Below header

ପାହାଡିଆ ଜମିରେ ସୁନା ଫଳେଇଲେ ଡେରାଡୁନର ଏହି ଚାଷୀ

ଏକ ପଥୁରିଆ ଜମିକୁ ଏକ ଉର୍ବର ଜମିରେ ପରିଣତ କରି ସେଥିରେ ସୁନା ସଦୃଶ ଫଳ ଫଲେଇବା ହୁଏତ ଏତେଟା ସହଜ ହୋଇନପାରେ । କିନ୍ତୁ ଏପରି ଏକ ଅସମ୍ଭବ କୁ ସମ୍ଭବ କରି ଦେଖାଇଛନ୍ତି ଦେରାଡୁନର ଜଣେ ପ୍ରାପ୍ତ ବୟସ୍କ ଚାଷୀ । ଆଜି କାଲିର ଯୁବ ପିଢ଼ି ଧୀରେ ଧୀରେ ଚାଷ ପ୍ରତି ବିମୁଖ ହେଉ ଥିବା ବେଳେ ଏହି ଚାଷକୁ ହିଁ ନିଜ ଜୀବନର ସବୁକିଛି ଧରିନେଇଛନ୍ତି  । ଗାଁ ଜମି କୁ ବିକ୍ରି କରି ସହର ଯାଇ କେମିତି ଖଣ୍ଡେ ଚାକିରୀ ପାଇବେ ସମସ୍ତଙ୍କର ସେହି ଚିନ୍ତା । ଗାଁ ଗଣ୍ଡାରେ ରହି ବର୍ଷ ଯାକ ଖରା,ବର୍ଷା,ଶୀତ ସହି ଜମିରେ ଚାଷ କରିବା ହୁଏତ ଆଉ କାହାକୁ ଏତେଟା ପସନ୍ଦ ଲାଗୁନାହିଁ । କିନ୍ତୁ ଆପଣ ଯଦି ଉତ୍ତରାଖଣ୍ଡ ରାଜ୍ୟ ସ୍ଥିତ ଡେରାଡୁନର ଜଣେ ପ୍ରାପ୍ତ ବୟସ୍କ ଜଣେ ଚାଷୀଙ୍କ ସଂଘର୍ଷର କାହାଣୀ ଶୁଣିବେ ତେବେ ଆପଣ କିଛି କ୍ଷଣ ପାଇଁ ଵିସ୍ମିତ ହୋଇଯିବେ ନିଶ୍ଚିତ ।

ଏହି ଘଟଣା ହୁଏତ ଏବେର ଯୁବ ପିଢିଙ୍କ ଚିନ୍ତାଧାରାକୁ କିଛିଟା ବଦଳେଇ ଦେଇପାରେ । ଆପଣ ଯଦି କେବେ ଉତ୍ତରାଖଣ୍ଡ ସ୍ଥିତ ପେଇଡି ଜିଲ୍ଲାର କାଳଜିଖାଲ ବ୍ଲକର ସାଙ୍ଗୁଡା ଗାଁ କୁ ଥରେ ଯିବେ ତାହେଲେ ଆପଣଙ୍କ ମନ ବଦଳିଯିବ ନିଶ୍ଚିତ । ରାସ୍ତା କଡରେ ଫଳିଥିବା ବିଭିନ୍ନ ଫଳ ଦେଖି ଆପଣଙ୍କ ମନ ଯେମିତି ଖୁସିରେ ଭରିଯିବା ସହ ଆପଣଙ୍କ ଥକା ମଧ୍ୟ କୁଆଡେ ଉଭେଇଯିବ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଚାଷର ରକ୍ଷଣାବେକ୍ଷଣ ୮୩ ବର୍ଷୀୟ ଜଣେ ବୃଦ୍ଧ ହିଁ କରୁଛନ୍ତି । ସେ ହେଉଛନ୍ତି ଦେହରଦୁନ ବାସିନ୍ଦା ବିଦ୍ୟାଦତ୍ତ । ଏହି ବୟସ୍କ ଚାଷୀ ଜଣକ ବର୍ଷା ଜଳକୁ ବ୍ୟବହାର କରି ନିଜ କ୍ଷେତରେ ସୁନା ଫଲେଇ ପାରିଛନ୍ତି । ତାଙ୍କରି ଅହରହ ସଂଘର୍ଷ ପରେ ହିଁ ଏହି ଗାଁ ଆଜି ଆନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଖାଲି ସେତିକି ନୁହେଁ ଏହି କ୍ଷେତ ଓ ଚାଷୀଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ତିଆରି କରାଯାଇଛି ।

