ବାପା-ପୁଅଙ୍କ ପାଖକୁ ମାଡିଆସିଲା ବେକାବୁ କାର, ଆଉ ହଠାତ୍ ହେଲା ଏପରି ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଏମିତି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କ ହୃଦୟ ଥମିଯିବ ଛାତି ଥରିଯିବ। ଏହି ଭିଡିଓ ରୁଷର ଏକ ଦୋକାନ ବାହାରର ଦୃଶ୍ୟ। ଏ ଛାତି ଥରା ଭିଡିଓରେ ଆପଣ ଦେଖିବାକୁ ପାଇବାକୁ ଯେ ଜଣେ ବାପା କେମିତି ନିଜ ଛୁଆ ପାଇଁ ସୁପର ହିରୋ ପାଲଟି ତାର ଜୀବନ ବଞ୍ଚାଉଛନ୍ତି।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ବେକାବୁ କାର କେମିତି ଗୋଟେ ଛୁଆ ଆଡକୁ ମାଡି ଆସୁଛି। ଆଉ ସେ ଛୁଆର ବାପା କେମିତି ତାର ଜୀବନ ବଞ୍ଚାଉଛନ୍ତି। ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ କେମିତି ଗୋଟେ ଦୃତ ଗତିରେ ଥିବା କାର ଅଚାନକ ପଛ ଆଡୁ ଆସି ବାଡେଇ ହେଉଛି। ଯେମିତି ଯେମିତି କାରର ବେଗ ବଢ଼ିବାରେ ଲାଗିଲା ଡ୍ରାଇଭା ନିଜର ନିୟନ୍ତ୍ରଣ ହରାଇ ବସୁଛନ୍ତି ଏବଂ ପାଖରେ ଥିବା ସବୁ ଗାଡିକୁ ବାଡେଇ ହୋଇ ଭାରସାମ୍ୟ ହରାଇ ବସୁଛି।

ଏହି ବେକାବୁ କାରଟି ଦୋକାନ ବାହାରେ ଥିବା ଚାରି ବର୍ଷର ପିଲା ପାଇଁ ଖତରନାକ ପ୍ରମାଣିତ ହୋଇପାରିଥାନ୍ତା, ଯଦି ତାର ବାପା ଠିକ ସମୟରେ ତାକୁ ରକ୍ଷା କରିନଥାନ୍ତେ। ଭିଡିଓରେ ଆପଣ ଦେଖିପାରିବେ ଜଣେ ବାପା ଏହି ବେକାବୁ କାରକୁ ଦେଖ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପିଲାଟିର ଜୀବନ ବଞ୍ଚାଇପାରିଲେ। ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.