୪୮ ବର୍ଷରେ ପାଦ ଦେଲେ ନୱାଜୁଦ୍ଦିନ ସିଦ୍ଦିକି, ଫିଲ୍ମ ଠାରୁ ୱେବ ସିରିଜ ପର୍ଯ୍ୟନ୍ତ ସବୁଠି ଛାଇ ରହିଛି ତାଙ୍କ ଅଭିନୟର ଯାଦୁ

ବଲିଉଡ ଜଗତରେ ନିଜ ଦମଦାର ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନବାଜଉଦ୍ଦିନ ସିଦ୍ଦିକି ଆଜି ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି । ନବାଜଉଦ୍ଦିନଙ୍କ ଜନ୍ମ ୧୯୭୪ ମସିହା ମେ ୧୯
ତାରିଖରେ ମୁଜାଫର ନଗରର ବୁଧାନା ଠାରେ ହୋଇଥିଲା । ଫିଲ୍ମରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିବା ଠାରୁ କୌଣସି ଏକ ବଡ ଭୂମିକାରେ ସୁଯୋଗ ପାଇବା ପାଇଁ ନୱାଜଙ୍କୁ ଦୀର୍ଘ ସମୟ ଲାଗିଥିଲା । ଆଜି କିନ୍ତୁ ନୱାଜ ନିଜର ଏମିତି ଏକ ଛାପ ସୃଷ୍ଟି କରିପାରିଛନ୍ତିଯେ ତାଙ୍କ ନାଁ ଜରିଆରେ ବି ଫିଲ୍ମ ସୁପରହିଟ ହେଇଯାଉଛି । ଯଦି ଆପଣ ବି ନୱାଜଙ୍କର ଜଣେ ବଡ ଫ୍ୟାନ ଆଉ ତାଙ୍କ ଫିଲ୍ମ ଦେଖିବାକୁ ଖୁବ ପସନ୍ଦ କରନ୍ତି ତେବେ ଓଟିଟିରେ ମହଜୂତ ଥିବା ଟପ ରେଟେଡ଼ ଫିଲ୍ମ କିମ୍ବା ୱେବ୍ ସିରିଜ ଗୁଡିକୁ ଦେଖିପାରିବେ ।

ନୱାଜଙ୍କ ୱେବ ସିରିଜ ମଧ୍ୟରୁ “ସିକ୍ରେଟ ଗେମ୍ସ” ସବୁଠୁ ଉପରେ ଥିବାବେଳେ “ଗ୍ୟାଙ୍ଗସ ଅଫ ୱାସିପୁର” ଦ୍ଵିତୀୟ ସ୍ଥାନରେ ରହିଛି । ଏହି ଫିଲ୍ମର ଦୁଇଟି ଯାକ ଭାଗ ଆପଣ ଆମଜାନ ପ୍ରାଇମ ଓ ନେଟଫ୍ଲିକ୍ସରେ ଦେଖିପାରିବେ । ତାଙ୍କ ଅଭିନୀତ ଅନ୍ୟଏକ ସିନେମା” ବଜରଂଗୀ ଭାଇଜାନ” ଡିଜ୍ନି ପ୍ଲସରେ ଉପଲବ୍ଧ ଅଛି । ଯେବେକି ଫିଲ୍ମ “ମାଁଝି; ଦ ମାଉଣ୍ଟନ ମ୍ୟାନ”ରେ ନବାଜଙ୍କ ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଛି । ଏହାକୁ ୮ରେଟିଙ୍ଗ ମିଳିଥିବା ବେଳେ ଅନୁଯାୟୀ ତାଙ୍କ ଏହି ଫିଲ୍ମ ନେଟଫ୍ଲିକ୍ସରେ ମହଜୂତ ଅଛି । ସେପଟେ ବଦଲାପୁରରେ ନୱାଜଙ୍କ ଅଭିନୟକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି | ଏଥିରେ ଏକ ନେଗେଟିଭ ରୋଲରେ ଦର୍ଶକଙ୍କ ସାମ୍ନାକୁ ଅଣାଯାଇଛି ।ଏହାକୁ ୭.୪ ରେଟିଙ୍ଗ ମିଳିଛି । ଏହାବାଦ ମଣ୍ଟୋ, ସାଇକୋ ରମନକୁ ବି ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହା ବ୍ୟତୀତ ଅମିତାଭ ବଚନ ଓ ନବଜଉଦ୍ଦିନଙ୍କ ଅଭିନୀତ “Te3n”କୁ ୭.୨ ରେଟିଙ୍ଗ ମିଳିଛି । ଏହି ଫିଲ୍ମ ଅମଜାନ ପ୍ରାଇମରେ ଉପଲବ୍ଧ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.