Below header

୧୪ ବର୍ଷର ପ୍ରେମ ପରେ ଜିସ୍କା ପେରେଲୋଙ୍କୁ ବାହା ହେଲେ ଟେନିସ୍‌ ଷ୍ଟାର୍‌ ରାଫେଲ ନାଡାଲ

ଅନେକ ଦିନରୁ ପ୍ରେମ ଚାଲିଥିଲା । ଏବେ କିନ୍ତୁ ପ୍ରେମିକାଙ୍କୁ ପତ୍ନୀ ବନାଇଲେ ସ୍ପେନ୍‌ର ଟେନିସ୍‌ ଷ୍ଟାର୍‌ ରାଫେଲ ନାଡାଲ । ପତ୍ନୀ ଜିସ୍କା ପେରେଲୋଙ୍କୁ ସେ ପିଲା ବେଳୁ ଜାଣନ୍ତି । ନାଡାଲଙ୍କ ସାନ ଭଉଣୀ ମାରିବେଲ୍‌ଙ୍କ ଜରିଆରେ ଦୁହିଁଙ୍କର ପରିଚୟ ହୋଇଥିଲା । ପେରେଲୋ ହେଉଛନ୍ତି ଭଉଣୀ ମାରିବେଲ୍‌ଙ୍କ ପିଲା ବେଳର ସାଙ୍ଗ । ଦୁହିଙ୍କ ଭିତରେ ପରିଚୟ ପରଠାରୁ ପ୍ରେମ ଆରମ୍ଭ ହୋଇଥିଲା । ଦୀର୍ଘ ୧୪ ବର୍ଷ ଧରି ସେମାନେ ପରସ୍ପରକୁ ଭଲ ପାଉଥିଲେ । ଶେଷରେ ଗତକାଲି ସ୍ପେନ୍‌ର ଲା ଫୋର୍ଟାଲେଜା ଠାରେ ଏକ ନିରାଡ଼ମ୍ବର ଉତ୍ସବରେ ସେମାନଙ୍କର ବାହାଘର ହୋଇଛି ।

NADAL-2ୟୁଏସ୍‌ ଓପନ୍‌ ଚାମ୍ପିଅନ୍‌ ନାଡାଲ ଏବେ ଆହତ ଥିବାରୁ ଚଳିତ ବର୍ଷ ଆଉ କୌଣସି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ନାହିଁ ବୋଲି ଜଣାଇ ଦେଇଛନ୍ତି । ୧୯୯୬ ମସିହା ଜୁନ୍‌ ୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ନାଡାଲ ୧୯ଟି ଗ୍ରାଣ୍ଡ ସ୍ଲାମ୍‌ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ ଟାଇଟଲ୍‌ ବିଜୟୀ ହୋଇଛନ୍ତି । ସେ ଫ୍ରେଞ୍ଚ ଓପନ୍‌ରେ ୨୦୦୫ରୁ ୨୦୦୮ ଲଗାତର ଚାରିଥର, ପୁଣି ୨୦୧୦ରୁ ୨୦୧୪ ପାଞ୍ଚଥର ଚାମ୍ପିଅନ୍‌ ହୋଇଛନ୍ତି । ପୁନର୍ବାର ଗତ ୨୦୧୭ରୁ ୨୦୧୯ ଯାଏ ଟାଇଟଲ୍‌ ଜିତି ଚାଲିଛନ୍ତି ।
NADAL-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.