ଏଥର ରାକ୍ଷୀରେ ଖାଲି ରହିବନି ଯବାନ ଭାଇଙ୍କ ହାତ, ସୀମା ଜଗୁଥିବା ସୈନିକଙ୍କୁ ରାକ୍ଷୀ ପଠାଇଲେ କଲେଜ  ଛାତ୍ରୀ 

 ଏଥର ଦେଶ ମାତୃକାର ଦିନରାତି ରକ୍ଷା କରୁଥିବା ବୀର ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି କଲେଜ ଛାତ୍ରୀ । ବୀର ଯବାନ ମାନଙ୍କୁ ବଡ ଭାଇର ସମ୍ମାନ ଜଣାଇ ଏଭଳି କିଛି ନିଆରା ପୟାସ କରିଛନ୍ତି ଯାଜପୁର ବିଞ୍ଝାରପୁର ବ୍ଲକର ବରୁଣେଶ୍ଵର ମହାବିଦ୍ୟାଳୟର ଛାତ୍ରୀ । ରାକ୍ଷୀ ଦୋକାନରୁ ନିଜ ମନ ପସନ୍ଦର ରାକ୍ଷୀ କିଣି ସୀମାରେ ରହୁଥିବା ଯବାନଙ୍କ ପାଖକୁ ଡାକ ଯୋଗେ ପଠାଇ ସୃଷ୍ଟି କରିଛନ୍ତି ନୂଆ ଉଦାହରଣ ।

ଆସୁଛି ସ୍ନେହ ବନ୍ଧନର ପର୍ବ ରକ୍ଷାବନ୍ଧନ । ସବୁ ବର୍ଷ ଭଳି ଏଥର ମଧ୍ୟ ଭଉଣୀ ନିଜ ଭାଇ ହାତରେ  ରାକ୍ଷୀ ବାନ୍ଧିବ।  ଆଉ ଭଉଣୀର ସୁରକ୍ଷା ପାଇଁ ଭାଇ ପ୍ରତିଶୃତି ଦେବ । ତେବେ ଦେଶର ସୁରକ୍ଷା କରୁଥିବା ବୀର ଯବାନ ମାନେ  ନିଜ ଘରକୁ ଆସି ଏ ପର୍ବକୁ ପାଳନ କରିବା ସମ୍ଭବ ହୋଇନଥଏ ।  କାରଣ ସେ ମାଟି ମା ର ସେବା ତଥା ତାର ସୁରକ୍ଷାରେ ଥାନ୍ତି ।  ତଥାପି ଭଉଣୀ ମାନେ ଏ କଥା କୁ ଭୁଲିନାହାନ୍ତି ।  ଯବାନ ଭାଇ ମାନେ ସିନା ଘରକୁ  ଆସିପାରିବେ ନାହିଁ   କିନ୍ତୁ ଭଉଣୀ ମାନେ ଯାଇ ସେମାଙ୍କୁ ଏଥର ରାକ୍ଷୀ  ବାନ୍ଧିବେ।   ଏଥର ଦେଶ ମାତୃକାର ଦିନରାତି ରକ୍ଷା କରୁଥିବା ବୀର ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି କଲେଜ ଛାତ୍ରୀ । ବୀର ଯବାନ ମାନଙ୍କୁ ବଡ ଭାଇର ସମ୍ମାନ ଜଣାଇ ଏଭଳି କିଛି ନିଆରା ପୟାସ କରିଛନ୍ତି ଯାଜପୁର ବିଞ୍ଝାରପୁର ବ୍ଲକର ବରୁଣେଶ୍ଵର ମହାବିଦ୍ୟାଳୟର ଛାତ୍ରୀ । ରାକ୍ଷୀ ଦୋକାନରୁ ନିଜ ମନ ପସନ୍ଦର ରାକ୍ଷୀ କିଣି ସୀମାରେ ରହୁଥିବା ଯବାନଙ୍କ ପାଖକୁ ଡାକ ଯୋଗେ ପଠାଇ ସୃଷ୍ଟି କରିଛନ୍ତି ନୂଆ ଉଦାହରଣ ।
ରକ୍ଷା ବନ୍ଧନ ପାଇଁ ଗାଁରୁ ସହର ହୋଇଉଠିଛି ଚଳଚଂଚଳ । ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ପ୍ରତ୍ୟେକ ଭାଇ ଭଉଣୀ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଈ ହାତରେ ରାକ୍ଷୀ ବାନ୍ଧେ । ଏନେଇ  ଯାଜପୁର ବିଞ୍ଝାରପୁର ବ୍ଲକର ବରୁଣେଶ୍ଵର ମହାବିଦ୍ୟାଳୟର ଛାତ୍ରୀ ମାନେ ଏକ ଭିନ୍ନ ପ୍ରୟାସ କରିଛନ୍ତି । ଭାରତର ସୀମାରେ ରହି ଶତୃଙ୍କ ସହ ଲଢ଼େଇ କରି ଆମ ମାନଙ୍କୁ ସୁରକ୍ଷା ଦେଉଥିବା ଜବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି । ସେମାନଙ୍କୁ ପ୍ରକୃତ ଭାଇ ଭାବେ ସ୍ୱୀକାର କରି ଏଭଳି ଏକ ଉଦ୍ୟମ କରିଛନ୍ତି  ।
ଚଳିତ ବର୍ଷ ଚାରି ଆଡ଼େ ବଡ଼ ଧୁମ ଧାମରେ ପାଳିତ ହେବ ଏହି ରକ୍ଷା ବନ୍ଧନ। ଏଥର ଯବାନ ମାନଙ୍କ ପାଇଁ କଲେଜର ଛାତ୍ରୀ ରକ୍ଷାବନ୍ଧନର ଗୀତ ଗାଇ ରାକ୍ଷୀ ପଠାଇଛନ୍ତି ।  ସମସ୍ତେ ନିଜ ମନ ପସନ୍ଦର ରାକ୍ଷୀ କିଣି ଡାକ ଯୋଗେ ଭାରତୀୟ ସେନାର କାର୍ଯ୍ୟାଳୟକୁ ପଠାଇଛନ୍ତି । ଏହି ରାକ୍ଷୀ ପଠାଇ ଜବାନ ମାନଙ୍କୁ ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ଉଦ୍ୟମ କରିଛନ୍ତି । କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ବରୁଣେଶ୍ଵର କଲେଜ ଛାତ୍ରୀ ଏଭଳି ରାକ୍ଷୀ ପଠାଇ ଆସୁଛନ୍ତି। ଯାହାକୁ କଲେଜ କର୍ତ୍ତୃପକ୍ଷ ମଧ୍ୟ ସହଯୋଗ କରିଛନ୍ତି।
ଦେଶର ବୀର ଜବାନ ଙ୍କ ପାଇଁ ଛାତ୍ରୀ ମାନଙ୍କର ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ଏସବୁ ରାକ୍ଷୀକୁ ଦେଖି ଯବାନ ଭାଇ ମାନେ ଏଥର ବି ନିଶ୍ଚୟ ଖୁସି ହେବେ ବୋଲି ଭଉଣୀ ମାନେ କହିଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.