Below header

କରୋନା ଭାଇରସ ଏବଂ ତୃତୀୟ ବିଶ୍ୱଯୁଦ୍ଧ, ବିଶ୍ୱକୁ କବଜା କରିବା ହେଉଛି ଚୀନ୍‌ର ରଣନୀତି

ବିଶ୍ୱର ମେରୁଦଣ୍ଡ ଉପରେ ବଜ୍ରାଘାତ କରିଛି କରୋନା । ଯାହା ପାଇଁ ଆଜି ସାରା ଦୁନିଆର ଅବସ୍ଥା ଶୋଚନୀୟ । ଆମେ ସମସ୍ତେ ଏବେ କରୋନା ଭୂତାଣୁର କବଜାରେ । ମୃତ୍ୟୁ ଆମକୁ ଡରାଉଛି ପ୍ରତି ମୁହୂର୍ତ୍ତରେ । ବଞ୍ଚିବା ପାଇଁ ଆମେ ସଂଘର୍ଷ କରୁଛେ । ବିଶ୍ୱର ଆର୍ଥିକ ପରିସ୍ଥିତି ଏବେ ଯେମିତି ସଜ୍ଞା ହରାଇଛି। କିଭଳି ଆର୍ଥିକ ସଂକଟରୁ ନିଜ ନିଜ ଦେଶକୁ ଉଦ୍ଧାର କରାଯାଇ ପାରିବ ସେଥିପାଇଁ ସମସ୍ତେ ପ୍ରଚେଷ୍ଟାରେ। ସମସ୍ତଙ୍କ ନଜର ଏବେ ଚାଇନା ଉପରେ । ବିଶ୍ୱର ଅନ୍ୟ ପ୍ରଗତିଶୀଳ ଦେଶମାନଙ୍କୁ ମାତ୍ ଦେଇ ପୃଥିବୀରେ ଏକ ନମ୍ବରରେ ପହଂଚିବା ପାଇଁ ଚାଇନା କରୋନା ଭୁତାଣୁକୁ ଅସ୍ତ୍ର କରିଛି ବୋଲି କୁହାଯାଉଛି । ପରୋକ୍ଷରେ ଏହାକୁ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ କହିଲେ କିଛି ଭୁଲ ହେବନାହିଁ । ଏହି ଯୁଦ୍ଧ କୌଣସି ଅସ୍ତ୍ର ଦ୍ୱାରା ନୁହେଁ କି କୌଣସି ମଣିଷ ଦ୍ୱାରା ନୁହେଁ, ଏହି ଯୁଦ୍ଧ ହେଉଛି ଭାଇରସ ଦ୍ୱାରା ।

CHINA-1

ଚାଇନାର ଏଭଳି ମାନସିକତା ଆଜିର ନୁହେଁ । ଅନେକ ବର୍ଷରୁ ସେ ଯୋଜନା ଚଳାଇଥିଲା । ତୃତୀୟ ବିଶ୍ୱଯୁଦ୍ଧ ପାଇଁ କେବେଠାରୁ ନିଜକୁ ପ୍ରସ୍ତୁତ କରି ରଖିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ର ୭୫ ବର୍ଷ ପରେ ବିନା ଅସ୍ତ୍ରରେ ବିନା ସାମରିକ ବାହିନୀ କିମ୍ବା ପରମାଣୁ ବୋମାରେ କିଭଳି ଆକ୍ରମଣ କରିହେବ ଏହାର ଜ୍ଵଳନ୍ତ ଉଦାହରଣ ହେଉଛି କରୋନା ଭାଇରସ ।୧୯୪୫ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପରମାଣୁ ବୋମା ଦ୍ୱାରା ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିଲା ଜାପାନର ଦୁଇ ସହର ହିରୋସିମା ଏବଂ ନାଗାସାକି । ଏହାପରେ ପରମାଣୁ ବୋମା ଉପରେ ବିଶ୍ୱର ବିଭିନ୍ନ ଦେଶ ଅଙ୍କୁଶ ଲଗାଇଥିଲେ । ସେଥିପାଇଁ ଚୀନ୍ ଖୁବ ସତର୍କତାର ସହ ଅତି ଗୁପ୍ତ ଭାବେ ନିଜକୁ ପ୍ରସ୍ତୁତ କରିଥିଲା ତୃତୀୟ ବିଶ୍ୱଯୁଦ୍ଧ ପାଇଁ । ଅସ୍ତ୍ର ରୂପେ କରୋନା ଭାଇରସକୁ ସଫଳତାର ସହ ପ୍ରୟୋଗ କଲା । ବିଶ୍ୱକୁ ଦୋହଲାଇ ଦେବା ପାଇଁ ଚାଇନା ପ୍ରସ୍ତୁତ କଲା ତିନି ପ୍ରକାରର ରଣନୀତି ।

