ଓ୍ଵାଟର ଫଲ୍‌ ନୁହେଁ ‘କ୍ଲାଉଡ୍‌ ଫଲ୍‌’, ମିଜୋରାମ୍‌ରେ ଦେଖିବାକୁ ମିଳିଲା ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ; ଦେଖନ୍ତୁ ଭିଡିଓ

ଆମେ ସମସ୍ତେ ନଦୀ ଓ ଝରଣା ତ ଅନେକ ଦେଖିଛେ। କିନ୍ତୁ କ’ଣ କେବେ ଆପଣ କ୍ଲାଉଡ୍‌ ଫଲ୍‌ ଦେଖିଛନ୍ତି। ଅର୍ଥାତ୍‌ ଏହି ସ୍ରୋତରେ ପାଣି ଜାଗାରେ ବାଦଲ ପ୍ରବାହିତ ହୋଇଥାଏ। ଏଭଳି ଏକ ସ୍ଥାନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇାରଲ ହେଉଛି। ଦ ବେଟର ଇଣ୍ଡିଆ ତରଫରୁ ସେୟାର କରାଯାଇଥିବା ଏହି ଭିଡିଓ ମିଜୋରାମ୍‌ର ଏଜାବଲର।

ଜଣାଶୁଣା ବ୍ୟବସାୟୀ ହର୍ଷ ଗୋୟଙ୍କା ଟ୍ଵିଟରରେ ଏହି ଭିଡିଓକୁ ରି-ଟ୍ଵିଟ୍‌ କରିଛନ୍ତି। ଏହି ଭିଡିଓକୁ ହଜାର ହଜାର ଲୋକ ଦେଖିବା ପରେ ସେୟାର ବି କରିଛନ୍ତି। ଲୋକମାନେ ପ୍ରକୃତିର ଏହି ଦିବ୍ୟ ସୌନ୍ଦର୍ଯ୍ୟକୁ ଖୁବ୍‌ ପସନ୍ଦ କରିଛନ୍ତି।

ଦେଖନ୍ତୁ ଭିଡିଓ:

ଏହି ବାଦଲ ପାଣି ଭଳି ବୋହୁଛି। ଯାହା ଏକ ନିଆରା ଦୃଶ୍ୟ। ବେଳେ ପରିବେଶରେ କିଛି ପରିବର୍ତ୍ତନ ହେଲେ ଏଭଳି ଦୃଶ୍ୟ ଦେଖିବାକୁ ମଳେ ବୋଲି ଭିଡିଓ କ୍ୟାପସନ୍‌ରେ ଲେଖାଯାଇଛି। ଭିଡିଓକୁ ଏବେ ଯାଏଁ ୨୮.୮ ହଜାର ଥର ଦେଖାଯାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.