ସୋମବାର ଏହି ଦିଗରେ ହୋଇଥାଏ ଦିଶାଶୂଳ, ଯାତ୍ରା କଲେ ଘଟିପାରେ ଅସୁବିଧା

ଜ୍ୟୋତିଷରେ ଦିଶାଶୂଳକୁ ମହତ୍ୱପୂର୍ଣ୍ଣ ମନାଯାଏ । ଦିଶାଶୂଳ ୪ ଦିଗର ଯାତ୍ରା ଶୁଭ ଅଶୁଭ ସମ୍ପର୍କରେ କହିଥାଏ । ଯାହାଦ୍ୱାରା ଯାତ୍ରା ସଫଳ ହୋଇଥାଏ । ତେଣୁ ଯାତ୍ରା କରିବା ପୂର୍ବରୁ ଦିଶାଶୂଳ ଦେଖିବା ଜରୁରୀ ।
ହିନ୍ଦୁ ଧର୍ମରେ ଯାତ୍ରାକୁ ନେଇ ବହୁତ କିଛି ନିୟମ ରହିଛି । କିଛି ବିଶେଷ କାମରେ ଯିବାକୁ ଥିଲେ ଦିଶାଶୂଳ ଦେଖିବା ଜରୁରୀ ହୋଇଥାଏ । ଯାତ୍ରା ସମୟରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଦିଶାଶୂଳ ସମ୍ପର୍କରେ କୁହାଯାଇଛି । ଆସନ୍ତୁ ଜାଣିବା ଏହା କ’ଣ ?

ଦିଶାଶୂଳ କ’ଣ

ଦିଶାଶୂଳରେ ୪ ଦିଗକୁ ଯାତ୍ରା ସମୟରେ ଶୁଭ ଅଶୁଭ ପ୍ରଭାବ ସମ୍ପର୍କରେ କୁହାଯାଇଛି । ଅଲଗା ଅଲଗା ଦିନରେ ଦିଶାଶୂଳ ର ଦିଗ ମଧ୍ୟ ଭିନ୍ନ ହୋଇଥାଏ । ଦିଶାଶୂଳ ଥିବା ଦିଗରେ ଯାତ୍ରା କଲେ ଅଶୁଭ ହୋଇଥାଏ । ଏହି କାରଣରୁ ଦିଶାଶୂଳ ଦିଗରେ ଯାତ୍ରା କଲେ ଯାତ୍ରା ଅଶୁଭ ହୋଇଥାଏ । ତାହା ସଫଳ ହୋଇ ନଥାଏ । ଆସନ୍ତୁ ଜାଣିବା ଦିଶାଶୂଳ ସହିତ ଏହାର ଉପାୟ ସମ୍ପର୍କରେ ।

ସୋମବାର ଦିନ କେଉଁ ଦିଗରେ ହୋଇଥାଏ ଦିଶାଶୂଳ

ଜ୍ୟୋତିଷ ଅନୁସାରେ ସୋମବାର ଦିନ ପୂର୍ବ ଦିଗରେ ଦିଶାଶୂଳ ଲାଗିଥାଏ । ଏହାଛଡା ଶନିବାର ଦିନ ମଧ୍ୟ ପୂର୍ବ ଦିଗକୁ ଯାତ୍ରା ଦିଶାଶୂଳ ଲାଗିଥାଏ । ଫଳରେ ଯାତ୍ରାରେ ବାଧା ଓ କଷ୍ଟ ଉତ୍ପନ୍ନ ହୋଇଥାଏ ।

ଦିଶାଶୂଳ ଦୋଷ ଦୂର କରିବାର ଉପାୟ

ଦିଶାଶୂଳ ଦିଗରେ ଯଦି ଯାତ୍ରା କରିବାକୁ ଜରୁରୀ ହୋଇଥାଏ,ତେବେ ଏଥିପାଇଁ କିଛି ପ୍ରତିକାର ମଧ୍ୟ ଦିଆଯାଇଛି । ଏହି ଉପାୟ କରିବା ଦ୍ୱାରା ଦିଶାଶୂଳ ଦୋଷ ଦୂର ହୋଇଥାଏ ଓ ଯାତ୍ରାରେ ଅସୁବିଧା ହୋଇନଥାଏ ।

ସୋମବାର ଦିନ ପୂର୍ବ ଦିଗକୁ ଯାତ୍ରା ପାଇଁ ଘରୁ ଦର୍ପଣ ଦେଖିକରି ବାହାରିବା ଉଚିତ୍‌ ।

ସୋମବାର ଦିନ ପୂର୍ବ ଦିଗକୁ ଯାତ୍ରା ଜରୁରୀ ହୋଇଥିଲେ ଘରୁ ଦୁଧ ପିଇକରି ବାହାରନ୍ତୁ ।

ଯାତ୍ରା ପାଇଁ ବାହାରିବା ପୂର୍ବରୁ ଭଗବାନ ଶିବଜୀଙ୍କ ଆଗରେ ହାତ ଯୋଡି କରି ସଫଳ ଯାତ୍ରା ପାଇଁ ଆଶୀର୍ବାଦ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.