ ।

ଔଷଧ :

ଜୀବନକୁ କଷ୍ଟରୁ ମୁକ୍ତ କରିବା ପାଇଁ ନରୋଗୀ ହେବା ଆବଶ୍ୟକ । କଳିଯୁଗର କଠୋର ସତ୍ୟ ଯେ ଗୁରୁତର ରୋଗ ହେଲେ ନିଜ ଲୋକ ବି ସାଙ୍ଗ ଛାଡି ଦିଅନ୍ତି । ମାତ୍ର ଔଷଧ ଏପରି ଏକ ସାଥୀ ଯିଏ ମୃତ୍ୟୁ ଯାଏ ସାଙ୍ଗ ଦେଇଥାଏ । ଏହାଯୋଗୁ ଶରୀର ଭଲ ହୋଇଥାଏ ।

ଧର୍ମ :

ଧନ ମଧ୍ୟରେ ଉତ୍ତମ ହେଉଛି ଶାସ୍ତ୍ର ଜ୍ଞାନ, ଲାଭ ମଧ୍ୟରେ ଉତ୍ତମ ହେଉଛି ନିରୋଗୀ ଶରୀର ଓ ସୁଖରେ ଉତ୍ତମ ହେଉଛି ସନ୍ତୋଷ । ଚାଣକ୍ୟ କହିଛନ୍ତି ବ୍ୟକ୍ତିର ଶରୀର ତା’ର ସାଙ୍ଗ ଛାଡିଦେଇଥାଏ,ହେଲେ ଯାହା ମୃତ୍ୟୁ ପରେ ମଧ୍ୟ ସାଙ୍ଗ ଛାଡି ନଥାଏ ତାହା ହେଉଛି ତା’ର ଧର୍ମ ବା କର୍ମ । ଧର୍ମ ଅନୁଯାୟୀ କାମ କରୁଥିବା ବ୍ୟକ୍ତି ଭୁଲ ମାର୍ଗରେ ଯାଇ ନଥାଏ । ବ୍ୟକ୍ତିର ପୂଣ୍ୟ ହିଁ ତାକୁ ମୃତ୍ୟୁ ପରେ ମଧ୍ୟ ଲୋକଙ୍କ ମଧ୍ୟରେ ଜୀବିତ ରଖିଥାଏ ।

ବିଦ୍ୟା :

ବିଦ୍ୟା ମନୁଷ୍ୟର ଏମିତି ଧନ ଯାହା ଖର୍ଚ୍ଚ କଲେ ମଧ୍ୟ କେବେ ସରି ନଥାଏ । ବ୍ୟକ୍ତି ର ଏପରି ମିତ୍ର ହେଉଛି ବିଦ୍ୟା ଯାହା କେବେ ବି ତାର ସାଙ୍ଗ ଛାଡି ନଥାଏ । ଅସୁବିଧା ସମୟରେ ମଧ୍ୟ ବିଦ୍ୟା ହିଁ ତାକୁ ସାହାଯ୍ୟ କରିଥାଏ । ସଂସାରରେ ସବୁ ଜିନିଷ ନଷ୍ଟ ହୋଇଯାଏ, ହେଲେ ଜ୍ଞାନ ମଲା ଯାଏ ସାଙ୍ଗ ଛାଡିନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.