କାହିଁକି ଭାରତ-ଚୀନ ହାତାହାତି ସମୟରେ ହେଲା ନାହିଁ ଗୁଳି ଚାଳନା ? ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ

ଭାରତ ଓ ଚୀନ ମଧ୍ୟର ସୀମାବର୍ତ୍ତୀ ଲଦାଖ ଅଞ୍ଚଳରେ ଲାଗି ରହିଥିବା ବିବାଦ ସୋମବାର ରାତିରେ ହିଂସାତ୍ମକ ମୋଡ ନେଇଛି । ଏହି ଘଟଣାରେ ଭାରତୀୟ ସେନାର ଜଣେ ଅଫିସରଙ୍କ ସମେତ ୨୦ ଜଣ ଯବାନ ସହୀଦ ହୋଇଛନ୍ତି । ପ୍ରତିପକ୍ଷ ଚୀନର ୪୩ ଜଣ ଯବାନ ପ୍ରାଣ ହରାଇଛନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ଭାରତ-ଚୀନ ସମ୍ପର୍କରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ ହିଁ ହଠାତ ଚୀନ ତରଫରୁ ଲାଠି, ପଥର, ଲୁହା ରଡ ଆଦିରେ ଏପରି ଏକ ଅତର୍କିତ ଆକ୍ରମଣ ହୋଇଛି । ଏପରି ଏକ ସ୍ଥିତିରେ ସମସ୍ତଙ୍କ ମନରେ ପ୍ରଶ୍ନ ନିଶ୍ଚିତ ରୂପେ ଉଙ୍କି ମାରୁଥିବଯେ, ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ରରେ ପରିପୂର୍ଣ୍ଣ ଡ୍ରାଗନ ସେନା କାହିଁକି ଭାରତ ଉପରେ ବନ୍ଧୁକ, ଗୁଳି ବଦଳରେ ଟେକା ପଥର ମାଡ଼ କରିଛି । ଖୁବ କମ ଲୋକ ଏହା ଜାଣିଥିବେକି, ଏହା ପଛର କାରଣ ପିଭି ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟର ଏକ ଚୁକ୍ତି ହିଁ ରହିଛି । କହିରଖିବା ଉଚିତ ହେବକି, ଭାରତ ଓ ଚିନ ସିମାବର୍ତ୍ତୀ ଅଂଚଳରେ ୩୪୮୮ କିଲୋମିଟର ଲମ୍ବର “ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ” ବା ଏଲଏସି ରହିଛି ।

LAC

କିନ୍ତୁ ଚୀନ ଅନୁଯାୟୀ ଏହା ମାତ୍ର ୨୦୦୦ କିଲୋମିଟର ପର୍ଯ୍ୟନ୍ତ ହିଁ ରହିଛି । ୧୯୯୧ ମସିହାରେ ତତ୍କାଳୀନ ଚୀନୀ ପ୍ରଧାନମନ୍ତ୍ରୀ ଲି-ପେଙ୍ଗ ଭାରତ ଗସ୍ତରେ ଆସିଥିଲେ । ସେ ସମୟର ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ସହ ତାଙ୍କର ଆଲୋଚନା ମଧ୍ୟ ହୋଇଥିଲା । ଏହାର ଦୁଇ ବର୍ଷ ପରେ ୧୯୯୩ ରେ ଭାରତ ପ୍ରଧାନମନ୍ତ୍ରୀ ଶ୍ରୀ ରାଓ ଚୀନ ଗସ୍ତରେ ଯାଇଥିଲେ । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଏଲଏସିରେ ଶାନ୍ତି ବଜାୟ ରଖିବା ପାଇଁ ଏକ ୯ ପଏଣ୍ଟର ସମ୍ବଳିତ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହା ମଧ୍ୟରୁ ୮ ଟିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ଧରାଯାଏ | ଏହି ଚୁକ୍ତି ପତ୍ରରେ ତତ୍କାଳୀନ ବିଦେଶ ମନ୍ତ୍ରୀ ଆର ଏଲ ଭାଟିଆ ଓ ତାଙ୍ଗ ଜିଆସୁଆନ ମଧ୍ୟ ସାଇନ କରିଥିଲେ । ସେଗୁଡିକ ହେଉଛି:

