ଘରେ ବୃଦ୍ଧି ପାଇବ ସୁଖ ସମୃଦ୍ଧି, ଦୂର ହେବ ଆର୍ଥିକ ସ୍ଥିତି: ଗୋଲାପ ଫୁଲରେ କରନ୍ତୁ ଏମିତି ଉପାୟ

ଘରେ ସୁଖ, ସମୃଦ୍ଧି ରହିଥାଉ ତାହା ସମସ୍ତେ ଚାହାନ୍ତି। ଘରେ ଆର୍ଥିକ ସ୍ଥିତି ସବୁବେଳେ ଭଲ ରହିଥାଏ। ପଇସା ରହିଥାଏ କିନ୍ତୁ ଆପଣ ସଞ୍ଚୟ କରିପାରନ୍ତି ନାହିଁ। କରଜ ଦିନକୁ ଦିନ ବଢିଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଲାପ ଜଳରେ କିଛି ଉପାୟ କରିପାରିବେ । ଏମିତି ଉପାୟ କରିବା ଦ୍ୱାରା ଧନ ଲାଭ ହେବା ଦ୍ୱାରା ସଫଳତା ମଧ୍ୟ ମିଳିଥାଏ। ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ମୁତାବକ, ନିଜ ପାଖରେ ସବୁବେଳେ ଏକ ଗୋଲାପ ଫୁଲ କିମ୍ବା ଅନ୍ୟ ସୁଗନ୍ଧିତ ଫୁଲ ରଖନ୍ତୁ। ଏହା ଦ୍ୱାରା ଆପଣଙ୍କ ଆଡ଼କୁ ଲୋକେ ଆକର୍ଷିତ ହେବେ।
ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଗୋଲାପ ଜଳରେ ଉପାୟ କରିବା ଜରୁରୀ। ୧୧ ମଙ୍ଗଳବାର ପର୍ଯ୍ୟନ୍ତ ହନୁମାନଙ୍କୁ ୧୧ଟି ଫୁଲ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
ମଙ୍ଗଳବାର ଦିନ ନାଲି ଚନ୍ଦନ, ନାଲି ଗୋଲାପ ଏବଂ ରୋଲି ନେଇ ଏକ ନାଲି କପଡାରେ ବାନ୍ଧିଦିଅନ୍ତୁ। ଏହାକୁ ନେଇ ଘରର ପୂଜା ଘରେ ଏକ ସପ୍ତାହ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏହାପରେ ଭଗବାନ ଗଣେଶଙ୍କୁ ଆରାଧନା କରନ୍ତୁ। ସପ୍ତାହେ ପର୍ଯ୍ୟନ୍ତ ଏହାକୁ ଘରର ଆଲମିରାରେ ରଖିଦିଅନ୍ତି। ଘରର ସମୃଦ୍ଧି ହେବ।

ଧଳା ରୁମାଲରେ ୫ଟି ଗୋଲାପ ଫୁଲ, ଚାଉଳ ଏବଂ ଗୁଡ ବାନ୍ଧି ସୋମବାର ଦିନ ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କ ମନ୍ଦିରରେ ଅର୍ପଣ କରନ୍ତୁ। ଏହି ସମୟରେ ୨୧ ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଏମିତି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବ ଏବଂ ଧନଲାଭ ସମ୍ଭାବନା ବୃଦ୍ଧି ପାଇବ।
ଗୋଲାପ ଫୁଲରେ କର୍ପୁର ଖଣ୍ଡ ରଖି ଏହାକୁ ସନ୍ଧ୍ୟା ସମୟରେ ଜଳାଇଦିଅନ୍ତୁ । ଏହି ଫୁଲ ଦେବୀ ମା’ଙ୍କୁ ଚଢାନ୍ତୁ। ଏମିତି କରିବା ଦ୍ୱାରା କରଜ ସମସ୍ୟାରୁ ମୁକ୍ତି ମିଳିଥାଏ।
ଶୁକ୍ରବାର ଦିନ ଏକ ଧଳା କପଡାରେ ଚାରିପାଖରେ ଗୋଲାପ ଫୁଲ ବାନ୍ଧି ଦିଅନ୍ତୁ। ଏହାକୁ ପାଣିରେ ଭସାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା କରଜରୁ ମୁକ୍ତି ମିଳିବା ସହିତ ସମସ୍ୟାରୁ ସଫଳତା ମିଳିବ।
Also Read : ଆର୍ଥିକ ସମସ୍ୟା ଏବଂ ଦୁଃଖ କଷ୍ଟ ହେବ ଦୂର, ନବରାତ୍ରି ୯ ଦିନରେ ମଧ୍ୟରେ ଲଗାନ୍ତୁ ଏସବୁ ଗଛ