ସୂର୍ଯ୍ୟଙ୍କ ଗରମ ପବନରେ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ପରିବର୍ତ୍ତନ, ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ

ବୈଜ୍ଞାନିକମାନେ ଏହି ଗ୍ରହ ଗୁଡିକ ଉପରେ ନଜର ରଖିଥାନ୍ତି, ଯେ ସେଠାରେ କୌଣସି ପ୍ରକାରର କିଛି ଜିନିଷ ହେଲେ ତାକୁ ନେଇ ସମସ୍ତ ଲୋକଙ୍କ ପାଖକୁ ସୂଚନା ଦେଇ ପାରିବେ । ତେବେ ଏହି କିଛି ଦିନ ମଧ୍ୟରେ ମଙ୍ଗଳ ଗ୍ରହରେ କିଛି ଜ୍ୟୋତିଷ୍ୟ ବିଦ୍ୟା ସମ୍ବନ୍ଧୀୟ ଘଟଣା ଘଟିଛି ।

ଆମ ସୌର ମଣ୍ଡଳରେ ପ୍ରତ୍ୟେକ ମୁହୂର୍ତ୍ତରେ କିଛି ନା କିଛି ପରିବର୍ତ୍ତନ ହୋଇଥାଏ । ତେବେ ଏଠାରେ ଉପସ୍ଥିତ ଥିବା ୮ଟି ଗ୍ରହରେ ଭିନ୍ନ ଭିନ୍ନ ଘଟଣା ଘଟୁଥାଏ । ସେହିପରି ଭାବେ ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ଲୋକମାନେ ବସବାସ କରୁନାହାନ୍ତି । ସେଥିପାଇଁ ଏହି ଗ୍ରହରେ କିଛି ବି ଘଟଣା ଘଟିଲେ, ସେହି ଘଟଣାର ସୂଚନା ଲୋକମାନଙ୍କ ପାଖକୁ ଆସିବା ପାଇଁ କିଛି ସମୟ ଲାଗିଥାଏ । କିନ୍ତୁ ବୈଜ୍ଞାନିକମାନେ ଏହି ଗ୍ରହ ଗୁଡିକ ଉପରେ ନଜର ରଖିଥାନ୍ତି, ଯେ ସେଠାରେ କୌଣସି ପ୍ରକାରର କିଛି ଜିନିଷ ହେଲେ ତାକୁ ନେଇ ସମସ୍ତ ଲୋକଙ୍କ ପାଖକୁ ସୂଚନା ଦେଇ ପାରିବେ । ତେବେ ଏହି କିଛି ଦିନ ମଧ୍ୟରେ ମଙ୍ଗଳ ଗ୍ରହରେ କିଛି ଜ୍ୟୋତିଷ୍ୟ ବିଦ୍ୟା ସମ୍ବନ୍ଧୀୟ ଘଟଣା ଘଟିଛି । ସୂଚନା ମୁତାବକ, ସୂର୍ଯ୍ୟଙ୍କୁଠାରୁ ବାହାରୁଥିବା ଗରମ ପବନ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ଏକ ବଡ ପରିବର୍ତ୍ତନ ଆଣିଛି । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ ସଂପୂର୍ଣ୍ଣ କଥା ଜଣାଇବୁ ।

ଆପଣମାନେ ତ ଜାଣିଥିବେ ଯେ ମଙ୍ଗଳ ଗ୍ରହକୁ ରେଡ ପ୍ଲାନେଟ ବୋଲି କୁହାଯାଏ । ବୈଜ୍ଞାନିକମାନେ ଅନେକ ସମୟ ଧରି ଏହି ଗ୍ରହ ଉପରେ ରିସର୍ଚ୍ଚ କରୁଛନ୍ତି । ଏବେ ମଙ୍ଗଳ ଗ୍ରହ ଉପରେ ରିସର୍ଚ୍ଚ କରିବାରେ ଭାରତ ଏକ ବଡ ସଫଳତା ହାସଲ କରିଛି । ସେହିପରି ୨୦୨୨ ମସିହାରେ ଭାରତ ମଧ୍ୟ ମଙ୍ଗଳ ଗ୍ରହ ମିଶନକୁ ସଫଳତାର ସହ ସମାପ୍ତ କରିଥିଲା । ଏହି କିଛି ଦିନ ମଧ୍ୟରେ ମଙ୍ଗଳ ଗ୍ରହରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ସେହି ଖବର ଏପରି ରହିଛି ଯେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଗରମ ପବନ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ଅନେକ ପରିବର୍ତ୍ତନ ଆଣିଛି ।

USAର ନ୍ୟାସନାଲ ଏରୋନେଟିକ୍ସ ସ୍ସେସ୍‌ ଏଜେନ୍ସିରର ସ୍ସେସ୍‌ ସିଫ୍‌ ଯାହାର ନାମ ମାଭେନ ରହିଛି । ଏହି ସ୍ସେସ୍‌ ସିଫ୍‌ ମଙ୍ଗଳ ଗ୍ରହ ଉପରେ ନଜର ରଖିଛନ୍ତି ଏବଂ ସମସ୍ତ ପ୍ରକାରର ତଥ୍ୟ ମଧ୍ୟ ସଂଗ୍ରହ କରିଛନ୍ତି । ଏହା ସହ ଏହି ସବୁ ସୂଚନା ନାସାକୁ ମଧ୍ୟ ଦେଉଛନ୍ତି । ଡିସେମ୍ବର ୨୬ ୨୦୨୨ରେ ଯେତେବେଳେ ସୂର୍ଯ୍ୟଙ୍କଠାରୁ ବାହାରୁଥିବା ଗରମ ପବନ ମଙ୍ଗଳ ଗ୍ରହ ଦେଇ ଗଲା, ସେତେବେଳେ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ଏକ ବଡ ପରିବର୍ତ୍ତନ ଦେଖାଗଲା ।

ମାଭେନ ସ୍ସେସ୍‌ ସିଫ୍‌ ମଙ୍ଗଳ ଗ୍ରହର ବାହାର ଅଞ୍ଚଳ ଏବଂ ଆୟନୋମଣ୍ଡଳରେ ଅନୁସନ୍ଧାନ କରାଗଲା ଯେଉଁଠାରେ ଗ୍ୟାସ୍‌ ସଂଗ୍ରହ ହୋଇଥାଏ । ତେବେ ଏହାର ଆକାରରେ ତିଦିଗୁଣା ପରିବର୍ତ୍ତନ ଦେଖା ଯାଇଥିଲା । ଯାହା ମଙ୍ଗଳ ଗ୍ରହର ବାହାର ଅଞ୍ଚଳ ଏବଂ ଆୟନୋମଣ୍ଡଳର୍‌ ହଜାର କିଲୋମିଟରରୁ ଅଧିକ ବ୍ୟାପିଛି । ତେବେ ସୂର୍ଯ୍ୟଙ୍କ ଗରମ ପବନ ଯାହାକୁ ସୋଲାର ପବନ କୁହାଯାଏ, ଏହା ପ୍ରାୟ ତିନିଗୁଣା ଅଧିକ ବୃଦ୍ଧି ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.