world-2

ପ୍ରଥମ ରଣନୀତି : ସାରା ବିଶ୍ୱକୁ ଲୁଚାଇଲା କରୋନା ଭାଇରସର ଭୟାବହତା ଏବଂ ଏହାର ସ୍ଥିତି ସମ୍ପର୍କରେ ।
ଦ୍ବିତୀୟ ରଣନୀତି : ବିଶ୍ୱରେ କରୋନାକୁ ନେଇ ଏକ କୋକୁଆ ଭୟ ସମସ୍ତଙ୍କ ମଧ୍ୟରେ ସୃଷ୍ଟି କଲା ।
ତୃତୀୟ ରଣନୀତି : କରୋନା ଭାଇରସକୁ ଦୁନିଆ ସାରା ବିସ୍ତାରିତ କରି ନିଜର ଅସ୍ତିତ୍ୱକୁ ଜାହିର କଲା ଏବଂ ସଫଳ ମଧ୍ୟ ହେଲା । ବିଶ୍ୱଯୁଦ୍ଧ ହେଲେ ଗୋଟିଏ ଦେଶରେ ମୃତ୍ୟୁ, କ୍ଷୟକ୍ଷତି ଏବଂ ଦୁଃଖର ପରିବେଶ ସହ ସେହି ଦେଶର ଅର୍ଥନୀତିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଏ । ତେବେ ସେଭଳି ଗୁଳିଗୋଳାର ଯୁଦ୍ଧ ହୋଇନାହିଁ । ତଥାପି ବିଶ୍ୱରେ ରହିଛି ସେହି ଭୟାବହତା । ଯାହା ଜଳଜଳ କରି ଦେଖା ଯାଉଛି ।

world-3

ଏବେ ସୁଦ୍ଧା ବିଶ୍ୱରେ ୨୧୩ଟି ଦେଶର ପ୍ରାୟତଃ ୪ ମିଲିୟନରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ । କେବଳ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରରେ ଦୁଇ ଲକ୍ଷରୁ ଅଧିକ ଲୋକ ମୃତ୍ୟୁ ବରଣ କରି ସାରିଲାଣି । ଅନେକ ପ୍ରଗତିଶୀଳ ରାଷ୍ଟ୍ର ଅସହାୟ ମନେ କରି ଯେମିତି ଆତ୍ମସମର୍ପଣ କରି ଦେଇଛନ୍ତି । ଅନେକ ଧନୀ ରାଷ୍ଟ୍ର ଯଥା ଇଟାଲୀ, ସ୍ପେନ, ଜର୍ମାନୀ ଏବେ କରୋନା ଭୂତାଣୁରେ ଧରାଶାୟୀ । ଯାହାର ଫାଇଦା ନେଉଛି ଚାଇନା । ଚାଇନା ଏବେ ସାରା ବିଶ୍ୱ ବଜାରକୁ ନିଜ ଅକ୍ତିୟାରକୁ ନେଇ ଫାଇଦା ଉଠାଇବାରେ ଲାଗିଛି । ବିଭିନ୍ନ ଦେଶର ବଡ଼ ବଡ଼ କମ୍ପାନୀମାନଙ୍କୁ ଖୁବ କମ ପଇସାରେ କିଣି ନିଜର ପୁଞ୍ଜି ବିନିଯୋଗ କରୁଛି ।
ଏଭଳି ଏକ ମହାମାରୀ ସମୟରେ ବିଭିନ୍ନ ଦେଶରେ ଔଷଧ ଏବଂ ଚିକିତ୍ସା ସରଞ୍ଜାମର ଅଭାବ ଦେଖାଦେଇଥିବା ବେଳେ ଚାଇନା ସାରା ବିଶ୍ୱକୁ ଅତି ନିମ୍ନମାନର ଔଷଧ ଏବଂ ଚିକିତ୍ସା ସରଞ୍ଜାମ ଯୋଗାଇଦେଇ ପ୍ରଚୁର ଅର୍ଥ ରୋଜଗାର କରିବାରେ ସକ୍ଷମ ହୋଇ ପାରିଛି ।

