କାମ ଛୋଟ କି ବଡ ନୁହେଁ: ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଫୂଡ଼ ଡେ଼ଲିଭରି ଏଜେଣ୍ଟ ହେଲେ ହାଇଦରାବାଦର ଏହି ମହିଳା

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାଷାରେ କୌଣସି କାମ ଛୋଟ ନୁହେଁ । ସମସ୍ତେ ସବୁ କାମ ସ୍ୱାଧୀନ ଭାବେ କରିପାରିବେ । ସେ ସ୍ତ୍ରୀ ହୁଅନ୍ତୁ ବା ପୁରୁଷ ସମସ୍ତଙ୍କର ସବୁ କାମ କରିବା ପାଇଁ ସମସ୍ତଙ୍କର ସମାନ ଅଧିକାର ଅଛି । ଛୋଟ ବଡ,ଧନୀ ଗରିବ ବା ଲିଙ୍ଗଗତ ଭେଦ ଭାବ ନରଖି କାମ କରିଲେ ସମସ୍ତ କାମରେ ନିଶ୍ଚିତ ରୂପେ ଯେ ସଫଳତା ମିଳିପାରିବ ସେଥିରେ କୌଣସି ସନ୍ଦେହର ଅବକାଶ ନାହିଁ । ହାଇଦରାବାଦ ସହରର ୨୦ ବର୍ଷୀୟ ଜଣେ ମହିଳା ମହାତ୍ମା ଗାନ୍ଧୀଙ୍କ ଏହି ଉକ୍ତିକୁ ଯେପରି ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । ଏହି ମହିଳା ଜଣଙ୍କ ବିନା କୌଣସି ଦ୍ଵିଧାରେ ଅନଲାଇନ ଖାଦ୍ୟ ବିତରଣ କାରୀ ସଂସ୍ଥାରେ ଯୋଗ ଦେଇ ରନ୍ଧା ଯାଇଥିବା ଖାଦ୍ୟକୁ ଘରେ ଘରେ ନିଜ ସ୍କୁଟି ମାଧ୍ୟମରେ ବାଣ୍ଟିଥାନ୍ତି ।

