ରୋହିତଙ୍କ ପରେ ରାହାଣେଙ୍କ ଶତକ, ଭାରତର ସ୍କୋର ୩ ଓ୍ଵିକେଟ୍ରେ ୨୮୪ ରନ୍

ରାଞ୍ଚି : ରୋହିତ ଶର୍ମାଙ୍କ ପରେ ଅଜିଙ୍କ୍ୟ ରାହାଣେ ମାରିଲେ ଶତକ । ଏଠାରେ ଚାଲିଥିବା ତୃତୀୟ ତଥା ଶେଷ ଟେଷ୍ଟରେ ରହାଣେ ଆଜି ଦ୍ୱିତୀୟ ଦିବସ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଛନ୍ତି । ଅତ୍ୟନ୍ତ ଧୈର୍ଯ୍ୟର ସହ ଖେଳି ରାହାଣେ ୧୪ ଚୌକା ଓ ଗୋଟିଏ ଛକା ସହାୟତାରେ ନିଜର ଏକାଦଶ ଟେଷ୍ଟ ଶତକ ପୂରଣ କରିଛନ୍ତି । ସେହିପରି ରୋହିତ ଏପର୍ଯ୍ୟନ୍ତ ଅପରାଜିତ ରହି ଦେଢ଼ଶହ ରନ୍ ପାର୍ କରି ଗଲେଣି । ଏହି ଦୁଇ ଖେଳାଳି ଅସମାପ୍ତ ଚତୁର୍ଥ ଓ୍ଵିକେଟ୍ରେ ୨୫୦ରୁ ଅଧିକ ରନ୍ ସଂଗ୍ରହ କରି ସାରିଲେଣି । ଆଜି ୭୨ ଓଭର୍ ବେଳକୁ ଭାରତ ୩ ଓ୍ଵିକେଟ୍ରେ ୨୮୪ ରନ୍ କରିଛି । ରୋହିତ ୧୫୯ ଓ ରହାଣେ ୧୦୧ ରନ୍ କରି ଖେଳୁଛନ୍ତି ।
Well played @ajinkyarahane88 💪💪 pic.twitter.com/42iiOyZtZ9
— BCCI (@BCCI) October 20, 2019
ଗତକାଲି ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ମାତ୍ର ୩୯ ରନ୍ରେ ଘରୋଇ ଦଳର ୩ଟି ଓ୍ଵିକେଟ୍ ପକାଇ ଦେଇଥିଲେ ଦକ୍ଷିଣ ଆଫ୍ରିକା ବୋଲର୍ । ହେଲେ ଏହା ପରେ ରୋହିତ ଓ ରାହାଣେଙ୍କ ଯୋଡ଼ି ଅଭେଦ୍ୟ ଦୁର୍ଗ ଭଳି ଠିଆ ହୋଇଛନ୍ତି ।