Below header

ରବିବାର ଏହି ସବୁ କାର୍ଯ୍ୟରୁ ଦୂରେଇ ରୁହନ୍ତୁ, ଅତି ଜରୁରୀ ନ ପଡ଼ିଲେ ଜୋତା ମଧ୍ୟ ପିନ୍ଧନ୍ତୁ ନାହିଁ; ଜାଣନ୍ତୁ କାହିଁକି କରାଯାଇଛି ବାରଣ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତି ଗୋଟିଏ ଗୋଟିଏ ଦିନ କୌଣସି ନା କୌଣସି ଗ୍ରହ ସହିତ ଜଡିତ ରହିଥାଏ। ଏହି ଗ୍ରହଗୁଡ଼ିକର ନିଜ ସହ ସମ୍ବନ୍ଧିତ ଦିନରେ ବିଶେଷ ପ୍ରଭାବ ରହିଥାଏ। ତେଣୁ ପରାମର୍ଶ ଦିଆଯାଇଛି କି, ଯେଉଁ ଦିନ ଯେଉଁ ଗ୍ରହ ପ୍ରଭାବୀ, ସେହି ଅନୁକୂଳ କୌଣସି ବି କାର୍ଯ୍ୟ କରିବା ଉଚିତ୍। ରବିବାର ହେଉଛି ଭଗବାନ ସୂର୍ଯ୍ୟଙ୍କ ଦିନ। ସମସ୍ତ ଗ୍ରହମାନଙ୍କ ମଧ୍ୟରୁ ସର୍ବାଧିକ ଶକ୍ତି ସୂର୍ଯ୍ୟଙ୍କର ରହିଛି। ଏହା ବ୍ୟତୀତ ସୂର୍ଯ୍ୟ ହେଉଛନ୍ତି ଏମିତି ଦେବତା, ଯାହାଙ୍କୁ ପ୍ରତ୍ୟକ୍ଷ ଦେବତାର ସଂଜ୍ଞା ଦିଆଯାଇଛି। ସୂର୍ଯ୍ୟଙ୍କୁ ସୌର ମଣ୍ଡଳର ରାଜା କୁହାଯାଇଥାଏ। ନବଗ୍ରହର ସମସ୍ତ ଗ୍ରହ ସୂର୍ଯ୍ୟଙ୍କଠାରୁ ହିଁ ଶକ୍ତି ନେଇ ଥାଆନ୍ତି। ଏଥିପାଇଁ ରବିବାର ଦିନ ଏପରି କାର୍ଯ୍ୟ କରିବା ଉଚିତ ନୁହେଁ, ଯଦ୍ଦ୍ଵାରା ରାଶିରେ ସୂର୍ଯ୍ୟ ଗ୍ରହ ଦୁର୍ବଳ ହୋଇଯିବେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ରବିବାର ଦିନ କେଉଁ କାମ କରିବା ଉଚିତ୍ ନୁହେଁ।

ରବିବାର ଦିନ ସୂର୍ଯ୍ୟଙ୍କ ପୂଜା କରାଯାଇଥାଏ। ମାନ୍ୟତା ରହିଛି, ସୂର୍ଯ୍ୟଙ୍କୁ ପୂଜା କରିବା ଏବଂ ଜଳ ଚଢାଇବା ଦ୍ୱାରା ବ୍ୟକ୍ତି ତେଜସ୍ୱୀ ହେବା ସହିତ ବଳଶାଳୀ ମଧ୍ୟ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଦିନ ସୂର୍ଯ୍ୟଙ୍କ ପାଇଁ କିଛି ଖାସ ଉପାୟ କରିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି ଆସିଥାଏ। ହେଲେ କିଛି କାର୍ଯ୍ୟକୁ ରବିବାର ଦିନ କରିବାକୁ ମନା କରାଯାଇଛି। ଏହି କାର୍ଯ୍ୟ କଲେ ସୂର୍ଯ୍ୟ ଗ୍ରହଙ୍କ କୁପ୍ରଭାବକୁ ସାମ୍ନା କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା କ’ଣ ସେ ସବୁ କାର୍ଯ୍ୟ।

୧. ରବିବାର ଦିନ ସୂର୍ଯ୍ୟ ଅସ୍ତ ପୂର୍ବରୁ ଲୁଣ ଉପଯୋଗ କରନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

୨. ଏହି ଦିନ କୌଣସି ବି ବ୍ୟକ୍ତି ମଦ ଏବଂ ମାଂସ ସେବନ କରିବା ଉଚିତ ନୁହେଁ।

୩. ରବିବାର ଦିନ କେଶ କାଟନ୍ତୁ ନାହିଁ। ସୋରିଷ ତେଲ ମାଲିସ କରନ୍ତୁ ନାହିଁ ଏବଂ କ୍ଷୀର ପୋଡ଼ି ଦିଅନ୍ତୁ ନାହିଁ।

୪. ଏହି ଦିନ ତମ୍ବା ନିର୍ମିତ ଜିନିଷର କ୍ରୟ, ବିକ୍ରୟ କରନ୍ତୁ ନାହିଁ।

୫. ନୀଳ, କଳା ଏବଂ ଗ୍ରେ ରଙ୍ଗ ଠୁ ଦୂରେଇ ରୁହନ୍ତୁ। ଅତି ଜରୁରୀ ନ ହେଲେ ଜୋତା ପିନ୍ଧନ୍ତୁ ନାହିଁ।

୬. ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ରବିବାର ଦିନ ଯୌନ ସମ୍ପର୍କ ରଖିବା ଉଚିତ୍ ନୁହେଁ।

୭. ରବିବାର ପଶ୍ଚିମ ଦିଗକୁ ଯାତ୍ରା କରିବା ଅନୁଚିତ୍‌। ଯଦି ଅତି ଦରକାର ପଡ଼େ, ତେବେ ଯାତ୍ରା କରିବା ବେଳେ ଘରେ ଦଲିଆ, ଘିଅ କିମ୍ବା ପାନ ଖାଇବା ପରେ ହିଁ ବାହାରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.