ଦୁର୍ବଳ ଇମ୍ୟୁନିଟି ଥିବା ବ୍ୟକ୍ତି ଓମିକ୍ରନରୁ ରକ୍ଷା ପାଇବାକୁ ଚାହୁଁଥିଲେ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ

କରୋନା ଆରମ୍ଭ ହେବା ବେଳେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ଥିଲା ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତିକୁ ନେଇ । ଇମ୍ୟୁନିଟି ବଢ଼ାଇବା ପାଇଁ ଆୟୁର୍ବେଦକୁ ସବୁଠୁ ଭଲ ମାଧ୍ୟମ ଭାବେ ନିଆଯାଇଥାଏ । ଏହି ସବୁ ଜରୁରୀ ଔଷଧ ବହୁ ପ୍ରକାର ରୋଗ ଦୂର କରିବା ସହ ଶରୀରରେ ଇମ୍ୟୁନିଟି ବଢ଼ାଇଥାଏ ।

ଏକ୍ସପର୍ଟଙ୍କ କହିବା ଅନୁଯାୟୀ, କରୋନା ଭାଇରସ ସେହି ଲୋକଙ୍କ ଉପରେ ପ୍ରଥମେ ଆର୍ଟାକ କରିଥାଏ ଯାହାର ଇମ୍ୟୁନିଟି କମ୍‌ ଥାଏ । କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ବୃଦ୍ଧି ପାଉଥିବା ସଂକ୍ରମରକୁ ଦୃଷ୍ଟିରେ ରଖି ଆମକୁ ଆମ ସ୍ୱାସ୍ଥ୍ୟ ଉପରେ ଅଧିକ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ତେଣୁ ଓମିକ୍ରନରୁ ରକ୍ଷା ପାଇବା ପାଇଁ ଦୈନିକ ଭୋଜନରେ ଆମେ ଏହି ସବୁ ଜିନିଷକୁ ନେବାକୁ ଏକ୍ସପର୍ଟମାନେ ପରାମର୍ଶଦେଇଛନ୍ତି । ଆସନ୍ତୁ ଜାଣିବା କ’ଣସେହି ଜିନିଷ ।

ତୁଳସୀର ସେବନ ଜରୁର କରନ୍ତୁ :

ତୁଳସୀ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ଏହା ଦୁର୍ବଳ ଇମ୍ୟୁନିଟି ଲୋକଙ୍କ ପାଇଁ ବରଦାନ ସଦୃଶ । ତୁଳସୀ ବହୁ ପ୍ରକାର ସଂକ୍ରମଣ ରୋଗ ସହ ଲଢ଼ିବାରେ ମଧ୍ୟ ସମର୍ଥ । ସର୍ଦ୍ଦି, କାଶ ଓ ଜର ପାଇଁ ତୁଳସୀର ପ୍ରୟୋଗ କେଉଁ କାଳରୁ ହୋଇ ଆସୁଛି । ତୁଳସୀ ପତ୍ରରେ ବହୁ ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ । ତେଣୁ ଓମିକ୍ରନରୁ ରକ୍ଷା ପାଇବା ପାଇଁ ତୁଳସୀ ଶରୀରର ଇମ୍ୟୁନିଟି ବଢ଼ାଇବାରେ ସହାୟକ ହୋଇଥାଏ । ଦୈନିକ ସକାଳେ ତୁଳସୀର ଚା’ ପିଇ ପାରିବେ ।

ଅଳାଁ କରନ୍ତୁ ସେବନ :

ଅଳାଁ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ । ଏହା ସର୍ଦ୍ଦି, କାସ ଓ କଫ ଆଦି ସମସ୍ୟାରୁ ରକ୍ଷା କରିଥାଏ । ଓମିକ୍ରନରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଦିନ ଅଳାଁ ଜରୁର ସେବନ କରନ୍ତୁ । ଏଥିରେ ଥିବା ବହୁମାତ୍ରାରେ ଭିଟାମିନ ସି, ଏମିନୋ ଏସିଡ, ପେକ୍ଟିନ ଭଳି ପୋଷକ ତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ତେଣୁ ଦୈନିକ ଅଳାଁ ଜୁସ, ଅଳାଁର ମୁରବା, ଆଚାର ଆଦି ସେବନ କରନ୍ତୁ । ଅଳାଁ ଫୁସଫୁସ ଓ ମସ୍ତିସ୍କକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଅଶ୍ୱଗନ୍ଧାର ସେବନ :

ଅଶ୍ୱଗନ୍ଧା ମଧ୍ୟ ଆମର ଇମ୍ୟୁନିଟି ବଢ଼ାଇବାରେ ସହାୟକ ହୋଇଥାଏ । ଏହା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସହ ଦରଜ ଓ ସଂକ୍ରମଣକୁ ମଧ୍ୟ ଭଲ କରିଥାଏ । ଏହା ମାନସିକ ଚାପ ଓ ନିଦ ନ ଆସିବାର ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.