EV ପାଇଁ ଏବେ Hyundaiର ନୂଆ ପ୍ଲାନ, ଦେଶର ପ୍ରମୁଖ ରାଜମାର୍ଗରେ ଲାଗିବ Ultrafast Charging Stations

ସାରା ଦୁନିଆରେ ଇଲେକଟ୍ରିକ ବାହନର ବ୍ୟବହାର ଜୋରସୋରରେ ବଢ଼ି ଚାଲିଛି। ବାତାବରଣକୁ ସ୍ୱଚ୍ଛ ରଖିବା ଏବଂ ମହଙ୍ଗା ପେଟ୍ରୋଲ-ଡିଜେଲ ଠାରୁ ରକ୍ଷା ପାଇବା ପାଇଁ ଲୋକ ଇଲେକଟ୍ରିକ ବାହନ ଆଡକୁ ବେଶ୍‌ ରୂଚି ରଖୁଛନ୍ତି। ଇଲେକଟ୍ରିକ କାରର କ୍ରେଜ୍‌ ଲଗାତର ସାରା ଦୁନିଆର ଲୋକଙ୍କ ମଧ୍ୟରେ ବଢ଼ି ଚାଲିଛି। ଇଲେକଟ୍ରିକ ଭେଇକିଲର ପପୁଲାରିଟୀ ଏବଂ ଡିମାଣ୍ଡ ଭାରତରେ ଜୋରସୋରରେ ଟ୍ରେଣ୍ଡରେ ରହିଛି। ତେଲ ଦରକୁ ନେଇ ଏବେ ସମସ୍ତ ନାମୀଦାମୀ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଇଲେକଟ୍ରିକ ଭେଇକିଲ ବାହାର କରୁଛନ୍ତି।

ଖୁବ ଶୀଘ୍ର ହାଇେଓ୍ଵରେ ଲାଗିବ ଅଲ୍ଟ୍ରା ଫାଷ୍ଟ ଚାର୍ଜିଂ ଷ୍ଟେସନ। ଇଲେକଟ୍ରିକ ଭେଇକିଲର ଚାର୍ଜିଂ ସପୋର୍ଟକୁ ଷ୍ଟ୍ରଙ୍ଗ କରିବା ପାଇଁ ହୁଣ୍ଡାଇ ଭାରତ ଆଣିଛି ଏକ ନୂଆ ପ୍ଲାନ। ଖୁବ ଶୀଘ୍ର କମ୍ପାନୀ ପକ୍ଷରୁ ଭାରତର ସମସ୍ତ ରାଜମାର୍ଗ ବା ହାଇାେଓ୍ଵରେ ଅଲ୍ଟ୍ଯା ଫାଷ୍ଟ ଚାର୍ଜିଂ ଷ୍ଟେସନ ଲଗାଇବ।

ହୁଣ୍ଡାଇ ସାରା ଦେଶରେ ମୁଖ୍ୟ ରାଜମାର୍ଗ ଓ ସହର ରେ ଅଲ୍ଟ୍ଯା ହାଇ ସ୍ପିଡ ପବ୍ଲିକ ଇଭି ଚାର୍ଜିଂ ସପୋର୍ଟ କୁ ଇନଷ୍ଟ ଲ କରିବାର ଘୋଷଣା କରିଛି। ସମସ୍ତ ଫାଷ୍ଟ ଚାର୍ଜିଂ ଷ୍ଟେସନରେ ଏକ ୟୁନିଟ 150kw ର ର ଡିସି ଅଲ୍ଟ୍ରା ଫାଷ୍ଟ ଚାର୍ଜର ଓ ଅନ୍ୟ ଏକ ୟୁନିଟ 60kw ର ଡିସି ହାଇ ସ୍ପିଡ ଚାର୍ଜର ରହିବ। ସୂଚନା ଅନୁସାରେ ହାଇଦ୍ରାବାଦ ଓ ବିଜୟଓ୍ଵାଡା ସମେତ ଦିଲ୍ଲୀ -ଚଣ୍ଡିଗଡ଼ ରାଜମାର୍ଗରେ ଦୁଇଟି ଚାର୍ଜିଂ ଷ୍ଟେସନ ରହିବ।

ଏହି ଚାର୍ଜିଂ ସପୋର୍ଟ ସାହାଯ୍ୟରେ ହୁଣ୍ଡାଇ ଆୟନିକ ୫ କୁ ମାତ୍ର ୨୧ ମିନିଟ ରେ ୧୦ ରୁ ୮୦% ପର୍ଯ୍ୟନ୍ତ ଚାର୍ଜ ହୋଇଯିବ। ହୁଣ୍ଡାଇ ଇଭି ର ଆପ୍‌ ମାଇ ହୁଣ୍ଡାଇ ଆପ୍‌ ରେ ଏହାର ଓନ ଚାର୍ଜର ମ୍ୟାନେଜମେଣ୍ଟ ସିଷ୍ଟମରେ ସବୁକିଛି ଜାଣିପାରିବେ। ଏମିତିରେ ଆପଣ ଷ୍ଟେସନକୁ ସହଜ ରେ ଖୋଜିପାରିବେ । ଆଉ ଏହାର ଲାଭ ଉଠାଇପାରିବେ। ଏହାବ୍ୟତିତ ଆପଣ ପ୍ରି ବୁକିଂ ଚାର୍ଜିଂ ସ୍ଲଟ, ଡିଜିଟାଲ ଭୁଗତାନ ଓ ରିମୋଟ ଚାର୍ଜିଂ ଷ୍ଟାଟସ୍‌ ର ସୁବିଧା ପାଇପାରିବେ। ସମସ୍ତ ଚାର୍ଜିଂ ଷ୍ଟେସନରେ ହୁଣ୍ଡାଇ ଦ୍ୱାରା ଚାର୍ଜ ପଏଣ୍ଟ ଅପରେଟର ଚାର୍ଜଜୋନ ଦ୍ୱାରା କରିପାରିବେ।

ହୁଣ୍ଡାଇର କହିବା ଅନୁଯାୟୀ ଏହି ପଏଣ୍ଟ ସପ୍‌ ଓ ରେସ୍ତୁରାଁ ଭଳି ସ୍ଥାନରେ ଗ୍ରାହକ ଙ୍କ ସୁବିଧା ପାଇଁ ଚାର୍ଜିଂ ଷ୍ଟେସନ ଇନଷ୍ଟଲ କରାଯିବ। ଏହି ସୁବିଧା ୨୪*୭ ଉପଲବ୍ଧ ହେବ। ସୂଚନା ଅନୁସାରେ ଏହି ଚାର୍ଜିଂ ଷ୍ଟେସନ ୧ ଫେବୃଆରୀରୁ ସମସ୍ତ ପ୍ୟାସେଞ୍ଜର ପାଇଁ ଉପଲବ୍ଧ ହୋଇସାରିଛି।

Leave A Reply

Your email address will not be published.