ସାରା ବିଶ୍ୱ ଯେତେବେଳେ ଚୀନ୍‌ରୁ ଜନ୍ମ ଏହି କରୋନା ଭୂତାଣୁ ସହ ଯୁଦ୍ଧ କରୁଛି ଠିକ ସେତିକିବେଳେ ଏହି ଦେଶ ବିଭିନ୍ନ ପ୍ରକାରର ବୈଦେଶିକ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ଚାଇନା କଳେ ବଳେ କୌଶଳେ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ସମସ୍ତ ଶକ୍ତିକୁ ଛଢ଼ାଇ ଆଣି ନିଜକୁ ସର୍ବଶକ୍ତିମାନ୍ କରିବାରେ ଲାଗିପଡିଛି । ଯଦି ଚୀନ୍ ତାର ସମସ୍ତ ଋଣକୁ ପ୍ରତ୍ୟାହାର କରିନିଏ ତେବେ ଆମେରିକାରେ ଏକ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଯିବାର ସମ୍ଭାବନା ଥିବାରୁ ଆମେରିକାକୁ ଭୟ ଘାରି ସାରିଲାଣି ।

GRAHAMଯାହା ସୂଚନା ମିଳିଛି, ଚାଇନା ୨୦୪୯ ସୁଦ୍ଧା ଯେ କୌଣସି ପ୍ରକାରର ଏହି ଭାଇରସ ୱାରରେ ଜିତିବାକୁ ନିଜକୁ ପ୍ରସ୍ତୁତ କରି ସାରିଛି । ପ୍ରସିଦ୍ଧ ରାଜନୀତି ବିଶାରଦ ଗ୍ରାହମ ଆଲିସନଙ୍କ ମତ ଅନୁଯାୟୀ ଯୁଦ୍ଧର ପ୍ରଥମ ପର‌୍ୟ୍ୟାୟ ୨୦୨୫ ଶେଷ ସୁଦ୍ଧା ଚାଇନା ପୃଥିବୀରେ ବୈଷୟିକ ନିର୍ମାଣରେ ସୁପର ପାୱାର ହୋଇସାରିଥିବ । ୨୦୩୫ ସୁଦ୍ଧା ଚାଇନା ସାରା ବିଶ୍ୱରେ ନୂତନ ଅବିଷ୍କାରର କେନ୍ଦ୍ରବିନ୍ଦୁ ପାଲଟିବ । ଏହା ସହ ୨୦୪୯ରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ହୋଇ ସାରା ପୃଥିବୀରେ ନିଜର ଆଧିପତ୍ୟ ବିସ୍ତାର କରିବ ।

world-1ଚୀନ୍‌ର ନାଁ ନାଁ ଏବଂ ଠୋସ୍ ପ୍ରମାଣ ଅଭାବରୁ କରୋନା ଭାଇରସ୍ ଏହି ଦେଶର ଲାବରେଟୋରୀରେ ଜନ୍ମ ନେଇଥିବା କଥାକୁ ଏଯାଏ ସମସ୍ତେ ବିଶ୍ୱାସ କରି ପାରୁ ନାହାନ୍ତି । ତେବେ ଏହା ଯଦି ସତ ହୋଇଥାଏ ତାହାହେଲେ ରାଜନୀତି ବିଶେଷଜ୍ଞ ଗ୍ରାହାମ୍ ଆଲିସନ୍‌ଙ୍କ ଭବିଷ୍ୟବାଣୀ ନିଶ୍ଚୟ ସତ ହେବ । ଆଉ ଯଦି ଚୀନ୍ ବିରୁଦ୍ଧରେ ପ୍ରମାଣ ମିଳିଯାଏ ତେବେ ସିଧାସଳଖ ଗୁଳିଗୋଳାର ବିଶ୍ୱଯୁଦ୍ଧ ବି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।

ସତ୍ୟଜିତ୍ ମହାଂତି, କେ ନ୍ୟୁଜ୍ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.