Below header

ବଲିଉଡ୍ ତାରକାଙ୍କ ସହ ମୋଦିଙ୍କ ଗାନ୍ଧୀ ଚର୍ଚ୍ଚା, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକାଠି ହେଲେ ସେଲିବ୍ରିଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତିଥି ହେଲେ ବଲିଉଡ୍‌ର ନାମୀଦାମୀ କଳାକାର । ଶାହରୁଖ୍‌, ଅମୀର ଓ ସଲମାନଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ଘରେ ପହଞ୍ଚିଥିଲେ ବଲିଉଡ୍‌ର ଅନେକ କଳାକାର । କଙ୍ଗନା ରଣାଓ୍ଵତ, ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌, ସୋନମ କପୁରଇମ୍‌ତିଆଜ ଅଲ୍ଲୀ, ଏକତା କପୁର, ଅନୁରାଗ ବସୁ, ରାଜକୁମାର ହିରାନୀ, ବୋନି କପୁର, ସନ୍ନି ଦେଓଲ ପ୍ରମୁଖ ସାମିଲ ହୋଇଥିଲେ । ମାହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀକୁ ନେଇ କଳା ଓ ସିନେମା ଜଗତ ଅନେକ ତାରକାଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଗାନ୍ଧୀଙ୍କ ଉପରେ ଚର୍ଚ୍ଚା ହୋଇଛି । ମାହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଗାନ୍ଧୀ ଓ ଗାନ୍ଧୀବାଦ ଉପରେ ଫିଲ୍ମ ନିର୍ମାଣ ପାଇଁ ପ୍ରେରଣା ଦେଇଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କଳାକାରମାନେ ଗାନ୍ଧୀଙ୍କ ଉପରେ ନଜର ମତ ରଖିଥିଲେ । ପ୍ରଧାନମନ୍ତ୍ରୀ ଫିଲ୍ମ ଜଗତର କଳାକାରଙ୍କୁ ଦାଣ୍ଡିରେ ନିର୍ମିତ ଗାନ୍ଧୀ ମ୍ୟୁଜିୟମ୍ ପରିଦର୍ଶନ କରିବା ପାଇଁ ଅପିଲ କରିଛନ୍ତି । କାର୍ଯ୍ୟକ୍ରମ ବେଳେ ଶାହାରୁଖ୍ ଖାନ୍ ଓ ଅମୀର ଖାନ୍ ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍‌ଫି ନେଉଥିବାର ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.