କରୋନା ଭାକସିନ୍‌ ନେବା ପରେ ବଦଳିଗଲା ଭାଗ୍ୟ , ୭ କୋଟି ଟଙ୍କାର ମାଲିକାଣୀ ହେଲେ ମହିଳା

ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଲୋକମାନଙ୍କୁ ଟିକା ନେବା ପାଇଁ ଅନେକ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି । ଏବଂ ଦେଶ ନିଜର ନାଗରିକଙ୍କୁ ସଚେତନ କରିବା ଓ କରୋନା ଟିକା ନେବାପାଇଁ ଉତ୍ସାହିତ କରିବା ପାଇଁ ନୂଆ ନୂଆ ଅଫର ସବୁ ପ୍ରଦାନ କରୁଛନ୍ତି । କିନ୍ତୁ ଏହି କ୍ରମରେ ଜଣେ ମହିଳା ଟୀକା ନେଇ ୭ କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି । ଆପଣ ଭାବୁଥିବେ କି ସରକାର ଟିକା ମାଗଣାରେ ଦେଉଛନ୍ତି । ହେଲେ ମହିଳା ଜଣଙ୍କ ଟିକା ନେଇ କିଭଳି କୋଟିପତି ହୋଇଗଲେ । ହଁ ଆଜ୍ଞା ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ ।

ଏହାରି ମଧ୍ୟରେ ଅଷ୍ଟ୍ରେଲିଆର ଜୋଏନେ ଜୁ ନାମକ ଜଣେ ମହିଳା ଭାକସିନ୍‌ ନେବାପରେ ପରେ ତାଙ୍କ ଭାଗ୍ୟ ବଦଳି ଯାଇଛି । ଓ ୭ କୋଟି ଟଙ୍କା ଜିତିବା ପରେ ମହିଳା ତୁରନ୍ତ କୋଟିପତି ହୋଇ ଯାଇଛନ୍ତି । ଖବର ଅନୁଯାୟୀ ଲୋକଙ୍କୁ ଟୀକାକରଣ ପାଇଁ ଉତ୍ସାହିତ କରିବା ପାଇଁ ଅଷ୍ଟ୍ରେଲିଆ ସରକାର ମିଲିୟନ୍ ଡଲାର ଭ୍ୟାକ୍ସ ଅଭିଯାନ ଆରମ୍ଭ କରିଥିଲେ । ଏଥିରେ, ୩୦ ଲକ୍ଷ ଲୋକଙ୍କ ମଧ୍ୟରେ ଜଣଙ୍କୁ ଜ୍ୟାକପଟ୍ ଜିତିବାର ସୁଯୋଗ ରହିଥିଲା । ଏହି ଅଭିଯାନରେ ଜୋଏନ୍ କରୋନା ଟୀକାକରଣ କରିଥିଲେ ଏବଂ କିଛି ଦିନ ପରେ ସେ ଜାଣିବାକୁ ପାଇଲେ ଯେ ସେ ୭ କୋଟି ଟଙ୍କାର ଜ୍ୟାକପଟ୍ ଜିତିଛନ୍ତି।

ସୂଚନା ଅନୁସାରେ ଟିକାକରଣ ପାଇଁ ଜୋଆନ ଝୁ ପଞ୍ଜିକରଣ କରି ଟିକା ନେବା ପରେ ନିଜ କାମରେ ବ୍ୟସ୍ତ ରହିଥିଲେ । ଦିନେ ହଠାତ୍ ତାଙ୍କୁ ବିଲିୟନ ଡଲାର କମ୍ପାନୀ ପକ୍ଷରୁ ତାଙ୍କ ପାଖକୁ ଫୋନ ଆସିଥିଲା । ହେଲେ କୌଣସି କାରଣରୁ ସେ ଫୋନ ଉଠାଇ ପାରି ନଥିଲେ । ଦ୍ୱିତୀୟ ପାଇଁ ପୁଣି ଯେତେବେଳେ ଫୋନ ଆସିଲା ସେ ଫୋନ ରିସିଭ କରି ଲଟେରୀ ଜିତିଥିବା କଥା ଜାଣିବାକୁ ପାଇଲେ

ଏଥିସହିତ ଜୋଏନେ ଜୁ କହିଛନ୍ତି ଯେ, ‘ମୁଁ ମୋ ପରିବାରକୁ ଫାଷ୍ଟ-କ୍ଲାସ ଶ୍ରେରୀରେ ଉଡ଼ାଇବାକୁ ଚାହୁଁଛି ଓ ଯଦି ବର୍ଡର ଖୋଲା ତେବେ ସେମାନଙ୍କୁ ନୂଆ ବର୍ଷ ପାଇଁ ସେମାନଙ୍କୁ ଚୀନର ଏକ ୫ ଷ୍ଟାର ହୋଟେଲରେ ରଖିବାକୁ ଚାହୁଁଛି । ମୁଁ ମୋ ପରିବାର ପାଇଁ କିଛି ଉପହାର କିଣିବି ଓ ବାକି ଟଙ୍କା ନିବେଶ କରିବି, ଫଳରେ ଭବିଷ୍ୟରେ ମୁଁ ଅଧିକ ଟଙ୍କା ରୋଜଗାର କରିପାରିବି ଓ ଲୋକମାନଙ୍କୁ ସାହାର୍ଯ୍ୟ କରିପାରିବି ।’

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.