ବିନା ବାଜା ଓ ରୋଷଣୀରେ ମେଡିକାଲ ବେଡ଼ରେ ପ୍ରେମିକାକୁ ସିନ୍ଦୁର ପିନ୍ଧାଇଲା ପ୍ରେମିକ, ହେଲେ କାହିଁକି?

ପାଟନା: ବିନା ବାଜା ଓ ରୋଷଣୀରେ ତା ପୁଣି ରାତି ୧୨ଟାରେ ସମ୍ପନ୍ନ ହେଲା ବିବାହ। ନା କେହି ପୁରୋହିତ ଥିଲେ ନା ବିବାହ ଲଗ୍ନ ଥିଲା। ଉଭୟଙ୍କ ପରିବାର ସଦସ୍ୟ ଓ ମେଡିକାଲ କର୍ମଚାରୀଙ୍କ ଉପସ୍ଥିତିରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା। ସବୁଠୁ ଆଶ୍ଚର୍ଯ୍ଯର କଥା ମେଡିକାଲ ବେଡ଼ରେ ସମ୍ପନ୍ନ ହେଲା ବିବା। ଯେଉଁ ବିବାହ ଏବେ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣାଟି ଫିଲ୍ମ କାହାଣୀ ଭଳି ଲାଗୁଥିଲେ ବି ସତ। ମେଡିକାଲ ବେଡ଼ରେ ପ୍ରେମିକା ମଥାରେ ସିନ୍ଦୂର ଭରିଛନ୍ତି ପ୍ରେମିକ। ବିହାରର ଅରୱାଲରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଏଠାରେ ପ୍ରେମୀ ଯୁଗଳ ଡାକ୍ତରଖାନା ବେଡ଼ରେ ବିବାହ କରିଥିଲେ। ପ୍ରଥମେ ଦୁହେଁ ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ ଓ ପରେ ପ୍ରେମିକ ଜଣକ ପ୍ରେମିକାଙ୍କ ମଥାରେ ସିନ୍ଦୂର ଭରି ତାଙ୍କୁ ପତ୍ନୀ ଭାବେ ସ୍ୱୀକାର କରିଥିଲେ ।ଏହି ଅନନ୍ୟ ବିବାହରେ ହସ୍ପିଟାଲର କର୍ମଚାରୀ ଏବଂ ରୋଗୀମାନେ ମଧ୍ୟ ଉପସ୍ଥିତ ଥିଲେ । ଡାକ୍ତରଖାନାରେ ଉପସ୍ଥିତ ଲୋକମାନେ ମଧ୍ୟ ଉଭୟଙ୍କୁ ଆଶୀର୍ବାଦ ଦେଇଥିଲେ।

ମିଳିଥିବା ସୂଚନା ମୁତାବକ, ସହରର ଠାକୁର ବିଗା ଗାଁର ବାସିନ୍ଦା ନୀରଜ କୁମାର ତାଙ୍କ ପ୍ରେମିକା କୌଶଲ୍ୟାଙ୍କୁ ବାଇକରେ ବୁଲାଇବାକୁ ନେଇଥିଲେ। ତେବେ ଉଭୟଙ୍କୁ ଏକ କାର ଧକ୍କା ଦେବା ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଏହା ପରେ ଉଭୟଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଉଭୟ ପ୍ରେମୀ ଯୁଗଳଙ୍କୁ ଡାକ୍ତରଖାନାରେ ଡାକ୍ତରମାନେ ଚିକିତ୍ସା କରୁଥିଲେ।

ଏହି ସମୟରେ କୌଶଲ୍ୟାଙ୍କର ପରିବାର ସଦସ୍ୟ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ଯୁବକ ଓ ଯୁବତୀ ପରସ୍ପରକୁ ଭଲ ପାଉଥିଲେ ଏବଂ ପରିବାର ସଦସ୍ୟଙ୍କୁ ନ ଜଣାଇ ଗୁପ୍ତରେ ସାକ୍ଷାତ କରୁଥିଲେ। ଏହି ଘଟଣା ପରେ ଉଭୟଙ୍କ ପରିବାର ସଦସ୍ୟ ଉଭୟଙ୍କ ମଧ୍ୟରେ ଥିବା ଭଲପାଇବା ବାବଦରେ ଜାଣିଥିଲେ। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଉଭୟ ପ୍ରେମୀ ଯୁଗଳ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.