ଟଙ୍କା ଗଣିବା ବେଳେ ଯଦି ଆପଣ କରୁଛନ୍ତି ଏମିତି ଭୁଲ, ସାବଧାନ ! ମା’ ଲକ୍ଷ୍ମୀ କରିଦେବେ କାଙ୍ଗାଳ

ଭଗବାନ ବିଷ୍ଣୁଙ୍କ ପତ୍ନୀ ମା’ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ମା’ଙ୍କ ପୂଜା କରିବା ଦ୍ୱାରା ଧନ ଓ ବିଭବର ପ୍ରାପ୍ତି ହୋଇଥାଏ । ମନାଯାଏ ଯେଉଁ ଘରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ, ଏହି ଘରେ କେବେ ଧନର ଅଭାବ ହୁଏ ନାହିଁ । ଯଦି ମା’ ଲକ୍ଷ୍ମୀ କୌଣସି କାରଣରୁ ରାଗି ଯାଆନ୍ତି ତ ଘରେ ଦରିଦ୍ରତା ଆସିଥାଏ । ଯଦି ଏପରି ହୁଏ ତେବେ ଭାବିନେବେ କେଉଁଠି ନାଁ କେଉଁଠି ଭୁଲ ହୋଇଛି ।

ଯେତେ ରୋଜଗାର କଲେ ମଧ୍ୟ ଘରେ ଧନର ଅଭାବ ହୋଇଥାଏ । ବେଳେ ବେଳେ ଆମେ ଟଙ୍କା ଗଣିବା ବେଳେ ଅଜାଣତରେ ଟଙ୍କା ସହ ଏମିତି କିଛି କରିଥାଉ, ଯଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଚାଲି ଯାଇଥାନ୍ତି । ଯଦି ଆପଣ ଚାହାଁନ୍ତି ଲକ୍ଷ୍ମୀଜୀ ଆପଣଙ୍କ ଉପରେ ସର୍ବଦ ଆଶିର୍ବାଦ କରନ୍ତୁ, ତେବେ ଏହିସବୁ କଥା ପ୍ରତି ଧ୍ୟାନ ଦେବା ଜରୁରୀ ।

  ପର୍ସରେ ନୋଟ ଓ ଟଙ୍କା ସହ ଖାଇବା ଜିନିଷ କେବେ ରଖନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଧନର ଅପମାନ ହୋଇଥାଏ ।

  ଯେବେ କୌଣସି ଗରୀବଙ୍କୁ ଟଙ୍କା କିମ୍ବା ପଇସା ଦେବେ, କେବେ ଫିଙ୍ଗି କରି ଦେବେ ନାହିଁ । ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ତେଣୁ ସର୍ବଦା ଟଙ୍କା ବା ପଇସା ହାତରେ ଆରାମରେ ଦିଅନ୍ତୁ ।

  ଅଧିକାଂଶ ସମୟରେ ଲୋକେ ହାତରେ ଟଙ୍କା ଗଣିବା ବେଳେ ଛେପ ଲଗାଇ ଗଣିଥାନ୍ତି । ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ନିରାଦର ହୋଇଥାଏ । ନୋଟ ଗଣିବା ବେଳେ ଆପଣ ପାଣି ବା ପାଉଡର ଲଗାଇ ଗଣିପାରିବେ ।

  କେବେ ବି ପଇସାକୁ ଆପଣଙ୍କ ବେଡ ସାଇଡରେ ରଖି ଶୋଇବେ ନାହିଁ । ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଟଙ୍କାକୁ ସର୍ବଦା କିଛି ସଫା ସୁତର ସ୍ଥାନରେ ରଖନ୍ତୁ । ଆଲମିରା କିମ୍ବା ତେଜୋରିରେ କଉଡି ବା ଗୋମତି ଚକ୍ର ସହ ରଖନ୍ତୁ ।

  ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଧନରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ତେଣୁ ମାଟିରେ ପଇସା ଖସି ପଡ଼ିଲେ ପ୍ରଥମେ ମୁଣ୍ଡରେ ଲଗାଇବା ପରେ ଉଠାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.