swiggy girl

ଏହା ମାଧ୍ୟମରେ ସେ ବେଶ କିଛି ପଇସା ରୋଜଗାର କରିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ ପାଲଟି ପାରିଛନ୍ତି । ହାଇଦରାବାଦର ଏହି ମହିଳା ଜଣଙ୍କ ହେଉଛନ୍ତି ଜନନୀ ରାଓ । ସେ ହାଇଦରାବାଦର ମୂଳ ବାସିନ୍ଦା । ଛୋଟ ବେଳରୁ ସେ ଏଠାରେ ବସବାସ କରିଆସୁଛନ୍ତି । ନିଜେ ଜଣେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ କିଛି ମାସ ତଳେ ସେ ଏକ ଅନଲାଇନ ଫୁଡ଼ ଡେ଼ଲିଭରି ସଂସ୍ଥାରେ ଏକ ଡେଲିଭରି ଏଜେଣ୍ଟ ଭାବେ ଯୋଗ ଦେଇଥିଲେ । ଏହା ସହ ସେ ପ୍ରଥମ ଫୂଡ଼ ଡେଲିଭରି ଏଜେଣ୍ଟର ପରିଚୟ ପାଇପାରିଛନ୍ତି | ପ୍ରାୟ ୨ ରୁ ୩ ମାସ ହେବ ଏହା ମାଧ୍ୟମରେ ଅର୍ଡର କରାଯାଇଥିବା ଖାଦ୍ୟକୁ ଡେଲିଭରି କରିଆସୁଛନ୍ତି । ତାଙ୍କୁ ଏହି କାମଟି ଅତ୍ୟନ୍ତ ଆନନ୍ଦିତ କରୁଛି ବୋଲି ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ତାଙ୍କ ଅନୁଯାୟୀ ଏହା ମାଧ୍ୟମରେ ସେ ଭିନ୍ନ ଭିନ୍ନ ପ୍ରଜାତିର କଷ୍ଟମର ତଥା କଷ୍ଟମର ମାନଙ୍କ ସହ ମଧ୍ୟ ଭେଟି ପାରୁଛନ୍ତି । ଯାହା କି ତାଙ୍କୁ ଏକ ଭିନ୍ନ ଅନୁଭୂତି ଦେଇପାରିଛି ବୋଲି ନିଜ ପ୍ରତିକ୍ରିୟାରେ ଜନନୀ କହିଛନ୍ତି । ଏହି କାମରେ କଷ୍ଟମର ମାନେ ମଧ୍ୟ ବେଶ ଉତ୍ସାହିତ କରନ୍ତି । କଷ୍ଟମର ମାନେ ମଧ୍ୟ ବେଶ ଉତ୍ସୁକତାର ସହ ଜନନୀଙ୍କୁ ଏକ ଡେଲିଭରି ଗାର୍ଲ ଭାବେ ଗ୍ରହଣ କରିଛନ୍ତି । ଜଣେ ମହିଳାଙ୍କୁ ଏପରି ଏକ ଭିନ୍ନ କ୍ଷେତ୍ରରେ ଦେଖି ସେମାନେ ବେଶ ଗର୍ବିତ । ସେମାନଙ୍କ ମତରେ ଜନନୀଙ୍କ ଏହି ଭିନ୍ନ ଭିନ୍ନ ପଦକ୍ଷେପ ସବୁ ବର୍ଗର ଲୋକଙ୍କୁ ପ୍ରେରଣା ଯୋଗାଇପାରିଛି । ସମସ୍ତ ସାମାଜିକ ବନ୍ଧନକୁ ପ୍ରତ୍ୟାଖ୍ୟାନ କରି ଜନନୀ କହିଛନ୍ତି କି କାମ ସର୍ବଦା କାମ ହୋଇଥାଏ । କାମରେ ଛୋଟ ବଡର କୌଣସି ଭେଦଭାବ ନଥାଏ ।

ଏହା ସହ ପଢନ୍ତୁ: ଜାଣନ୍ତୁ ବିହାର ଲୋକେ କାହିଁକି ପାକିସ୍ତାନ ନାଁକୁ ଅଧିକ ଘୃଣା କରନ୍ତି

ଯେତେ ଆଗ୍ରହର ସହ ଆପଣ ଏହାକୁ କରିବେ ତାହା ଆପଣଙ୍କୁ ସେତେ ଉତ୍ସାହିତ କରିପାରିବ । ଏହା ଦ୍ୱାରା ଆପଣ ବହୁ କିଛି ଶିଖି ମଧ୍ୟ ପାରିବେ ।ଏଥିରେ ଭେଦଭାବ କରିବା କୌଣସି ମୂର୍ଖାମୀଠାରୁ କମ ନୁହେଁ । ଯେତେବେଳେ ଏପରି କ୍ଷେତ୍ରରେ ମହିଳାମାନଙ୍କ ସୁରକ୍ଷା ବିଷୟରେ ପ୍ରଶ୍ନ କରାଯାଇଥିଲା ଜନନୀ କହିଥିଲେ କି ହାଇଦରାବାଦ ରାଜ୍ୟର ୨ୟ ସୁରକ୍ଷିତ ରାଜ୍ୟ । ଏଠାରେ ଯେକୌଣସି ବର୍ଗର ମହିଳା ବିନା କୌଣସି ଦ୍ବିଧାରେ ନିଜେ ଚାହୁଁଥିବା କାମ କରିପାରିବେ । ଜନନୀଙ୍କ ଏପରି ଏକ ଭିନ୍ନ ପଦକ୍ଷେପ ଯେ ରାଜ୍ୟ ସମେତ ଦେଶର ମହିଳା ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ପାରିଛି ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.