ଜାଣନ୍ତୁ ଆପଣଙ୍କ ଜନ୍ମ ତାରିଖରୁ ଆପଣଙ୍କ ଲକି ନମ୍ବର ଓ ଆପଣଙ୍କ ବ୍ୟକ୍ତିତ୍ୱ

ଜ୍ୟୋତିଷ ଶାସ୍ତ୍ରରେ ନ୍ୟୁମରଲୋଜି ବା ଅଙ୍କ ଜ୍ୟୋତିଷକୁ ବିଶେଷ ମାନ୍ୟତା ଦିଆଯାଇଛି । ଏହା ମାଧ୍ୟମରେ ନା ଆପଣ କେବଳ ଆପଣଙ୍କ ସ୍ୱଭାବ ଜାଣି ପାରିବେ ଆପଣଙ୍କ ଭବିଷ୍ୟତ ସମ୍ପର୍କରେ ଅନୁମାନ ଲଗାଇ ପାରିବେ । ଆସନ୍ତୁ ଜାଣିବା ଆପଣଙ୍କ ଶୁଭ ଅଙ୍କ ରୁ ଆପଣ କେମିତି ।

ଯେଉଁ ଦିନ ଆପଣ ଜନ୍ମ ହୋଇଛନ୍ତି ସେହି ତାରିଖ, ମାସ ଓ ବର୍ଷର ସମସ୍ତ ତାରିଖକୁ ମିଶାଇ ଦିଅନ୍ତୁ । ଯେଉଁ ସଂଖ୍ୟା ମିଳିବ ତାହା ହିଁ ହେବ ଆପଣଙ୍କ ଲକି ନମ୍ବର ।

ଉଦାହରଣ ସ୍ୱରୁପ – ଧରି ନିଅନ୍ତୁ ଆପଣଙ୍କ ଜନ୍ମ ୧୨ ନଭେମ୍ବର ୧୯୭୫ । ଅର୍ଥାତ : ୧୨-୧୧-୧୯୭୫ ତେବେ ଆପଣଙ୍କ ଲକି ନମ୍ବର ହେବ ୧+୨+୧+୧+୧+୯+୭+୫=୨୭ ବା ୨+୭ = ୯

ଅର୍ଥାତ  ଉପରୋକ୍ତ ଜନ୍ମ ତାରିଖ ଅନୁଯାୟୀ ଆପଣଙ୍କ ଲକି ନମ୍ବର –୯

ଏହିପରି ଆପଣଙ୍କ ଜନ୍ମ ତାରିଖ (ଡେଟ ଅଫ୍‌ ବାର୍ଥ), ମାସ ଓ ବର୍ଷର ଫଳକୁ ମିଶାଇ ଆପଣଙ୍କ ଲକି ନମ୍ବର ଜାଣିପାରିବେ ।

no8-
p.c : makaan.com

ଆସନ୍ତୁ ଜାଣିବା ଅଙ୍କ ଅନୁଯାୟୀ, ଆପଣଙ୍କ ସ୍ୱଭାବ,ଶୁଭ ରଂଗ ଓ ଶୁଭ ତିଥି :

ଅଙ୍କ ୮ :

ଏହି ଅଙ୍କରେ ଜନ୍ମିତ ବ୍ୟକ୍ତି ସହନଶୀଳ ଓ ଛଳ କପଟ ଠାରୁ ଦୂରରେ ରୁହନ୍ତି । ରହସ୍ୟମୟ ଓ ଆଶ୍ଚର୍ଯ୍ୟଜନକ କଥା ଓ କାର୍ଯ୍ୟରେ ଏମାନଙ୍କର ଅଧିକ ଋଚି ଥାଏ । ଏହି ବ୍ୟକ୍ତି ଏକାକୀ ରହିବାକୁ ଭଲ ପାଆନ୍ତି ଓ ମନ କଥା ମନରେ ରଖନ୍ତି । ଏମାନେ ଦୁବୁଲା ପତଳା ହେଲେ ବି ଆକର୍ଷକ ହୋଇଥାନ୍ତି । ଏମାନଙ୍କ ବ୍ୟବହାର ଓ ଜୀବନ ରହସ୍ୟପୂର୍ଣ୍ଣ ହୋଇଥାଏ ।

ଏମାନେ ଲୋକଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରବାକୁ ଚାହିଁଥାନ୍ତି । ଏମାନେ ଏକାଥରରେ ଅନେକ ଯୋଜନା କରିପାରନ୍ତି ଓ ସେଥିରେ ମଧ୍ୟ କାମ କରିପାରନ୍ତି । ଏମାନେ ଅଧିକ ଥଟ୍ଟା ମଜା ପସନ୍ଦ କରିନଥାନ୍ତି । ଏମାନେ ନିଜ କାମ ତ ଠିକ ସମୟରେ କରନ୍ତି ହେଲେ ବେଳେ ବେଳେ ଦ୍ୱନ୍ଦ୍ୱରେ ଥାଆନ୍ତି । ୩,୪ ଓ ୫ ଅଙ୍କର ଲୋକଙ୍କ ସହ ଏମାନଙ୍କର ଭଲ ପଟିଥାଏ ।

ଶୁଭ ରଂଗ – ଲାଲ, ଶୁଭ ତିଥି – ୪ ଓ ୨୭

କ୍ରମଶଃ…. ଆଗାମୀ ଥର ସଂଖ୍ୟା ୯ ଅଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.