ଚାଣକ୍ୟ ନୀତି : ମହିଳା ପୁରୁଷଙ୍କ ଏହି ଜିନିଷ ଦେଖି ହୋଇଥାନ୍ତି ଆକର୍ଷିତ, କରିଥାନ୍ତି ଦୁଷ୍ଟାମି

ଚାଣକ୍ୟ ମହିଳା ଓ ପୁରୁଷଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବହୁ କଥା କହିଛନ୍ତି । ସେ କହିଛନ୍ତି ଯେ ମହିଳା କିଭଳି ଜୀବନସାଥୀ ଚାହିଁଥାନ୍ତି । ତାଙ୍କର ଜୀବନସାଥୀଙ୍କ ମନୋଭାବ କିପରି ହେବା ଦରକାର । ଏମିତିରେ ମହିଳା ଜୀବନସାଥୀଙ୍କ ମଧ୍ୟରେ କିଛି ଖାସ୍‌ ଗୁଣ ଖୋଜିଥାନ୍ତି । ସେପରି ପୁରୁଷ ମିଳିଗଲେ ସେମାନେ ଜୀବନସାଥୀ କରିବାକୁ ଚାହିଁଥାନ୍ତି ।

ଚାଣକ୍ୟଙ୍କ ମତରେ ଯେଉଁ ପୁରୁଷ ସଚ୍ଚୋଟ, ଭଦ୍ର ବ୍ୟବହାର ସହ ଜଣେ ଭଲ ଶ୍ରୋତା ହୋଇଥାନ୍ତି, ସେମାନଙ୍କୁ ସବୁ ଜାଗାରେ ସମ୍ମାନ ମିଳିଥାଏ । ଏପରି ପୁରୁଷଙ୍କ ପ୍ରତି ମହିଳାଙ୍କ ଆକର୍ଷଣ ବଢ଼ିଥାଏ । ମହିଳା ଏପରି ପୁରୁଷଙ୍କୁ ଖୁବ ପସନ୍ଦ କରିଥାନ୍ତି ।

ସଚ୍ଚୋଟ ଚରିତ୍ରର ହୋଇଥିବେ

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ଯଦି ପୁରୁଷ ସଚ୍ଚୋଟ ହୋଇଥାନ୍ତି ତେବେ ଏପରି ପୁରୁଷଙ୍କ ପ୍ରତି ସ୍ତ୍ରୀଙ୍କର ଆକର୍ଷଣ ବଢ଼ିଥାଏ । ଯଦି ସେ ନିଜ ଚରିତ୍ରକୁ ସୁନ୍ଦର ରଖନ୍ତି ଓ ଅନ୍ୟ ସ୍ତ୍ରୀଙ୍କ ଉପରେ ନଜର ନପକାନ୍ତି କିମ୍ବା ତାଙ୍କର କୌଣସି ଅବୈଧ ସମ୍ପର୍କ ନଥାଏ,ସେଭଳି ପୁରୁଷଙ୍କୁ ଜୀବନସାଥୀ କରିବାକୁ ସ୍ତ୍ରୀ ଆଗଭର ହୁଅନ୍ତି ।

ଶାନ୍ତ ସ୍ୱଭାବ

ପୁରୁଷ ଯଦି ଶାନ୍ତ ସ୍ୱଭାବର ହୋଇଥାନ୍ତି, ତାଙ୍କ ମନୋଭାବ ଖରାପ ଆଡକୁ ଆକର୍ଷିତ ହୋଇନଥାଏ ଓ ସର୍ବଦା ଖରାପ ଓ ଭୁଲ କାର୍ଯ୍ୟ ପ୍ରତି ବିଦ୍ରୋହ ହୋଇଥାଏ , ସେପରି ପୁରୁଷଙ୍କ ଆଡକୁ ସ୍ତ୍ରୀ ଆକର୍ଷିତ ହୋଇଥାନ୍ତି । ଏପରି ପୁରୁଷଙ୍କୁ ପାଇବାକୁ ସ୍ତ୍ରୀ ବ୍ୟାକୁଳ ହୋଇଥାନ୍ତି ।

ଧନୀ

ଯେଉଁ ପୁରୁଷଙ୍କ ପାଖରେ ଧନ ଅଛି ଓ ସେ ସୁନ୍ଦର ବ୍ୟକ୍ତିତ୍ୱର ମାଲିକ ହୋଇଥାନ୍ତି, ସେ କୌଣସି ବି ମହିଳାଙ୍କୁ ସୁନ୍ଦର ଜୀବନ ଦେଇପାରିଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ମହିଳା ଏପରି ପୁରୁଷଙ୍କୁ ନିଜର ଜୀବନସାଥୀ ବନାଇବାକୁ ଚାହିଁଥାନ୍ତି ।

ଭଲ ଶ୍ରୋତା ହୋଇଥାନ୍ତି

ସ୍ତ୍ରୀ ସର୍ବଦା ଏପରି ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି,ଯିଏ ତାଙ୍କର କଥାକୁ ଧ୍ୟାନର ସହ ଶୁଣିଥାନ୍ତି । ତାଙ୍କ କଥାକୁ ଗୁରୁତ୍ୱ ଦେଇଥାନ୍ତି ଓ ତାଙ୍କ ଭାବନାକୁ ବୁଝିଥାନ୍ତି ସେପରି ପୁରୁଷଙ୍କ ପ୍ରତି ସ୍ତ୍ରୀଙ୍କ ଆକର୍ଷଣ ଅଧିକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.