ମୋତିବାଗର ଏହି ଚାଷୀଙ୍କ କହିବା ଅନୁଯାୟୀ ଏହି ସଉକ କେତେବେଳେ ଏକ ନିଶାରେ ପରିଣତ ହେଲା ତାହା ଜଣା ପଡିଲା ନାହିଁ । ନିଜ ଯୁବାବସ୍ଥା ସମୟରେ ଗାଁର କ୍ଷେତ ଗୁଡିକର ଦୁର୍ଦ୍ଦଶା ଦେଖି ତାଙ୍କ ମନ ବହୁତ ଖରାପ ହେଉଥିଲା । ନିଜେ ଭୂମି ବିଶେଷଜ୍ଞ ଭଳି ବଡ ପଦବୀରେ ଥାଇ ମଧ୍ୟ ଅଧାରୁ ଚାକିରୀ ଛାଡିବାକୁ ପଛାଇନଥିଲେ । ଏଥିପାଇଁ ୧୯୬୪ ମସିହାରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାର ମାତ୍ର ୩ ବର୍ଷ ମଧ୍ୟରେ ୧୯୬୭ ମସିହାରେ ୨.୫ ଏକରର ଏକ ପଥୁରିଆ ଜମିକୁ ଉର୍ବର ଭୂମିରେ ପରିଣତ କରିପାରିଥିଲେ । ଅବଶ୍ୟ ଉଚ୍ଚ ପଥୁରିଆ ଜମିକୁ ଉର୍ବର ଜମିରେ ପରିଣତ କରିବା ଏତେଟା ସହଜ ନଥିଲା । ବିଦ୍ୟାଦତ୍ତଙ୍କ କହିବା ଅନୁଯାୟୀ ପ୍ରଥମେ ପ୍ରଥମେ ଲୋକେ ଏହାକୁ ତାଙ୍କର ପାଗଳାମି ଭାବୁଥିଲେ ମଧ୍ୟ ଧୀରେ ଧୀରେ ଲୋକେ ତାଙ୍କ ପରିଶ୍ରମ ଫଳ ଦେଇଥିଲା ।

ଏହା ସହ ପଢନ୍ତୁ: ଭାରତର ଏହି ନଦୀ ବହିଥାଏ ଓଲଟା ଦିଗରେ, ଜାଣିଛନ୍ତି କି ଆପଣ?

ଏମିତି ଏକ ପଥୁରିଆ ଜମିକୁ ଜଳ ଯୋଗାଇବା ମଧ୍ୟ ସବୁଠୁ ଅଧିକ କଷ୍ଟ କର କାମ ଥିଲା । କାରଣ ବର୍ଷା ଜଳ ବ୍ୟତୀତ ଆଉ କିଛି ଭରସା ମଧ୍ୟ ନଥିଲା । ତେଣୁ କରି ସେ ୨୦ ଫୁଟ ଗହିରା, ୧୫ ଫୁଟ ଲମ୍ବ ଓ ୧୦ ଫୁଟ ଚୌଡାର ଏକ ଟ୍ୟାଙ୍କ ତିଆରି କରିଥିଲେ । ଟ୍ୟାଙ୍କରେ ବର୍ଷା ପାଣି ଏକାଠି କରିବା ପାଇଁ ପାହାଡ ଉପରେ ଛୋଟ ଛୋଟ ନାଳ ତିଆରି କରିଥିଲେ । ଏହି ନାଳ ଯୋଗେ ହିଁ ଜଳ କ୍ଷେତ ମଧ୍ୟକୁ ପ୍ରବେଶ କରୁଥିଲା । ଖାଲି ସେତିକି ନୁହେଁ ବିଦ୍ୟାଦତ୍ତ ଫଳ ଓ ପରିବା ବ୍ୟତୀତ ମହୁ ଚାଷ ମଧ୍ୟ କରିଥାନ୍ତି । ବିଦ୍ୟାଦତ୍ତଙ୍କ କହିବା ଅନୁସାରେ ଯୁବ ପିଢିଙ୍କ ପାଇଁ ଏହା ଠାରୁ ଅଧିକ ଭଲ ରୋଜଗାରର ପନ୍ଥା ଆଉ କିଛି ହୋଇନପାରେ । ନିଜର ଉନ୍ନତି ତଥା ସୁନ୍ଦର ଭବିଷ୍ୟତ ପାଇଁ ଯୁବ ପିଢ଼ି ନିଜ ଜନ୍ମ ଭୂମି କୁ ଚଡି ଚାଲି ଯାଉଛନ୍ତି ସତ । କିନ୍ତୁ ଏପରି ପଳାୟନ ଦ୍ୱାରା ପାହାଡିଆ ଜମି ଓ ଜଙ୍ଗଲ ଜାତ ଦ୍ରବ୍ୟ ଗୁଡିକ ଯେମିତି ଧୀରେ ଧୀରେ ରଙ୍ଗହୀନ ହେବାକୁ ବସିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.