୧. ଭାରତ- ଚୀନ ସୀମା ବିବାଦକୁ ଶାନ୍ତି ପୂର୍ଣ୍ଣ ଭାବେ ସମାଧାନ କରିବାକୁ ଗୁରୁତ୍ୱ ଦିଆଯିବ ।

୨.ପ୍ରତିପକ୍ଷ ବିରୋଧରେ ସେନା ପ୍ରୟୋଗ ନେଇ କେବେବି ଧମକ ଦିଆଯିବ ନାହିଁ ।

୩.ଦୁଇ ଦେଶର ସେନା ଗତିବିଧି ବାସ୍ତବିକ ନିୟନ୍ତ୍ରଣ ରେଖା ଠାରୁ କେବେବି ଆଗକୁ ବଢିବେ ନାହିଁ । ଯଦିବା ଗୋଟିଏ ପକ୍ଷର ସେନା ନିୟନ୍ତ୍ରଣ ରେଖା ପାର କରନ୍ତି, ତେବେ ଅନ୍ୟ ପକ୍ଷରୁ ସଂକେତ ମିଳିବା କ୍ଷଣି ପଛକୁ ହଟିଯିବେ ।

LAC 2

୪. ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ନିୟନ୍ତ୍ରଣ ରେଖାରେ ସର୍ବନିମ୍ନ ସଂଖ୍ୟକ ସୈନ୍ୟ ମୁତୟନ କରାଯିବ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଏକ ଆପୋଷ- ବୁଝାମଣା ମଧ୍ୟ ନିର୍ଦ୍ଧାରିତ ହେବ ।

୫. ଚୁକ୍ତି ଅନୁଯାୟୀ, ଦୁଇ ପକ୍ଷ ନିୟନ୍ତ୍ରଣ ରେଖା ଭିତର ଅଞ୍ଚଳରେ ରହି ହିଁ ନିଜ ନିଜ କାର୍ଯ୍ୟ କରିବେ । ଏମିତିକି ପ୍ରତିପକ୍ଷ ସୈନ୍ୟ ଅଭ୍ୟାସ ସ୍ତରରେ ବି କାର୍ଯ୍ୟ କରିବେ ନାହିଁ ।

୬. ଦୁଇ ଦେଶର ସୀମା ପାର ହୋଇ ଆକାଶ ମାର୍ଗ ଜରିଆରେ ବି ଯେମିତି କେହି ନପଶନ୍ତି, ସେନେଇ ଦୁଇ ଦେଶ ଏୟାରଫୋର୍ସ ସୀମା କ୍ରସ ନକରିବା ନେଇ ସ୍ଥିର ହୋଇଥିଲା ।

୭. ୧୯୯୩ ମସିହାରେ ହୋଇଥିବା ଚୁକ୍ତି ଅନୁଯାୟୀ ସୀମା ସହ ଜଡିତ ଥିବା ପ୍ରତିଟି ମାମଲାର ସମାଧାନ ପାଇଁ ଏକ “ଜଏଣ୍ଟ ୱର୍କିଙ୍ଗ ଗୃପ” ଗଠନ କରିବା ନେଇ ସ୍ଥିର ହୋଇଥିଲା । ବିନା ସୂଚନାରେ ଅସ୍ତ୍ର ଶସ୍ତ୍ର ଚାଳନା ନକରିବା ନେଇ ମଧ୍ୟ ସ୍ଥିର ହୋଇଥିଲା ।

୮ .ଯେଉଁଥିରେ କୂଟନୀତି ତଥା ସେନା ବିଶେଷଜ୍ଞ ମାନେ ଉପସ୍ଥିତ ରହିବେ । ଏହି ଦଳର ଗଠନ ବି ଆପୋଷ ବୁଝାମଣାରେ ହିଁ ହେବା ନେଇ ସ୍ଥିର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.