ଦୟାଳୁ ଚୋର : ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଇ କହିଲେ, ‘ ତୁମ ଟଙ୍କା ଆମର ଦରକାର ନାହିଁ’, ଭିଡିଓ ଭାଇରାଲ

ଆପଣ ପ୍ରତିଦିନ ଚୋରି ଡକାୟତି ଖବର ନିଶ୍ଚିତ ପଢୁଥିବେ କିମ୍ବା ଶୁଣୁଥିବେ। ପ୍ରତିଦନ ଏପରି ଖବର ଆମମାନଙ୍କୁ ବିଚଳିତ କରିବା ସହ ଆତଙ୍କିତ ମଧ୍ୟ କରୁଛି। ଏହି ଚୋରି ପାଇଁ କେଉଁଠି ହତ୍ୟା କରାଯାଉଛି ତ ଆଉ କେଉଁଠି ମାରପିଟ କରାଯାଉଛି। କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଚୋରର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ।

ଏହି ଭିଡିଓରେ ଜଣେ ଚୋର ଚୋରି କରିବାକୁ ଆସି ମହିଳାଙ୍କ ମଥାରେ ଚୁମ୍ବନ କରିବା ସହ ତାଙ୍କ ଟଙ୍କା ପଇସା ନେବାକୁ ମନା ଦେଇଥିଲେ। ଏହି ଘଟଣା ବ୍ରାଜିଲରେ ଘଟିଛି। ଖବର ମୁତାବକ, ଏଠାରେ ବନ୍ଧୁକ ଧରିଥିବା ଦୁଇ ଜଣ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଏକ ଔଷଧ ଦୋକାନରେ ପଶିଥିଲେ। ସେମାନେ ଦୋକାନ କର୍ମଚାରୀକୁ ଧମକାଇ ଟଙ୍କା ପଇସା ମଧ୍ୟ ମାଗିଥିଲେ। ଏହି ସମୟରେ ଦୋକାନରେ ଥିବା ଜଣେ ବୃଦ୍ଧ ମହିଳା ଉପସ୍ଥିତ ରହିଥିଲେ। ସେ ମଧ୍ୟ ନିଜ ପଇସା କାଢି ଚୋରକୁ ଦେଇଥିଲେ, କିନ୍ତୁ ଚୋର ସେହି ପଇସା ନେବାକୁ ମନା କରିଦେଇଥିଲା।

ଚୋର ଜଣକ ସେହି ବୃଦ୍ଧ ମହିଳାଙ୍କ ମଥାରେ ଚୁମ୍ବନ ଦେଇ କହିଥିଲେ, ଆଜ୍ଞା, ଆପଣ ଶାନ୍ତ ରୁହନ୍ତୁ, ମୋତେ ଆପଣଙ୍କ ଟଙ୍କା ଦରକାର ନାହିଁ। ଚୋର ସେହି ଔଷଧ ଦୋକାନରୁ ୭୧ ହଜାର ଟଙ୍କା ନଗଦ ଏବଂ ଅନ୍ୟ କିଛି ଦରକାରୀ ଜିନିଷ ଚୋରାଇ ଫେରାଇ ହୋଇଯାଇଥିଲେ। ଏହି ଚୋରିର ଭିଡିଓ ୟୁଟ୍ୟୁବରେ ପୋଷ୍ଟ କରାଯାଇଥିଲା। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.