ଭୂମିରୁ ଉପରେ ରହି ଗଡ଼ୁଛି ଟ୍ରେନ, ଏହାର ମଜା ଉଠାଇବା ପାଇଁ ଲୋକମାନେ ବିନା ଭୟରେ କରୁଛନ୍ତି ଯାତ୍ରା, ଦେଖନ୍ତୁ ଏ ଭିଡ଼ିଓ..

ଆକାଶରେ ଗଡ଼ିବ ଟ୍ରେନ। ପବନର ବେଗକୁ ମାତ ଦେଇ ସୁରକ୍ଷିତ ଭାବେ ଯାତ୍ରୀଙ୍କୁ ପହଞ୍ଚାଇବ ତାଙ୍କ ସଠିକ ସ୍ଥାନରେ। ସେ ବି ବିନା ଲାଇଟ ଓ କୌଣସି ଶବ୍ଦ ନବଜାଇ.. ଆମେ ଆପଣଙ୍କୁ ଏହାର ଏକ କ୍ଲିପ ଦେଖାଇବୁ। ଯାହା କି ଦେଖିଲାପରେ ଜାଣିବେ ଯେ ଏ ଦୁନିଆରେ ଏହା ମଧ୍ୟ ସମ୍ଭବ।

କ’ଣ ଆପଣ ପବନରେ ତଥା ଆକାଶରେ ଗଡ଼ୁଥିବା ଟ୍ରେନ ରେ କେବେ ଯାତ୍ରା କରିଛନ୍ତି? ଆପଣ କହିବେ ନିଶ୍ଚିତ ଏଭଳି କୌଣସି ଟ୍ରେନ ହିଁ ନାହିଁ ଯାହା ପବନରେ ତଥା ଆକାଶରେ ଗଡ଼ିବ। ଏହା ସ୍ଥଳବାହାନ ତେଣୁ ଏପରି ସମ୍ଭବ ନୁହେଁ। କିନ୍ତୁ ଆମେ କହିବୁ ଆପଣ ଏଠି ଭାବିବା ଭୁଲ କରୁଛନ୍ତି। ଆଜି କା ଆଧୁନିକ ଯୁଗରେ ବିଜ୍ଞାନ ତଥା ଜ୍ଞାନ କୌଶଳର ପ୍ରଭାବ ଏତେ ବେଶି ରହିଛି ଯେ ଏଠି କିଛି ବି ଅ ସମ୍ଭବ ନୁହେଁ। ଏହି ଦ୍ୱନ୍ଦ ଏବେ ସତ ହୋଇଯାଇଛି।

ଖବର ଟି ରହିଛି ଚୀନକୁ ନେଇ.. ଏଠାରେ ଆଧୁନିକ ଜ୍ଞାନ କୌଶଳର ପ୍ରଭାବ ବହୁତ ବେଶି ରହିଛି। ଏଠାରେ ଏଭଳି ଏକ ଟ୍ରେନ ତିଆରି ହୋଇଛି ଯାହା ଭୂମିଠାରୁ ୩୩ ଫୁଟ ଉଚ୍ଚାରେ ରହି ପବନରେ ଗଡ଼ୁଛି। ତେବେ ଚୀନର ନୂଆ ନୂଆ ଆବିଷ୍କାର ସମ୍ପର୍କରେ ଖବର ତ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏଥର ମଧ୍ୟ ଚୀନ ପବନରେ ଏଭଳି ଟେକ୍ନୋଲୋଜିର ଆବିଷ୍କାର କରିଛି। ଯାହା କୁ ଭାବିଲେ ଡର ଲାଗେ। ଆଉ କରିବା ଆହୁରି କଷ୍ଟ। ତେବେ ଏହି କଷ୍ଟ କାମକୁ ସହଜ କରିଦେଖାଇଛି ଚୀନ ଦେଶ। ପବନରେ ଗଡ଼ୁଥିବା ଟ୍ରେନର ଆବିଷ୍କାର କରିଛି।

ଡିଜାଇନ ତଥା ଫିଚର କଥା କହିଲେ ଏହି ଟ୍ରେନ ପ୍ରକୃତରେ ପବନରେ ଚୁମ୍ବକର ସାହାରାରେ ଚାଲୁଛି। ଚୀନ ଆରମ୍ଭରେ ୨୬୦୦ ଫୁଟର ଲମ୍ବା ଟ୍ରାକ ତିଆରି କରିଥିଲା। ଏହି ଟ୍ରେନର ମାକ୍ସିମମ ସ୍ପିଡ ରହିଛି ୭୦ କିମି ପ୍ରତି ଘଣ୍ଟା। ଖାସ କଥା ହେଉଛି ଏହା ଚାଲିବା ସମୟରେ କୌଣସି ଶବ୍ଦ କରେ ନାହିଁ। ଆଉ ଏକ ବଡ଼ କଥା ହେଉଛି ଏହି ଟ୍ରେନ ପବନରେ ବିନା କୌଣସି ଡ୍ରାଇଭର ସାହାଯ୍ୟରେ ଚାଲିିଥାଏ। ଆଉ ଏଥିରେ ପାଖାପାଖି ୨୦୦ ଯାତ୍ରୀ ଯାତ୍ରା କରିଥାନ୍ତି।

ଏହି ଟ୍ରେନ ହୁଓ୍ଵାଇ ପ୍ରାନ୍ତର ବୁହାନ ରେ ଚାଲିଥାଏ। ଏହା ଅପଟିକ୍ସ ଭେଲି ଅଫ ଚାଇନା ରେ ଖାସ କରି ପର୍ଯ୍ୟଟକଙ୍କୁ ସେହି ସ୍ଥାନର ପରିଦର୍ଶନ କରିବା ପାଇଁ ତିଆରି କରାଯାଇଛି। ଏହା ୨୦୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଯାତ୍ରା କରାଇଥାଏ। ପବନରେ ଚାଲିବା କାରଣରୁ ଏହାକୁ Sky Train କୁହାଯାଏ।

ତେବେ ଏହି ଟ୍ରେନର ଆଉ ଏକ ଖାସିୟତ ରରହିଛି। ଏହାର ଡୋର ଆପେ ଆପେ ଖୋଳିଯାଏ ସ ବନ୍ଦ ମଧ୍ୟ ହୋଇଯାଏ। ଏଥିରେ ଏକ ପ୍ରକାରର ସେନସର ଲାଗିଛି। ଚୀନର ବୁହାନରେ ସ୍କାଇ ଟ୍ରେନ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏଥିରେ ଯାତ୍ରୀ ମାନେ ଟ୍ରେନରେ ରହିଛି ୨୭୦ ଡିଗ୍ରୀ ର ଦୃଶ୍ୟ କୁ ଦେଖି ଭଲ ଭାବେ ମନୋରଞ୍ଜନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.